PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ବେଡ଼୍‌ ଅଭାବ, ଚଟାଣରେ ପ୍ରସବ: ଏସ୍‌ସିବିରେ ସୁରକ୍ଷିତ ମାତୃତ୍ୱ ନେଇ ପ୍ରଶ୍ନବାଚୀ

source:http://www.odishabytes.com

କଟକ,୬ା୨(ବ୍ୟୁରୋ): ଏସ୍‌ସିବି ମେଡିକାଲ୍‌ର ପ୍ରସୂତି ବିଭାଗରେ ପ୍ରସବ ପାଇଁ ଲେବର୍‌ ରୁମ୍‌ରେ ରହିଛି ୧୦ଟି ବେଡ୍‌ । ମାତ୍ର ଏସ୍‌ସିବି ଲେବର୍‌ ରୁମ୍‌କୁ ସୁରକ୍ଷିତ ପ୍ରସବ ପାଇଁ ପ୍ରତିଦିନ ଆସୁଛନ୍ତି ପ୍ରାୟ ଶହେରୁ ଦେଢ଼ ଶହ ପ୍ରସୂତି । ସେଥିରୁ ଦୈନିକ ୩୦ରୁ ୩୫ ଜଣ ପ୍ରସୂତି ଲେବର୍‌ ରୁମ୍‌ରେ ପ୍ରସବ କରୁଛନ୍ତି । ଏତେ କମ୍‌ ସଂଖ୍ୟକ ଲେବର୍‌ ବେଡ୍‌ରେ ପ୍ରତିଦିନ କିପରି ପ୍ରସୂତିମାନେ ପ୍ରସବ କରୁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲେବର୍‌ ବେଡ୍‌ ଅଭାବରୁ ରାଜ୍ୟର ଏହି ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନର ପ୍ରସୂତି ଗୃହରେ ପ୍ରସୂତିମାନେ ଚଟାଣରେ ପଡ଼ି ପ୍ରସବ କରୁଛନ୍ତି ।
ମାତୃ ମୃତ୍ୟୁ ହାର ଏବଂ ଶିଶୁ ମୃତ୍ୟୁ ହାର ରୋକିବା ଲାଗି ସୁରକ୍ଷିତ ପ୍ରସବ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ସରକାର ଏଥିନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଏସ୍‌ସିବି ଡାକ୍ତରଖାନା ପରି ରାଜ୍ୟର ଏକ ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନରେ ପ୍ରସୂତିମାନେ ଅସୁରକ୍ଷିତ ଭାବେ ପ୍ରସବ କରୁଥିବାର ଜଣାପଡିଛି । ପ୍ରସବ ଗୃହ (ଲେବର୍‌ ରୁମ୍‌)ରେ ଲେବର୍‌ ଟେବୁଲ୍‌ ଅଭାବରୁ ପ୍ରସୂତୀମାନେ ଚଟାଣରେ ପ୍ରସବ କରିବା ଭଳିି ଲଜ୍ୟାକର ଘଟଣା ଲୋକଲୋଚନକୁ ଆସୁଛି । ଏପରିସ୍ଥଳେ ମା’ ଏବଂ ନବଜାତକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷିତ ପ୍ରସବ ପାଇଁ ଯେଉଁ ହାରରେ ପ୍ରସୂତି ଏସ୍‌ସିବିକୁ ଆସୁଛନ୍ତି, ସେହି ହାରରେ ଉକ୍ତ ପ୍ରସୂତି ଗୃହରେ ଭିତ୍ତିଭୂମି ନାହିଁ । ଭୂତ୍ତିଭୂମି ଅଭାବ ଯୋଗୁ ୍‌ଏବେ ପ୍ରସୂତି ଗୃହରେ ମାତ୍ର ୧୦ଟି ଲେବର୍‌ ବେଡ୍‌ ରହିଛି । ତେଣୁ ପ୍ରସୂତିମାନେ ପ୍ରସବ ପାଇଁ ହୀନସ୍ତା ହେଉଛନ୍ତି । ସେହିପରି ଅପରେସନ୍‌ ଦ୍ୱାରା ପ୍ରସବ କରାଯାଉଥିବା ଅସ୍ତ୍ରୋପଚାର ଗୃହ(ଅପରେସନ୍‌ ଥିଏଟର୍‌)ରେ ମାତ୍ର ୪ଟି ବେଡ୍‌ ରହିଛି । ଏଠାରେ ଦିନକୁ କିନ୍ତୁ ପ୍ରାୟ ୧୦ରୁ ୧୫ ଜଣ ପ୍ରସୂତିଙ୍କର ଅପରେସନ୍‌ କରାଯାଇ ପ୍ରସବ କରାଯାଉଥିବାର ସୂଚନା ମଳିଛି ।
ସେହିଭଳି କମ୍‌ ସଂଖ୍ୟକ ଓଟି ଟେବୁଲ୍‌ରେ କିପରି ପ୍ରସୂତିମାନଙ୍କର ଅପରେସନ୍‌ କରାଯାଇ ପ୍ରସବ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଚଟାଣରେ ପ୍ରସବ କରାଇବା ଦ୍ୱାରା ଅଧିକାଂଶ ସମୟରେ ପ୍ରସୂତି ଏବଂ ନବଜାତକ ବିପଦରେ ପଡୁଥିବା ଜଣାପଡ଼ିଛି । ଏକଥାକୁ ଜଣେ ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗର ଡାକ୍ତର ମଧ୍ୟ ସ୍ୱୀକାର କରିଛନ୍ତି ।
ମିଳିଥିବା ସୂଚନାନୁସାରେ ୨୦୧୭ ମସିହାରେ ଏସ୍‌ସିବି ପ୍ରସୂତି ଗୃହରେ ୧୦ ହଜାର ୬୦୪ ଜଣ ପ୍ରସୂତି ପ୍ରସବ କରିଥିଲେ । ପ୍ରସବ କରିଥିବା ପ୍ରସୂତିଙ୍କ ମଧ୍ୟରୁ ୯୯ ଜଣ କୌଣସି ମୃତ୍ୟୁ ଘଟିଥିଲା । ସେହିପରି ୨୦୧୮ରେ ୧୦ ହଜାର ୭୧୦ ଜଣ ପ୍ରସୂତି ପ୍ରସବ କରିଥିବା ବେଳେ ସେଥିରୁ ୧୦୧ ଜଣ ଅକାଳରେ ଏଠାରେ ଆଖିବୁଜିଥିଲେ । ସେହିପରି ୨୦୧୭ରେ ଏସ୍‌ସିବିରେ ଜନ୍ମ ପରେ ଏସ୍‌ଏନ୍‌ସିୟୁରେ ଭର୍ତ୍ତି ହୋଇଥିବା ୧୯୯୩ ନବାଜାତକଙ୍କ ମଧ୍ୟରୁ ୧୫୫୫ ଜଣ ସୁସ୍ଥ ମା’ କୋଳକୁ ଫେରିଥିବା ବେଳେ ୧୧୫ ଜଣ ଆଖିବୁଜିଥିଲେ । ୨୦୧୮ରେ ୧୮୭୮ ନବଜାତକଙ୍କ ମଧ୍ୟରୁ ୧୫୩୫ ନବଜାତକ ଏସ୍‌ଏନ୍‌ସିୟୁରୁ ଡିସ୍‌ଚାର୍ଜ ହୋଇ ମା’ କୋଳକୁ ଫେରିଥିବା ବେଳେ ୯୪ ନବଜାତକ ଆଖି ବୁଜିଥିଲେ ।