ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଡାରୱିନଙ୍କ ତତ୍ତ୍ୱ ଓ ଦଶାବତାର

ଭୁବନେଶ୍ୱର: ଆମ ଭାରତୀୟମାନଙ୍କୁ ବିବର୍ତ୍ତନ ସିଦ୍ଧାନ୍ତ ବିଷୟରେ ଯାହା ପାଠ ପଢ଼ାହୋଇଛି ବା ଆଜିଯାଏଁ ଯାହା ପାଠ୍ୟକ୍ରମରେ ସ୍ଥାନିତ ଅଛି, ତାହା ହେଲା "ଜୀବମାନଙ୍କର ପ୍ରତ୍ୟେକ ଗୋଷ୍ଠୀ ଏକ ସାଧାରଣ ପୂର୍ବଜ (କମନ ଆନସେଷ୍ଟର)ଙ୍କଠାରୁ ଆସିଥିଲେ ଏବଂ ସମସ୍ତ ପ୍ରାଣୀ, ଉଦ୍ଭିଦ ଏବଂ ଅଣୁଜୀବ ସମେତ ସମସ୍ତ ଜୀବଜନ୍ତୁ, ପରିଶେଷରେ ପୃଥିବୀରେ ଜୀବନର ଏକକ ଉତ୍ପତ୍ତି (ସିଙ୍ଗଲ ଅରିଜିନ ଅଫ୍‌ ଲାଇଫ୍‌ ଅନ୍‌ ଆର୍ଥ)କୁ ଫେରିଯାଆନ୍ତି', ଯାହା "ଦାରୱିନ ବିବର୍ତ୍ତନ ସିଦ୍ଧାନ୍ତ' ଭାବରେ ଜଣା । ଚାର୍ଲସ ଡାରୱିନ୍‌ ୧୮୦୯ ମସିହା  ଫେବ୍ରୁଆରୀ ୧୨ ତାରିଖରେ ଇଂଲଣ୍ଡର "ମାଉଣ୍ଟ' ନାମକ ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବୈଜ୍ଞାନିକ ଭାବରେ "ଏଚ୍‌ଏମ୍‌ଏସ୍‌ ବିଗଲ୍‌' ନାମକ ଏକ  ଜାହାଜ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ୨୭ ମାର୍ଚ୍ଚ ୧୮୩୧ରେ ତାଙ୍କର ସମୁଦ୍ର ଯାତ୍ରା ଇଂଲଣ୍ଡରୁ ଲାଟିନ୍‌ ଆମେରିକା ଆଡ଼କୁ ଆରମ୍ଭ ହୋଇଥିଲା । ଲଗାତାର ପାଞ୍ଚବର୍ଷ କାଳ ଜାହାଜଟି ଗୋଟିଏ ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ଯାତ୍ରା କରିଥିଲା ଏବଂ  ପ୍ରତ୍ୟେକ ଦ୍ୱୀପରେ ସେ ପଶୁ, ଜୀବାଶ୍ୱ, ଫୁଲ, ଫଳ ଏବଂ ଦ୍ୱୀପର ମନୁଷ୍ୟମାନଙ୍କୁ ଅଧ୍ୟୟନ କରିଥିଲେ ।

୧୮୩୬  ମସିହାରେ ଇଂଲଣ୍ଡକୁ ଫେରିବା ପରେ ଚାର୍ଲସ ଡାରୱିନ ଏକ ନୂତନ ପ୍ରଜାତିର ଜୀବ ସୃଷ୍ଟି ପାଇଁ ଗୋଟିଏ ‘ପ୍ରାକୃତିକ ଚୟନ' ପ୍ରକ୍ରିୟା ସିଦ୍ଧାନ୍ତରେ ପହଞ୍ଚିଥିଲେ । କିନ୍ତୁ ପରବର୍ତ୍ତୀ ୨୦ବର୍ଷ ପାଇଁ ସେହି ଧାରଣାକୁ ସେ ନିଜେ "ଚାର୍ଲସ ଲିଏଲ' ଏବଂ "ଜୋସେଫ୍‌ ହୁକରଙ୍କ' ନିକଟରେ ଗୁପ୍ତରଖି ସେହି ସିଦ୍ଧାନ୍ତ ସମର୍ଥନରେ ପ୍ରମାଣ ସଂଗ୍ରହ କରିଥିଲେ । ଏହାପରେ ଡାରୱିନ ତାଙ୍କ ସିଦ୍ଧାନ୍ତର ଏକ ପୂର୍ଣ୍ଣ ବିବରଣୀ ଲେଖିବାକୁ ସ୍ଥିର କଲେ ଏବଂ ୨୪  ନଭେମ୍ବର ୧୮୫୯ରେ ଗୋଟିଏ ପୁସ୍ତକ ଲେଖିଲେ "ଅନ୍‌ ଦି ଅରିଜିନ୍‌ ଅଫ୍‌ ସ୍ପେସିସ' । ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଜୀବନ, ସରଳ ଏକକ କୋଷ ପ୍ରାଣୀ ଆକାରରେ ଜଳରେ ବିକଶିତ ହୋଇଥିଲା ଏବଂ ୧୦୦ବର୍ଷରୁ ଅଧିକ ସମୟ ମଧ୍ୟରେ ଏହି ଏକକ କୋଷଟି ଜଟିଳ ବହୁମୁଖୀ ଜୀବରେ ପରିଣତ ହେଲା । ପ୍ରାରମ୍ଭରେ ସେମାନେ ସେଣ୍ଟ୍ରିପେଡସ୍‌ ପରି ୧୦୦ ପାଦର ଜୀବରୂପରେ, ପରେ ଚାରିଗୋଡ଼ିଆ ପ୍ରାଣୀ ଏବଂ ଶେଷ ଦୁଇଗୋଡ଼ିଆ ମଣିଷକୁ ପରିବର୍ତ୍ତନ ହୋଇଥିଲେ । ମଣିଷ, ବାମନ ମଣିଷ, ଅସ୍ତ୍ରଶସ୍ତ୍ର ଥିବା ମଣିଷ, ବୁଦ୍ଧିମାନ ମଣିଷରେ ମଧ୍ୟ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ସଂକ୍ଷିପ୍ତରେ ଡାରୱିନଙ୍କ  ସିଦ୍ଧାନ୍ତ ହେଲା- ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରିବା ଏବଂ ଯେଉଁମାନେ ଫିଟେଷ୍ଟ କେବଳ ସେହିମାନେ ହିଁ ବଞ୍ଚି ରହିବେ ।

ଯଦି ଆମେ ବିସ୍ତୃତ ଭାବରେ ଆଲୋଚନା କରିବା ତେବେ ଡାରୱିିନଙ୍କର ଏହି "ବିବର୍ତ୍ତନ ସିଦ୍ଧାନ୍ତ' ଆମ ସନାତନ ଧର୍ମର "ପ୍ରଭୁ ବିଷ୍ଣୁଙ୍କ ଦଶାବତାର ସିଦ୍ଧାନ୍ତ' ଠାରୁ କଦାପି ଅଭିନ୍ନ ନୁହେଁ । ପ୍ରଭୁ ବିଷ୍ଣୁଙ୍କ ପ୍ରତ୍ୟେକ ଅବତାର ପରସ୍ପର ସହ ଜଡ଼ିତ ଏବଂ ସମସ୍ତ ଉଦ୍ଭିଦ, ପ୍ରାଣୀ, ମାନବ ପାଇଁ ଡାରୱିନଙ୍କର ସାଧାରଣ ପିତୃପୁରୁଷ (କମନ ଆନସେଷ୍ଟର) ହିଁ ଭଗବାନ ବିଷ୍ଣୁଙ୍କର ରୂପ । ଯଦି ହଜାର ହଜାର ବର୍ଷ ପୂର୍ବର ବୈଦିକ ଜ୍ଞାନରେ ଏହି ଦଶାବତାର କେବଳ କାହାର କଳ୍ପନାର ଏକ ଚିତ୍ର ହୋଇପାରେ ବୋଲି ଯୁକ୍ତି ବଢ଼ାଯାଏ, ତେବେ କାହିଁକି ମାତ୍ର ଏଇ କେଇବର୍ଷ ପୂର୍ବର ଜଣେ ବ୍ୟକ୍ତି ଡାରୱିନ ଏବଂ ତାଙ୍କ କେତେଜଣ ବନ୍ଧୁଙ୍କ ସିଦ୍ଧାନ୍ତକୁ କିପରି ଏତେ ସଠିକ୍‌ ଓ ସମ୍ପୂର୍ଣ୍ଣ ବିବର୍ତ୍ତନ ତତ୍ତ୍ୱ ଭାବରେ ବିବେଚନା କରାଯାଇପାରିବ? ବୈଦିକ ଜ୍ଞାନ ଆଧାରରେ  ହିଁ  ପଶ୍ଚାତ ଦେଶର କିଛି ବ୍ୟକ୍ତିବିଶେଷ ଗବେଷଣା କରି ପାଇଥିବା ଜ୍ଞାନକୁ ଆମେ ବିଜ୍ଞାନ କହିଲୁ ଏବଂ ସେମାନଙ୍କୁ କହିଲୁ ବୈଜ୍ଞାନିକ ।

