ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ କମାଇବ ଖଜରା ଓ ରସୁଣ

Published By : Rasmita Pradhan | November 8, 2024 9:29 AM

ଭୁବନେଶ୍ଵର, ୦୮/୧୧ : ବଢୁଥିବା ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ ନିୟନ୍ତ୍ରିତ କରିବା ପାଇଁ ରୋଷେଇ ଘରେ ଅନେକ ଜିନିଷ ରହିଛି, ଯାହା ଖୁବ୍‌ ପ୍ରଭାବଶାଳୀ ମଧ୍ୟ । ଏମାନଙ୍କ ଭିତରୁ ଅନ୍ୟତମ ହେଉଛି ରସୁଣ ଓ ଖଜରା । ଏହାକୁ ଖାଇବାର ମଧ୍ୟ ଉଚିତ ଶୈଳୀ ଜାଣିବା ଆବଶ୍ୟକ । ଆଜିକାଲି ଉଚ୍ଚ ରକ୍ତଚାପ ପ୍ରାୟ ଲୋକଙ୍କର ପ୍ରମୁଖ ସମସ୍ୟା ହୋଇପଡିଲାଣି । ଦୀର୍ଘଦିନ ଯାଏ ରକ୍ତଚାପ ବଢି ରହିବା ଦ୍ୱାରା ଏହାର କୁପ୍ରଭାବ ହୃଦୟ ଉପରେ ଦେଖିବାକୁ ମିଳିଥାଏ । ରକ୍ତରେ ଖରାପ କୋଲେଷ୍ଟ୍ରରଲ୍‌ର ମାତ୍ରା ବଢିଚାଲେ । ତା’ ସହିତ ହୃଦ୍‌ଘାତର ଆଶଙ୍କା ମଧ୍ୟ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ ନିୟନ୍ତ୍ରଣରେ ରଖିବା ଜରୁରି । ଯଦି ହାଇପର୍‌-ଟେନସନ୍‌ କିମ୍ବା ଖରାପ କୋଲେଷ୍ଟ୍ରରଲ୍‌ ବଢୁଥାଏ । ତେବେ ଖାଦ୍ୟପାନୀୟରେ ନିୟନ୍ତ୍ରଣ ଆଣିବା ସହ ଡାକ୍ତର ପରାମର୍ଶ ମଧ୍ୟ ଜରୁରି । ଉଭୟ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକମାନେ ଅବହେଳା କରିଥାନ୍ତି । କିନ୍ତୁ ପ୍ରାଥମିକ ସ୍ତରରେ ଏହାର ଚିହ୍ନଟ ଓ ଚିକିତ୍ସା ଖୁବ୍‌ ଜରୁରି । ରୋଗର ଚିହ୍ନଟ ହେବା ପରେ କେତେକ ଘରୋଇ ଉପଚାର ବିଧି ଅନୁସାରେ ମଧ୍ୟ ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ ନିୟନ୍ତ୍ରିତ କରାଯାଇପାରିବ । 

ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁସାରେ ରସୁଣ ଓ ଖଜରା ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ ନିୟନ୍ତ୍ରିତ କରିପାରେ । ଖଜରାରେ ସୋଡିୟମ୍‌ର କମ୍‌ ଓ ପୋଟାସିୟମ୍‌ର ମାତ୍ରା ଅଧିକ ରହିଥାଏ । ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରିତ କରାଯାଇପାରିବ । ପୋଟାସିୟମ୍‌ ଶରୀରରୁ ଅତିରିକ୍ତ ସୋଡିୟମ୍‌କୁ ହଟାଇବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ସୋଡିୟମ୍‌ର ମାତ୍ରା କମ୍‌ ହେବା ଦ୍ୱାରା ହାଇପର୍‌-ଟେନସନ୍‌ର ଆଶଙ୍କା କମ୍‌ ରହିଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ, ଯାହା କୋଲେଷ୍ଟ୍ରରଲ୍‌ ସହ ମିଶି ରକ୍ତର ଅବଶୋଷଣ କ୍ଷମତାକୁ କମ୍‌ କରିଥାଏ । ଫଳରେ ହୃଦ୍‌ରୋଗର ଆଶଙ୍କା କମ୍‌ ରହିଥାଏ । 

ଖଜରାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଟ୍ରାଇଗ୍ଲିସେରାଇଜଡ୍‌କୁ କମ୍‌ କରିବାରେ ସହଯୋଗ କରିଥାଏ । ରସୁଣରେ ରକ୍ତଚାପକୁ କମ୍‌ କରିବାର ଗୁଣ ରହିଥାଏ । ସେହିପରି ଶରୀରରେ ଥିବା ବାତ-କଫକୁ କମ୍‌ କରିବା ସହ ଅଦରକାରୀ ପଦାର୍ଥକୁ ନିଷ୍କାସିତ କରିଥାଏ । ରସୁଣ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମ୍‌ ହେବା ସହ ପାଚନ ତନ୍ତ୍ରରେ ସୁଧାର ଆସିଥାଏ । ସେହିପରି ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବା ସହ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । ବିଶେଷଜ୍ଞଙ୍କ ମତରେ ଯଦି ରକ୍ତଚାପ ସହ କୋଲେଷ୍ଟ୍ରରଲ୍‌ ବଢି ରହିଥାଏ, ତେବେ ଏକ କୋଲ ରସୁଣ ସହ ଗୋଟିଏ ଖଜରା ମିଶାଇ ଖାଇବା ଉଚିତ୍‌ । ଏହାକୁ ସକାଳେ ଖାଲି ପେଟରେ କିମ୍ବା ଖାଇବାର ଅଧା ଘଣ୍ଟା ପୂର୍ବରୁ ଖାଇବା ଉଚିତ୍‌ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.