ଭୁବନେଶ୍ୱର, ୯ ।୬: ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବଢିଲା। ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା (DCA) ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ଲାଗୁ ହେବ।
ସୂଚନାଯୋଗ୍ୟ ଯେ, ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୨୩ରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିୟମିତ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀ ପହିଲାରୁ ବୃଦ୍ଧି କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଗୃହରକ୍ଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।
ଆହୁରି ପଢନ୍ତୁ : ଦୀଘାରୁ 'ଧାମ' ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କେବଳ ଲେଖା ହେବ ଶ୍ରୀ ଜଗନ୍ନାଥ ମନ୍ଦିର