ପ୍ରମୁଖ ଖବର
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଟ୍ରାକ୍ଟର ପରେଡ୍‌ ପରେ ଆକ୍ସନ ମୋଡରେ ଦିଲ୍ଲୀ ପୁଲିସ, ହିଂସାକାଣ୍ଡକୁ ନେଇ ଦାୟର ହେଲା ୭ଟି ଏତଲା

ନୂଆଦିଲ୍ଲୀ,୨୭/ ୦୧: ନୂଆ କୃଷି ଆଇନ୍‌କୁ ବିରୋଧ କରି ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ପରେଡ କରିଥିଲେ ଆନ୍ଦୋଳନରତ କୃଷକ। ଗତକାଲି (ମଙ୍ଗଳବାର) ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନରତ କୃଷକ ମାନେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍‌ କରିଥିଲେ। ପରେ ରାଜଧାନୀ ଦିଲ୍ଲୀ ଓ ପାଖାପାଖୀ ଅଞ୍ଚଳରୁ ଯେଉଁ ଚିତ୍ର ବା ଫଟୋ ସାମ୍ନାକୁ ଆସୁଛି ତାହା ଦେଖିଲେ ଯଣା ପଡ଼ୁଛି ଯେ, ଟ୍ରାକ୍ଟର ରାଲି ନାମରେ ହିଂସାକାଣ୍ଡ କରାଯାଉଥିଲା। କୃଷକ ନେତାଙ୍କ ଉତ୍ପାତ ପରେ ଦିଲ୍ଲୀ ପୁଲିସ ଆକ୍ସନ୍‌ ମୁଡରେ। ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ଟ୍ରାକ୍ଟର ପରେଡରେ ଯେଉଁ କୃଷକ ମାନେ ଯେଉଁ ଉନ୍ମୁକ୍ତ କାଣ୍ଡ ଭିଆଇ ଥିଲେ ସେ ନେଇ ୭ଟି ଏତଲା ଦାୟର କରିଛି ଦିଲ୍ଲୀ ପୁଲିସ।

ଦିଲ୍ଲୀ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ପୂର୍ବ ଜିଲ୍ଲାରେ ତିନୋଟି ଏତଲା ଦାୟର ହୋଇଥିବା ବେଳେ ଦ୍ବାରାକାରେ ୩ ଓ ଶାହଦରା ଜିଲ୍ଲାରେ ଗୋଟିଏ ଏତଲା ପୁଲିସ ପକ୍ଷରୁ ଦାୟର କରାଯାଇଛି। ଏଥିସହିତ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ ନୂଆ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ମାର୍ଚ୍ଚ ବେଳେ ଘଟିଥିବା ହିଂସାକାଣ୍ଡରେ ପାଖାପାଖୀ ୮୬ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏଥିସହିତ ଜଣଙ୍କ ଉପରେ ଟ୍ରାକ୍ଟର ଓଲଟିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦିଲ୍ଲୀ ପୁଲିସ।

ଦିଲ୍ଲୀ ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଯବାନମାନେ ସମସ୍ତ ସର୍ତ୍ତ ଅନୁପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ। ହେଲେ ଆନ୍ଦୋଳନରତ କୃଷକ ମାନେ ନିର୍ଦ୍ଦାରିତ ସମୟ ପୂର୍ବରୁ ଟ୍ରାକ୍ଟର ମାର୍ଚ୍ଚ ଆରମ୍ଭ କରିଦେଇଥିଲେ। ଯାହାଫଳରେ ତାଙ୍କୁ ରୋକିବା କଷ୍ଟକର ହୋଇ ଯାଇଥିଲା।

ଅପରପକ୍ଷେ ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୟାନକ ଭାବେ ଟ୍ରାକ୍ଟର ଚଳାଇ ପୁଲିସ ଉପରକୁ ଆକ୍ରମଣ ପାଇଁ ପ୍ରୟାସ କରାଯାଇଥିଲା। ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସାଧାରଣ ଜନତାଙ୍କ ସମ୍ପତ୍ତି ମଧ୍ୟ ଏଥିରେ ନଷ୍ଟ ହୋଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.