ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ହସ୍ତଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ଏକତା ଦ୍ବାରା ବିକାଶ ସମ୍ଭବ

ଫିରିଙ୍ଗିଆ-୧୩/୫ : ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା କାରିଗର ସମାବେଶ ଅନୁଷ୍ଠିତ  ହୋଇଯାଇଛି। ଏହି ସମାବେଶର ମୁଖ୍ୟ ଅତିଥୀ ଭାବେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଯୋଗ ଦେଇ ଓଡିଶା ଶିଳ୍ପୀ ମହାସଂଘର ସୁଦୀର୍ଘ ଲଢେଇର ସ୍ମୃତିଚାରଣ କରିବା ସହ ଗୋଟିଏ ଫଳ ତଳେ ଏକାଠି ହୋଇ ଲଢେଇ ଜାରୀ ରଖିବାକୁ ଉପସ୍ଥିତ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଅନୁରୋଧ ଜଣାଇଥିଲେ । ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କରଙ୍କ ସଂଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀ ଭାବେ ସଂଗଠନ ସଂପାଦିକ। ସରୋଜିନୀ ଦାସ, ମହାସଂଘର ଉପଦେଷ୍ଟା। ସିଦ୍ଧାର୍ଥ ଘୋଷ, କନ୍ଧମାଳ ଜିଲ୍ଲା ସଭାପତି ସଂଯୁକ୍ତା ବିଶୋୟୀ, ସଂପାଦକ ଆଲୋକ ବେହେରା, କୋଷାଧ୍ୟକ୍ଷ ମାଧବ ସାହୁ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ ।

ଗତ ଫେବୃୟାରୀ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ବୁଣାକାର ଓ କାରିଗର ପାଇଁ ମାସିକ ଆର୍ଥିକ ସହାୟତା ଯୋଜନା ଘୋଷଣା କରାଯାଇଛି । ଏହା କାରିଗର ଓ ବୁଣାକାରଙ୍କ ଏକତା ପାଇଁ ସମ୍ଭବ ହୋଇପାରିଛି ବୋଲି ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି କହିଛନ୍ତି ।  ଆଜିର ସମାବେଶରେ ଏହି ମାସିକ ଆର୍ଥିକ ସହାୟତା ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବୀ କରାଯାଇଥିଲା ।ଏହି ସମାବେଶରେ ମାରା କନ୍ଧମାଳ ଜିଲ୍ଲାରୁ ତିନିଶହରୁ ଉଦ୍ଧ ହସ୍ତଶିଳ୍ପୀ ସାମିଲ ହୋଇଥିଲେ । ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟଙ୍ଗଳନ କର ମଂଚ ପରିଚାଳନା କରିଥିବାବେଳେ କନ୍ଧମାଳ ଜିଲ୍ଲା ସଭାପତି ସଂଯୁକ୍ତ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ସାଗର ନାୟକ, ପୂର୍ଣଚନ୍ଦ୍ର ଋଣା, ସନ୍ତ୍ରରୁ ପାରାଶେଠ, କୁସୁମ କୁଅଁର, ଆଳତୀ ଜାନୀ, ମାଳତୀ ଜାନୀ, ବାନୁ ନାୟକ, ଶୁଷମା ମହାରଥା, ସୌଦାମିନା ରାଜୁ ପ୍ରମୁଖ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.