PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଛେଳି ଚାଷ ନଷ୍ଟ କରିବା ଘଟଣାକୁ ନେଇ ମରଣାନ୍ତକ ଆକ୍ରମଣ

ମନମୁଣ୍ଡା, ୨୩/୯ :  ଛେଳି ଚାଷ ନଷ୍ଟ କରିଥିବା ଘଟଣାକୁ ନେଇ ମରଣାନ୍ତକ ଆକ୍ରମଣ କରାଯାଇଥିବା ଏକ ଅଭାବନୀୟ ଘଟଣା ଜାଣିବାକୁ ମିଳିଛି । ଏପରି ଘଟିଛି ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଗୁନ୍ଦୁଲିଆ ପଂଚାୟତ ଟୁନିଖମାର ଗ୍ରାମରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ରାଜୁ ସିଂଙ୍କ ଛେଳିମାନେ ପଂଚୁ ଦେହୁରୀଙ୍କ କପା ଓ ହରଡ଼ ଚାଷକୁ ବାରମ୍ବାର ନଷ୍ଟ କରି ଆସୁଥିଲେ । ଫଳରେ ପଞ୍ଚୁ ଏ ନେଇ ରାଜୁ ସିଂ ଙ୍କଠାରେ ବହୁବାର ଅଭିଯୋଗ କରିଥିବା ସତ୍ତ୍ୱେ ସେ ଛେଳିମାନଙ୍କୁ କାଇଦାରେ ରଖୁ ନ ଥିଲେ ।

ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଉକ୍ତ ଛେଳିମାନେ ଚାଷ ବିଲକୁ ପସି ନଷ୍ଟ କରୁଥିବା ପଞ୍ଚୁ ଦେଖିବାକୁ ପାଇଥିଲେ ଏବଂ ଛେଳିମାନଙ୍କୁ ରାଜୁ ସିଂ ଙ୍କ ଘରେ ଛାଡ଼ିଦେଇ ବାରମ୍ବାର କହିବା ସତ୍ତ୍ୱେ କାହିଁକି ଛେଳିମାନଙ୍କୁ ଛାଡୁଛ ବୋଲି କହିଥିଲେ। ଏତିକିରେ ରାଜୁ ପଥରରେ ପଞ୍ଚୁକୁ ମାରି ମୁଣ୍ଡ ଓ ମୁଁହ ଇତ୍ୟାଦି କ୍ଷତାକ୍ତ କରିଦେଇଥିଲା। ଏହା ଦେଖି ପଞ୍ଚୁର ଭାଇ ରବି, ହୃଷୀ, ଭଉଣୀ ସୁରଭି ମାଡ଼ ମନା କରିବା ସହ ପଂଚୁକୁ ଉଦ୍ଧାର କଲାବେଳେ ରାଜୁ ତାଙ୍କ ପରିବାରର ତ୍ରିଲୋଚନ ସିଂ, ବାବୁଲା ସିଂଙ୍କ ସହ ସଂଘବଦ୍ଧ ହୋଇ ସେଇ ମେଢା ଓ ପଥରରେ ମାଡ଼ ମାରିଥିଲେ।

ମାଡରେ ରବି ଓ ହୃଷୀର ମୁଣ୍ଡ ଏବଂ ସୁରଭିର ହାତ ଆଙ୍ଗୁଠି କ୍ଷତାକ୍ତ ହୋଇଯାଇଛି । ଏ ନେଇ ପଞ୍ଚୁ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଆଇଆଇସି ଗୋପୀନାଥ ପ୍ରଧାନଙ୍କ ଠାରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର