ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଦୁର୍ଗମ ଅଂଚଳରେ ଡିଜିଟାଲ କ୍ରାନ୍ତି : ଜିଓ ଡିଜିଟାଲ ସେବାର ସୁଫଳ ଏବେ ଓଡିଶାର ୪୭୦୦୦ରୁ ଅଧିକ ଗାଁରେ ଉପଲବ୍ଧ

ଭୁବନେଶ୍ୱର,୨୭/୮  : ଡିଜିଟାଲ୍‌ ଅନ୍ତର୍ଭୂକ୍ତିକରଣକୁ ତ୍ୱରାନ୍ୱିତ କରିବା ଏବଂ ଡିଜିଟାଲ୍‌ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମ ଗୁଡିକୁ ଡିଜିଟାଲ ସେବା ସହିତ ସଂଯୁକ୍ତ କରିଛି । ସମସ୍ତ ସ୍ଥାନରେ ବିଶ୍ୱ ସ୍ତରୀୟ ଡାଟା ସେବା ଉପଲବ୍ଧ କରାଇବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ପୂର୍ବରୁ ଆଧୁନିକ ଯୋଗାଯୋଗ ଭିତ୍ତିଭୂମିର ଅଭାବ ରହିଥିବା ଅଂଚଳଗୁଡିକରେ ଜିଓ ଦ୍ରୁତ ଗତିରେ ୪ଜି / ୫ଜି ନେଟୱାର୍କ ସ୍ଥାପନ ଜାରି ରଖିଛି ।

ବିବିଧ ଭୌଗଳିକ ଆହ୍ୱାନ ଓ ବାଧାବିଘ୍ନ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ବିଶ୍ୱସ୍ତରୀୟ ନେଟୱାର୍କକୁ ଓଡିଶାର ୪୭୦୦୦ରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏବେବି ଅପହଞ୍ଚ ରହିଥିବା ରାଜ୍ୟର ଅନ୍ୟାନ୍ୟ ସୁଦୂର ତଥା ଦୁର୍ଗମ ଗ୍ରାମଗୁଡ଼ିକରେ ଦ୍ରୁତ ଗତିରେ ନେଟୱାର୍କ ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛି । ରାଜ୍ୟର ଅନେକ ସୁଦୂର ଦୁର୍ଗମ ଗ୍ରାମରେ ଜିଓର ୪ଜି / ୫ଜି ନେଟୱାର୍କ ଲୋକଙ୍କ ପାଇଁ ଉପଲବ୍ଧ ଏକମାତ୍ର ଡିଜିଟାଲ ନେଟୱାର୍କ ହୋଇଛି । ଜିଓର ନିର୍ଭରଯୋଗ୍ୟ ଡାଟା ନେଟୱାର୍କ ଏହି ଦୁର୍ଗମ ଅଂଚଳର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କର ତ୍ୱରିତ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିଛି ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ ଜିଓ ଓଡ଼ିଶାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହାର ହାଇ ସ୍ପିଡ୍‌ ଡାଟା ନେଟୱାର୍କ ସ୍ଥାପନ କାର୍ଯ୍ୟ ଜାରି ରଖିଛି । ଏହି ମହତ୍ୱାକାଂକ୍ଷୀ ମିଶନର ଲକ୍ଷ୍ୟ ହେଉଛି ଉତ୍ତମ ଡିଜିଟାଲ ଯୋଗାଯୋଗ ସେବାରୁ ବିଚ୍ଛିନ୍ନ ରହିଥିବା ସମୁଦାୟ ଗୁଡିକୁ ଜିଓ ଡିଜିଟାଲ ସେବା ମାଧ୍ୟମରେ ସଂଯୁକ୍ତ କରି ଡିଜିଟାଲ୍‌ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢାଇବା ଏବଂ ସମସ୍ତଙ୍କ ପାଇଁ ଉତ୍ତମ ଯୋଗାଯୋଗ ସାଧନର ସୁଯୋଗ ଉପଲବ୍ଧ କରାଇବା ।

ଏହି ଦୁର୍ଗମ ଗ୍ରାମଗୁଡିକରେ ମୋବାଇଲ୍‌ ଏବଂ ଡାଟା ସେବାର ପ୍ରବର୍ତ୍ତନ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବେଶ ଆଦୃତ ଏବଂ ପ୍ରଶଂସିତ ହୋଇଛି । ଅନେକ ଗ୍ରାମବାସୀଙ୍କ ପାଇଁ ଏହା ପ୍ରଥମ ଥର ପାଇଁ ଡିଜିଟାଲ୍‌ ସଂଯୋଗର ଲାଭ ଆଣିଦେଇଛି । ଏହା ଦ୍ୱାରା ସେମାନଙ୍କ ପାଖରେ ଡିଜିଟାଲ୍‌ ସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍‌ ଏବଂ ଅନ୍ୟାନ୍ୟ ଆର୍ôଥକ ସେବା ପହଞ୍ଚିବା ସହଜ ହୋଇଛି ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ଅର୍ଥନୈତିକ ସୁଯୋଗରେ ବୃଦ୍ଧି ଘଟିଛି । ଏଥିସହିତ ଏସବୁ ଅଂଚଳର ବାସିନ୍ଦାମାନେ ଏବେ ଦୂରରେ ରହୁଥିବା ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କ ସହିତ ସହଜରେ ସବୁସମୟରେ ଯୋଗାଯୋଗରେ ରହିପାରିବ ସହିତ ସଦ୍ୟତମ ସୂଚନା ପାଇବା ପାଇଁ ନୂଆ ବାଟ ଖୋଲିଛି ।

ବଣପାହାଡ଼ ଘେରା କନ୍ଧମାଳ ଜିଲ୍ଲାର କଲିଙ୍ଗି, ସୁଲୁମାହା, ଜାଡାଙ୍ଗୀ ଭଳି ସଂଯୋଗ ହୋଇନଥିବା ଗ୍ରାମ ହେଉ କିମ୍ବା କଳାହାଣ୍ଡିର କର୍ଲାପାଟ, କିଆପଦର ଏବଂ କାଣିଗୁମା ଗ୍ରାମପଞ୍ଚାୟତର ଘଞ୍ଚଜଙ୍ଗଲ ଆଚ୍ଛାଦିତ ସୁଦୂର ଗ୍ରାମ ହେଉ, ଦୁର୍ଗମ ଅଂଚଳରେ ଡିଜିଟାଲ ରୂପାନ୍ତରଣର ଆରମ୍ଭ ହୋଇଛି । ମୋବାଇଲ ନେଟୱାର୍କ ସହିତ ଜିଓ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବା ମାଧ୍ୟମରେ ଶହ ଶହ ଦୁର୍ଗମ ଗାଁରେ ନିର୍ଭରଯୋଗ୍ୟ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇଛି । ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍‌ ଅପ୍ଟିକାଲ୍‌-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି । ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍‌, ସ୍ମାର୍ଟ ହୋମ୍‌ ସେବା ଏବଂ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି  । ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍‌ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି   । ସାରା ଓଡ଼ିଶାରେ ଏବେ ୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଉପଭୋକ୍ତା ରହିଛନ୍ତି । ଜିଓ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଏହି ଦାବି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.