PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କପିଳାସ ସିମେଣ୍ଟରେ ଖୋଲିଲା ‘ଦୀକ୍ଷା କେନ୍ଦ୍ର’

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଦକ୍ଷତା ବିକାଶ ମାଧ୍ୟମରେ ଜୀବନଜୀବିକା ଯୋଗାଇବା ଉଦ୍ଦେଶ୍ୟରେ ଡାଲମିଆ ଭାରତ ଫାଉଣ୍ଡେସନ୍‌ ପକ୍ଷରୁ କଟକ ଟାଙ୍ଗୀସ୍ଥିତ କପିଳାସ ସିମେଣ୍ଟ ମାନୁଫାକ୍‌ଚରିଂ ୱାର୍କସ୍‌ ପରିସରରେ ‘ଦୀକ୍ଷା କେନ୍ଦ୍ର’ ଖୋଲାଯାଇଛି । ଏହା ଡାଲମିଆ ଭାରତ ଫାଉଣ୍ଡେସନର ଷଷ୍ଠ ଦୀକ୍ଷା କେନ୍ଦ୍ର । ଦୀକ୍ଷା କେନ୍ଦ୍ର ହେଉଛି ଡାଲମିଆ ଭାରତ ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ହୋଇଥିବା ଏମଓୟୁର ଅଂଶ ବିଶେଷ । ଏହା ଜରିଆରେ ଆଗାମୀ ୧୦ ବର୍ଷ ମଧ୍ୟରେ ୬୦,୦୦୦ ଯୁବପୀଢ଼ିଙ୍କୁ କୁଶଳୀ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । କପିଳାସ ସିମେଣ୍ଟ ଦୀକ୍ଷା କେନ୍ଦ୍ରରେ ଦୁଇଟି ବୃତ୍ତି ଯଥା ବେଡ୍‌ ସାଇଡ୍‌ ଆଟେଣ୍ଡାଣ୍ଟ ଓ ସିଲାଇ ମେସିନ ଅପରେଟରେ ୩୦ଜଣ ଲେଖା ଛାତ୍ର ଛାତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଭବିଷ୍ୟତରେ ଏହାର କାୟା ବୃଦ୍ଧି କରାଯିବାର ଯୋଜନା ରହିଛି । ଦୀକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଷଷ୍ଠ ଦକ୍ଷତା ବିକାଶ କେନ୍ଦ୍ରକୁ ଡାଲମିଆ ଭାରତ ଫାଉଣ୍ଡେସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମିଳିତ ସହଯୋଗରେ ପ୍ରତିଷ୍ଠା କରାଯାଇଛି । ରାଜ୍ୟର ଅଗ୍ରଣୀ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଭାବେ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ରାଉରକେଲା, ରାଜଗାଙ୍ଗପୁର,ଝାରସୁଗୁଡ଼ା, ଦେଓଗଡ଼ ଓ ବାର୍‌କୋଟଠାରେ ବେଡ୍‌ସାଇଡ୍‌ ଆଟେଣ୍ଡାଣ୍ଟ, ରିଟେଲ ସେଲ୍‌ସ, ଇଲେକ୍ଟ୍ରିସିଆନ, ବିୟୁଟି ଓ ୱେଲନେସ୍‌, ସିଲାଇ ମେସିନ୍‌ ଅପରେଟର ଆଦି ବିଷୟରେ ଟ୍ରେନିଂ ଦିଆଯାଉଛି । ଫାଉଣ୍ଡେସନ ପକ୍ଷରୁ ୧୦୬୫ ଯୁବାଙ୍କୁ ଏହି ଆର୍ଥକ ବର୍ଷରେ କୁଶଳୀ କରାଯାଇ ୭୦ ଭାଗଙ୍କୁ ନିୟୋଜିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡାଲମିଆ ଭାରତ ଫାଉଣ୍ଡେସନ ମୁଖ୍ୟ ପରିଚାଳନା ଅଧିକାରୀ ଉଜ୍ଜ୍ୱଳ ବତ୍ରିଆ ସୂଚନା ଦେଇଛନ୍ତି । ଏ ଅବସରରେ କପିଳାସ ସିମେଣ୍ଟ ମାନୁଫାକ୍‌ଚରିଂ ୱାର୍କସ୍‌ର କାରଖାନା ମୁଖ୍ୟ ମନୋରଂଜନ ସାହୁ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର