ଗୁଣ୍ଡିଚା ମନ୍ଦିର ନିକଟରେ ଭକ୍ତଙ୍କୁ ପୋଲିସର ନାଲି ଆଖି, ଭିଡିଓ ଭାଇରାଲ

ପୁରୀ, ୩/୭: ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ନାଲି ଆଖି ଦେଖାଉଛି ପୋଲିସ। ଆଡପ ମଣ୍ଡପରେ ମହାପ୍ରଭୁ ଭକ୍ତଙ୍କୁ ଦୁଇବର୍ଷ ପରେ ଦର୍ଶନ ଦେଉଥିବାବେଳେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
କିନ୍ତୁ ଏହାର ସମ୍ପୁର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି ଗୁଣ୍ଡିଚା ମନ୍ଦିର ନିକଟରେ। ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ପୋଲିସ ନାଲି ଆଖି ଦେଖାଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଭକ୍ତଙ୍କ ଉପରକୁ ଚିହିଁକି ଉଠୁଛନ୍ତି ପୋଲିସ ବାବୁ। ଏଭଳି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଖାକି ପୋଷାକଧାରୀଙ୍କ ଏଭଳି ଦୁର୍ବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।