ପ୍ରମୁଖ ଖବର
  • ଜୟପୁର: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ
  • ||
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

IPLରେ ଇତିହାସ ରଚିବେ ଧୋନି, ଏଭଳି କରିବାରେ ହେବେ ପ୍ରଥମ କ୍ରିକେଟର୍

ଅହମଦାବାଦ ୨୯/ ୦୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩ର ଫାଇନାଲ ମୁକାବିଲା ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି । ରବିବାର ବର୍ଷା କାରଣରୁ ଫାଇନାଲ ମ୍ୟାଚ୍‌ ଧୋଇଯିବା ପରେ ରିଜର୍ଭ ଡେ' ଭାବେ ସୋମବାରକୁ ସିପ୍ଟି କରାଯାଇଥିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖଚାଖଚ୍‌ ଭରା ପ୍ରଶଂସକଙ୍କ ମଧ୍ୟରେ ଖେଳାଯିବ ଗ୍ରାଣ୍ଡ ଫାଇନାଲ । ଆଜି ବି ବର୍ଷା ଆଶଙ୍କା ଥିଲେ ମଧ୍ୟ ଦର୍ଶକ ଉତ୍ସାହିତ ହୋଇ ଅଛନ୍ତି । ବିଶେଷ କରି ଧୋନିଙ୍କ ଦେଖିବା ପାଇଁ ପ୍ରଶଂସକମାନେ ବର୍ଷାକୁ ବି ଖାତିର କରୁନାହାନ୍ତି ।

{"width":837,"height":470}
It's sad for me to sit and…': Ex-CSK star furiously reacts to 'Dhoni'  question | Cricket - Hindustan Times
Social Media

ଚେନ୍ନାଇ ସୁପର୍‌ କିଙ୍ଗସ୍‌ ୫ ଥର ପାଇଁ ଟାଇଟଲ୍‌ ହାତେଇବା ପାଇଁ ପଡିଆକୁ ଓହ୍ଲାଇବାକୁ ଯାଉଛି । ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ୨ୟ ଥର ଟ୍ରଫି ହାତେଇବାକୁ ପ୍ରୟାସ କରିବ । କିନ୍ତୁ ଧୋନି ବାହିନୀ ଆଗରେ ମ୍ୟାଚ୍‌ ଉପରେ କବ୍‌ଜା କରିବା ପାଣ୍ଡ୍ୟା ବାହିନୀ ପାଇଁ ନିହାତି ଭାବେ କଷ୍ଟକର ହେବ । ତେବେ ଆଜିର ମ୍ୟାଚ୍‌ରେ ରେକର୍ଡ କରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି । ଯାହା କି ଆଇପିଏଲରେ ଇତିହାସ ହୋଇ ରହିବ ।

{"width":836,"height":470}
IPL 2023 CSK vs LSG Mark Wood stunned by MS Dhoni first reaction about two  sixes - IPL 2023 CSK vs LSG: मार्क वुड के एमएस धोनी ने उड़ाए होश, दो छक्कों
Social Media

ଆଇପିଏଲ କ୍ୟାରିୟରରେ ଆଜି ୨୫୦ତମ ମୁକାବିଲା ଖେଳିବାକୁ ଯାଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ବିଶ୍ବର ସବୁଠାରୁ ଧନୀ ଲିଗ୍‌ ଆଇପିଏଲ ଇତିହାସରେ ୨୫୦ଟି ମ୍ୟାଚ୍‌ ଖେଳିବାରେ ଧୋନି ପ୍ରଥମ ଖେଳାଳି ହୋଇଯିବେ । ଆଉ ଇତିହାସ ପୃଷ୍ଠାରେ ତାହା ଲିପିବଦ୍ଧ ହୋଇ ରହିବ । ଧୋନିଙ୍କ ପରେ ରୋହିତ ଶର୍ମା ୨ୟ ରେ ରହିଛନ୍ତି । ରୋହିତ ବର୍ତ୍ତମାନ ସୁଦ୍ଧା ୨୪୩ଟି ମୁକାବିଲା ଖେଳି ସାରିଛନ୍ତି । କେବଳ ମ୍ୟାଚ୍‌ ଖେଳିବାରେ ନୁହେଁ ଆଇପିଏଲ୍‌ ଟ୍ରଫି ହାତେଇବାରେ ମଧ୍ୟ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଯିବେ ଧୋନି । ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଟ୍ରଫି ହାତେଇଥିବା ବେଳେ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର୍‌ କିଙ୍ଗସ୍ ୪ ଥର ଜିତିଛି ।

You can read:

wp:embed {"url":"https://www.prameya.com/only-congress-mla-of-west-bengal-congress-joined-tmc-on-monday/","type":"wp-embed","providerNameSlug":"prameya"}
https://www.prameya.com/only-congress-mla-of-west-bengal-congress-joined-tmc-on-monday/
/wp:embed

IPLରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା କ୍ରିକେଟର

wp:list
  • ମହେନ୍ଦ୍ର ସିଂହ ଧୋନି-୨୪୯ ମ୍ୟାଚ (ଚେନ୍ନାଇ ଓ ପୁଣେ)
  • ରୋହିତ ଶର୍ମା-୨୪୩ ମ୍ୟାଚ୍‌ (ମୁମ୍ବାଇ ଓ ଡେକାନ୍‌ ଚାର୍ଜସ)
  • ଦିନେଶ କାର୍ତ୍ତିକ-୨୪୨ ମ୍ୟାଚ୍‌ (ଦିଲ୍ଲୀ, କୋଲକାତା, ପଞ୍ଜାବ, ମୁମ୍ବାଇ ଓ ବେଙ୍ଗାଲୁରୁ)
  • ବିରାଟ କୋହଲି-୨୩୭ ମ୍ୟାଚ୍‌ (ବେଙ୍ଗାଲୁରୁ)
  • ରବିନ୍ଦ୍ର ଜାଡେଜା-୨୨୫ ମ୍ୟାଚ୍‌ (ଚେନ୍ନାଇ, ଗୁଜରାଟ ଲାୟନ୍ସ, କୋଚି ଏବଂ ରାଜସ୍ଥାନ)
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.