ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲ୍ଲିକୋଟରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା : ବାହାରିଲେ ଲଙ୍ଗଳେଶ୍ୱର ଦଣ୍ଡ, ସୋମବାର ବାହାରିବେ ପଥରା ଦଣ୍ଡ

ଖଲ୍ଲିକୋଟ, ୨୪/୦୩ - ଖଲ୍ଲିକୋଟ ବ୍ଲକ ରେ ଆଜି ଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷ ର ଦଣ୍ଡ ଯାତ୍ରା। ଆଜି ଲଙ୍ଗଳେଶ୍ୱର ଦଣ୍ଡର ଶୁଭ ଆରମ୍ଭ ହୋଇଥିବା ବେଳେ ସୋମବାର ପଥରା ଦଣ୍ଡ ବାହାରିବ ବୋଲି ଜଣାପଡ଼ିଛି।ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ଆଗରୁ ବାହାରିଛି ଗଞ୍ଜାମ ର ପାରମ୍ପାରିକ ଦଣ୍ଡ ନାଚ । ଦୋଳ ଠାକୁର ଓ ଦାଣ୍ଡ କାଳୀଙ୍କ ଆଜି ହୋଇଛି ଭେଟଘାଟ ।

ଆଜିଠାରୁ ଗଞ୍ଜାମ ର ବିଭିନ୍ନ ଜାଗାରେ ଆରମ୍ଭ ହୋଇଛି ଗଞ୍ଜାମ ର ପାରମ୍ପରିକ ଦଣ୍ଡ ଯାତ୍ରା  । ଏହି ଯାତ୍ରା ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହେଉଥିବା ବେଳେ ପଣା ସଂକ୍ରାନ୍ତି ରେ ଶେଷ ହୋଇଥାଏ । ମାନସିକ ଧାରୀ ମାନେ ମିନ ସଂକ୍ରାନ୍ତି ଠାରୁ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପାଳନା ରେ ରହିଥାନ୍ତି । ଏହାକୁ ଦଣ୍ଡ ଯାତ୍ରା ବା ଚୈତ୍ର ମାସ ଝାମୁ ଯାତ୍ରା ମଧ୍ୟ କୁହାଯାଏ । ମାନସିକ ଧାରୀ ମାନେ ମାନସିକ ରଖି ଦଣ୍ଡକାଳୀ ଠାକୁରଙ୍କୁ ଧରି ଗାଁକୁ ଗାଁ ବୁଲିଥାନ୍ତି । ଦଣ୍ଡକାଳି ଗ୍ରାମ ରେ ଦୁଆର ଦୁଆର ବୁଲି ଭକ୍ତଙ୍କ ଭୋଗ ଖାଇଥାନ୍ତି । ଏହି ଦଣ୍ଡ ଯାତ୍ରା ଗଞ୍ଜାମ ର ବିଭିନ୍ନ ଜାଗାରେ ହେଉଥିବା ବେଳେ କେଉଁଠାରେ ୨୧ ଦିନ ତ କେଉଁଠାରେ ୧୮ ଦିନ ତ ଆଉ କେଉଁଠାରେ ୧୩ ଦିନ ପାଳନ କରାଯାଇଥାଏ । କିନ୍ତୁ ଏହାର ଶେଷ ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଶେଷ ହୋଇ ଥାଏ । ଏହି ଦଣ୍ଡ ଯାତ୍ରାରେ ଦଣ୍ଡକାଳି ବିଭିନ୍ନ ଗ୍ରାମକୁ ଭ୍ରମଣ କରି ପୂଜା ପାଉଥିବା ବେଳେ ଗୋଟିଏ ଗ୍ରାମରେ ଗୋଟିଏ ଦିନ ରହିଥାନ୍ତି ଠାକୁର । ସେହି ଗାଁ ରେ ସେହି ଦିନ ଠାକୁର ରହିବା ସମୟରେ ମାନସିକ ଧାରୀ ଦଣ୍ଡୁଆ ମାନେ ଧୂଳି ଦଣ୍ଡ ,ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ। ତେବେ ମାନସିକ ଧାରୀ ମାନେ ରାତ୍ର ସମୟରେ ଗୋଟାଏ ଥର ଭୋଜନ କରିଥାନ୍ତି । ମାନସିକ ଧାରୀ ମାନେ ଦିନ ବେଳେ ଫଳ ଓ ନବାତ ପଣା ଆହାର କରିଥାନ୍ତି । ରାତ୍ର ସମୟରେ ନିଶବ୍ଦ ସମୟର ଦଣ୍ଡୁଆ ମାନେ ଭୋଜନ କରିଥାନ୍ତି । ତେବେ ଯେଉଁ ମାନେ ମାନସିକ ରଖି ଠାକୁରଙ୍କ ପାଖକୁ ଯାଆନ୍ତି ତାଙ୍କ ସହ ତାଙ୍କ ପରିବାର ମଧ୍ୟ ପାଳନରେ ରହିଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.