ଭଗବାନ ବିଷ୍ଣୁଙ୍କ ପୁନର୍ଜନ୍ମକୁ ସାଧାରଣତଃ ଅବତାର କୁହାଯାଏ । ବହୁବର୍ଷ ପୂର୍ବରୁ ଆମର ସାଧୁସନ୍ଥମାନେ ସମଗ୍ର ବିବର୍ତ୍ତନ ତତ୍ତ୍ୱକୁ ସରଳ କାହାଣୀ ଆକାରରେ ବର୍ଣ୍ଣନା କରିଥିଲେ, ଯାହାଦ୍ୱାରା ପିଲାମାନେ ମଧ୍ୟ ସେହି ଜଟିଳ ସିଦ୍ଧାନ୍ତକୁ ସହଜରେ ବୁଝିପାରିବେ । ସମସ୍ତ ଉଦ୍ଭିଦ, ଜୀବଜନ୍ତୁ ଏବଂ ମଣିଷ ପାଇଁ ଡାରୱିିନଙ୍କର "ସାଧାରଣ ପୂର୍ବଜ ବା  ପିତୃପୁରୁଷ' ଭଗବାନ ବିଷ୍ଣୁଙ୍କଠାରୁ ହିଁ ଆସିଛନ୍ତି ।

"ଯେ ପ୍ରଭୁ ଜଗତ ଈଶ୍ୱର । ବ୍ରହ୍ମାଣ୍ଡ ଯାର ଖେଳ ଘର । ସୃଜୟୀ ପାଳଇ ସଂହରେ । ସଂସାରେ ନାନା ରୂପ ଧରେ । ଧର୍ମ ସ୍ଥାପନେ ଦେହ ଧରି । ଅଧର୍ମ ସମୂହ ନିବାରି ।' (ଶ୍ରୀମଦ୍‌ ଭାଗବତ, ଅଷ୍ଟମ ସ୍କନ୍ଧ, ତ୍ରୟୋବିଂଶ ଅଧ୍ୟାୟ) । ଚାରିଟି ଭିନ୍ନ ଯୁଗ ବା ବ୍ରହ୍ମାଣ୍ଡ ଚକ୍ର ସମୟରେ ବ୍ରହ୍ମାଣ୍ଡକୁ ସୁରକ୍ଷିତ ରଖିବା ଏବଂ "ଶାନ୍ତି ଏବଂ ଧର୍ମ'କୁ ପୁନଃସ୍ଥାପିତ କରିବା ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ରୂପ ନେଇଥିଲେ । ୧୭ତମ ଶତାବ୍ଦୀରେ ଇଂରାଜୀ ବୈଜ୍ଞାନିକ ଚାର୍ଲସ ଡାରୱିନଙ୍କ ଦ୍ୱାରା ଆନୁମାନିକ (ହାଇପୋଥେଥିସ) ପ୍ରକାଶିତ ବିବର୍ତ୍ତନ ଅପେକ୍ଷା ପ୍ରଭୁ ବିଷ୍ଣୁଙ୍କର ଦଶ ପ୍ରକାର ଅବତାରରେ ବର୍ଣ୍ଣନା କରୁଥିବା ହିନ୍ଦୁ ବୈଦିକ ଜ୍ଞାନ ଦଶାବତାର ବିବର୍ତ୍ତନର ଏକ ଉନ୍ନତ ବିକଶିତ ତତ୍ତ୍ୱ ଭାବରେ ବିବେଚନା କରାଯାଇପାରେ । ଯଦିଓ ହିନ୍ଦୁ ଧର୍ମରେ ବିବର୍ତ୍ତନ ସିଦ୍ଧାନ୍ତକୁ କାହାଣୀ ମାଧ୍ୟମରେ ବର୍ଣ୍ଣନା କରାଯାଇଛି, ବିଷ୍ଣୁଙ୍କର ପ୍ରଥମ ସାତ ଅବତାର ଏବଂ ଡାରୱିନଙ୍କ ବିବର୍ତ୍ତନ ସିଦ୍ଧାନ୍ତ ସହିତ ଏକ ସ୍ପଷ୍ଟ ଚମତ୍କାର