ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦିଲ୍ଲୀ ଏନସିଆର ବାୟୁରେ କେତେ ବିଷ ? ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ଖୁଲାସା..

Published By : Anindita Ratha | November 21, 2024 10:48 AM

ନୂଆଦିଲ୍ଲୀ,୨୧/୧୧: ରାଜଧାନୀ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ଯୋଗୁଁ ବିଗୁଡୁଛି ସ୍ଥିତି । ଅଣନିଶ୍ବାସୀ ରାଜଧାନୀବାସୀ । ଏପରି ପରିସ୍ଥିତି ଯେ ୭୫ ପ୍ରତିଶତ ପରିବାର ମଧ୍ୟରେ ଅତି କମରେ ଜଣେ ସଦସ୍ୟ ନିଶ୍ୱାସ, କାଶ କିମ୍ବା ମୁଣ୍ଡବିନ୍ଧା ଭଳି ରୋଗର ସମ୍ମୁଖୀନ ହେଉଛନ୍ତି ।  ଏକ ଅନଲାଇନ୍ କମ୍ୟୁନିଟି ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍ସ’ସର୍ଭେ ରିପୋର୍ଟ ଅନୁଯାୟୀ, ୫୮ ପ୍ରତିଶତ ପରିବାରଙ୍କ ମଧ୍ୟରୁ କିଛି ସଦସ୍ୟଙ୍କ ମୁଣ୍ଡବିନ୍ଧା ହେଉଥିବା ଅଭିଯୋଗ କରିଛନ୍ତି । ଏଥି ସହିତ, ୫୦ପ୍ରତିଶତ ପରିବାର ଅଛନ୍ତି ଯେଉଁଠାରେ ଜଣେ କିମ୍ବା ଅନ୍ୟ ସଦସ୍ୟ ଶ୍ୱାସକ୍ରିୟାରେ ସମ୍ମୁଖୀନ ହେଇଥିବା ଜଣାପଡିଛି । 

ଗୁରୁଗ୍ରାମ, ଦିଲ୍ଲୀ, ଫରିଦାବାଦ, ନୋଏଡା ଏବଂ ଗାଜିଆବାଦର ୨୧୦୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୩୭ ପ୍ରତିଶତ ମହିଳା ଏବଂ ୬୩ ପ୍ରତିଶତ ପୁରୁଷ ଅଂଶଗ୍ରହଣ କରିଥିଲେ । ଯେତେବେଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏହି ସର୍ଭେ ଆରମ୍ଭ ହୋଇଥିଲା ।  ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି । ତେବେ ପ୍ରଦୂଷଣକୁ ଏଡାଇବା ପାଇଁ  କୌଣସି ବ୍ୟବସ୍ଥା  ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନେ ଫଳ, ପନିପରିବା ଖାଇବା ସହ ପାଣି ପିଉଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.