ସମାନତା ଅଛି । ଡାରୱିନଙ୍କ ସିଦ୍ଧାନ୍ତକୁ ପ୍ରଥମ ସପ୍ତମ ସଂଖ୍ୟା ପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଇଥିବା ବେଳେ ଦଶାବତାର ଆହୁରି ଆଗକୁ ଯାଇ ଦଶମ ସ୍ଥାନ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି । ଦଶାବତାର ଏବଂ ଚାର୍ଲସ ଡାରୱିନ ଥିଓରି ଅଫ୍‌ ଇଭୋଲ୍ୟୁସନ ମଧ୍ୟରେ ବୈଜ୍ଞାନିକ ସମାନତା ସମାନ ଅର୍ଥ ବହନ କରେ । କିନ୍ତୁ ବ୍ୟାଖ୍ୟା କରିବାର ଉପାୟ ଅଲଗା, ଯାହାର ଅର୍ଥ ହେଉଛି ନୂଆ ବୋତଲରେ ପୁରୁଣା ମଦ ଭଳି । ଏହା ସୂଚିତ କରେ ଯେ, ପୂର୍ବରୁ ଥିବା ଆମ ଦଶାବତାର ବିବର୍ତ୍ତନ ଥିଓରିକୁ ଏକ ନୂତନ ଥିଓରି ଭାବରେ ଉପସ୍ଥାପନ କରିଛନ୍ତି ଚାର୍ଲସ ଡାରୱିନ । ବୈଦିକ ବିଜ୍ଞାନ ଏତେ ଅତ୍ୟାଧୁନିକ ଥିଲା ଯେ, ଏହାକୁ ଆଧୁନିକ ବୈଜ୍ଞାନିକ ଆବିଷ୍କାର ସହିତ ତୁଳନା କରାଯାଇପାରେ । ବିବର୍ତ୍ତନର ସୂଚକ ଭାବରେ ଏହି ପର୍ଯ୍ୟାୟଗୁଡ଼ିକର ଗ୍ରେଡେସନ୍‌ ଅନୁଯାୟୀ, ଭଗବାନ ବିଷ୍ଣୁ ଦଶ ଅବତାରରେ ଅବତରଣ କରିଥିଲେ³ ଯଥା- ମତ୍ସ୍ୟ ଅବତାର, କୁରୁମ ଅବତାର, ବରାହ ଅବତାର, ନରସିଂହ ଅବତାର, ବାମନ ଅବତାର, ପରଶୁରାମ ଅବତାର, ରାମ ଅବତାର, କୃଷ୍ଣ ଅବତାର, ବୁଦ୍ଧ ଅବତାର ଏବଂ କଳ୍‌କୀ ।

ପ୍ରତ୍ୟେକ ଅବତାର ବିଷୟରେ ସମ୍ୟକ ଧାରଣା: ଜଳଚର ପ୍ରାଣୀ ରୂପରେ, ମତ୍ସ୍ୟ ଅବତାର ହେଉଛି ଭଗବାନ ବିଷ୍ଣୁଙ୍କ ଦଶଟି ପ୍ରାଥମିକ ଅବତାରର ପ୍ରଥମ ଅବତାର । ରାଜା ସତ୍ୟବ୍ରତ ଜଳତର୍ପଣ କରିବା ସମୟରେ ତାଙ୍କ ପାପୁଲିରେ ଗୋଟିଏ ଛୋଟ ମାଛ ପାଇଲେ । ମାଛଟିକୁ ଜଳରେ ଫୋଫାଡ଼ି ଦେବାରୁ ମାଛଟି ବିକଳ ହୋଇ ଅନ୍ୟ ଜନ୍ତୁଙ୍କ କବଳରୁ ତାର ଜୀବନ ବଞ୍ଚାଇବାକୁ ଅନୁରୋଧ କଲେ । ରାଜା ମାଛଟିକୁ ନିଜ କମଣ୍ଡଳରେ ରଖି ଘରକୁ ନେଇଗଲେ, କିନ୍ତୁ ସେ ମାଛଟି ତାର ଆକାର ବିସ୍ତାର କରିବାରେ ଲାଗେ । ପରିଶେଷରେ, ସେ ନିଜେ ବିଷ୍ଣୁ ବୋଲି ଅନୁଭବ କରି ଏହାକୁ ସମୁଦ୍ରରେ ଛାଡ଼ିଦିଅନ୍ତି । ବିଷ୍ଣୁ ମନୁଙ୍କୁ ଅଗ୍ନି ଓ ବନ୍ୟାଦ୍ୱାରା ମହାପ୍ରଳୟ ଘଟି ଜଗତର ଆଗାମୀ ବିନାଶ ବିଷୟରେ ଅବଗତ କରାନ୍ତି ଏବଂ "ଜଗତର ସମସ୍ତ ପ୍ରାଣୀ’ ସଂଗ୍ରହ କରିବାକୁ ଏବଂ ଦେବତାମାନଙ୍କ ଦ୍ୱାରା ନିର୍ମିତ ଡଙ୍ଗାରେ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଅନ୍ତି । "ମୁଁ ତୁମକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯିବି, ତୁମେ "ମନୁ' ରୂପରେ ଜନ୍ମହୋଇ ନୂଆ ଯୁଗ ଆରମ୍ଭ କରିବ, ପୃଥିବୀରେ ଜୀବନର ନୂତନ ଆରମ୍ଭ’ ବୋଲି ସେ କୁହନ୍ତି । ଯେତେବେଳେ ମହାପ୍ରଳୟ ଘଟେ, ବିଷ୍ଣୁ ଏକ ଶିଙ୍ଗ ସହିତ ଏକ ବଡ଼ ମାଛର ରୂପ ଧାରଣ କରନ୍ତି, ଯେଉଁଥିରେ ରାଜା ଡଙ୍ଗାକୁ ବାନ୍ଧନ୍ତି, ଯାହା ସେମାନଙ୍କୁ ନିରାପଦ ସ୍ଥାନକୁ ନେଇଯାଇ ପୃଥିବୀକୁ ସୁରକ୍ଷା ଦେଇଥିଲେ । ବିଷ୍ଣୁଙ୍କ ମତ୍ସ୍ୟ ଅବତାର ମଧ୍ୟ ଅସୁର ହାଗ୍ରିଭାଙ୍କୁ ହତ୍ୟାକରି ବେଦ ଉଦ୍ଧାର କରି ରାଜା ସତ୍ୟବ୍ରତ ଏବଂ ସପ୍ତଋଷିଙ୍କୁ ଅଧ୍ୟୟନ ପାଇଁ ଦେଇଥିଲେ ।

ଉଭୟଚର ପ୍ରାଣୀରୂପରେ କଇଁଛ/କୂର୍ମ ଅବତାର ହେଉଛି ଭଗବାନ ବିଷ୍ଣୁଙ୍କର ଦ୍ୱିତୀୟ ଅବତାର । ସମୁଦ୍ର ମନ୍ଥନର କିମ୍ବଦନ୍ତୀରେ, ଅମୃତ ପାଇବା ପାଇଁ ଦେବ ଏବଂ ଅସୁରମାନେ ମିଶି କ୍ଷୀରମହାସାଗରକୁ ମନ୍ଥନ କରିଥିଲେ । ସେମାନେ ମନ୍ଦର ପର୍ବତକୁ ଖୁମ୍ବ ଭାବରେ ବ୍ୟବହାର କଲେ, ଯାହା ବୁଡ଼ିବାକୁ ଲାଗିଲା । ପର୍ବତର ଭାର ନିଜ ପିଠିରେ ଧାରଣ କରି ସେମାନଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସ୍ୱୟଂ ବିଷ୍ଣୁ କଇଁଛ ରୂପ ଧାରଣ କରିଥିଲେ ।

କାଦୁଅ ମାଟିରେ ଚଳପ୍ରଚଳ କରୁଥିବା ପ୍ରାଣୀ ବରାହ ଅବତାର: ଯେତେବେଳେ ଅସୁର ହିରଣ୍ୟାକ୍ଷ ଭୂଦେବୀ (ପୃଥିବୀ) ଏବଂ ଏହାର ବାସିନ୍ଦାଙ୍କୁ ଗଭୀର ସମୁଦ୍ରଗର୍ଭରେ ଡୁବାଇ ଏହାର ନିମ୍ନଭାଗକୁ ନେଇଗଲା, ଭଗବାନ ବିଷ୍ଣୁ ବରାହ ରୂପ ନେଇ ପୃଥିବୀ ତଥା ଏହାର ଅଧିବାସୀମାନଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରର ଗର୍ଭକୁ ଓହ୍ଲାଇ ହିରଣ୍ୟାକ୍ଷଙ୍କୁ ହତ୍ୟା କରି ପୃଥିବୀକୁ ପୁନଃସ୍ଥାପିତ କରିଥିଲେ । ନରସିଂହ ଅବତାର: ଅର୍ଦ୍ଧପୁରୁଷ-ଅର୍ଦ୍ଧସିଂହ ଅବତାର, ଯାହା ମନୁଷ୍ୟର ବୁଦ୍ଧି ଓ ସିଂହର ଶକ୍ତିସ୍ୱରୂପ । ଅସୁର ହିରଣ୍ୟକଶିପୁ ବିଷ୍ଣୁଙ୍କ ଭକ୍ତ ଥିବା କିମ୍ବା ଧାର୍ମିକ ବିଶ୍ୱାସ ରଖୁଥିବା ତାଙ୍କ ପୁତ୍ର ପ୍ରହଲାଦଙ୍କ ସମେତ ସମସ୍ତଙ୍କୁ ନିର୍ଯାତନା ଦେଉଥିଲେ । କିନ୍ତୁ ବାଳକ ପ୍ରହଲାଦକୁ ଭଗବାନ ସର୍ବଦା ସୁରକ୍ଷା ଦେଉଥିଲେ । ଶେଷରେ ସ୍ୱୟଂ ବିଷ୍ଣୁ ଜଣେ ମନୁଷ୍ୟର ଶରୀର ଏବଂ ସିଂହର ମୁଣ୍ଡ ସହିତ ଏକ (ଆନ୍ଥ୍ରୋପୋମୋର୍ଫିକ) ଅବତାର ଭାବରେ ଅବତରଣ କଲେ ଏବଂ  ସେ ହିରଣ୍ୟକଶିପୁଙ୍କୁ ହତ୍ୟାକରି ନିଜର ଭକ୍ତ ପ୍ରହଲାଦଙ୍କ ସମେତ ମନୁଷ୍ୟର ନିର୍ଯାତନାକୁ ସମାପ୍ତ କଲେ ।

ସମ୍ପୂର୍ଣ୍ଣ ମଣିଷର ଏକ କ୍ଷୁଦ୍ର ରୂପ, ବାମନ ଅବତାର । ତିନି ପାଦ ଭୂମି ପାଇ ବାମନ ଅବତାରରେ ବିଷ୍ଣୁ ଗୋଟିଏ ପାଦର ଆକାର ବୃଦ୍ଧିକରି ସମଗ୍ର ପୃଥିବୀକୁ ଆଚ୍ଛାଦନ କରନ୍ତି । ତେଣୁ ବହୁ ପୁରାତନ ବୈଦିକ ଜ୍ଞାନର "ଅବତାର ସିଦ୍ଧାନ୍ତ'କୁ ଯଦି ଏକ କାଳ୍ପନିକ ଥିଓରୀ କହିବା, ତେବେ ମାତ୍ର ୧୮୩୬ ମସିହାରେ ଜଣେ ବ୍ୟକ୍ତି, ଚାର୍ଲସ ଡାରୱିନଙ୍କ ନିଜସ୍ୱ ପର୍ଯ୍ୟବେକ୍ଷଣ ଦ୍ୱାରା ପ୍ରସ୍ତୁତ ଥିଓରିକୁ କ’ଣ କୁହାଯିବ?

୨୦୧୯ ମସିହାରେ ୧୦୬ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି ଜି. ନାଗେଶ୍ୱର ରାଓ କହିବା ଅନୁସାରେ, ଡାରୱିନଙ୍କ ଥିଓରୀ ଏକ ସାମୁଦ୍ରିକ ପ୍ରାଣୀରୁ ମନୁଷ୍ୟ ପର୍ଯ୍ୟନ୍ତ ଜୀବନର ବିବର୍ତ୍ତନ ବିଷୟରେ କହିଥିବାବେଳେ, ଦଶ ଅବତାର କିନ୍ତୁ "ରାମ' ଜଣେ ଉତ୍ତମ ପୁରୁଷରୁ ରାଜନୈତିକ ଦୃଷ୍ଟିରୁ "ଶ୍ରୀକୃଷ୍ଣ'କୁ ପରିବର୍ତ୍ତନ କରି ଏକ ପାଦ ଆଗକୁ ବଢିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.