ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଏମ୍‌କେସିଜିରେ ଆଉ ଜଣେ ଡିଫ୍‌ଥେରିଆ ରୋଗୀଙ୍କ ମୃତ୍ୟୁ

ବ୍ରହ୍ମପୁର, ୨୮/୦୬: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଉ ଜଣେ ଡିଫ୍‌ଥେରିଆ ରୋଗୀଙ୍କ ମୃତ୍ୟୁ ହୋଇଛି ।ମୃତକ କୋରାପୁଟ ଜିଲ୍ଲା ନାରାୟଣପାଟଣାର ବୋଲି ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ନରେନ୍ଦ୍ର ବେହେରା କରିଛନ୍ତି । ରୋଗୀର ବୟସ ୮ବର୍ଷ ହେବ । ସେ ଗତକାଲି କୋରାପୁଟ ଡାକ୍ତରଖାନାରୁ  ଏଠାକୁ ଏମ୍‌କେସିଜି ସ୍ଥାନାନ୍ତର ହୋଇଥିଲେ । ସନ୍ଧ୍ୟାରେ ଏମ୍‌କେସିଜିରେ  ପହଞ୍ଚିବା ପରେ ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା । ପରେ ଭେଣ୍ଟିଲେଟରକୁ  ନିଆଯାଉଥିଲା । ଏହି ସମୟ ଭିତରେ ରୋଗୀର ମୃତ୍ୟୁ ହୋଇଥିଲା । ଆସିବା  ବେଳେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା ବୋଲି ସେ କହିଛନ୍ତି । ବର୍ତ୍ତମାନ  ରାୟଗଡ଼ାରୁ ବିଶେଷ ରୋଗୀ ଆସୁନାହାନ୍ତି । କୋରାପୁଟରେ କିଛି ରୋଗୀ  ଥିବା ପ୍ରଫେସର ବେହେରା କହିଛନ୍ତି । 

ସୂଚନାଯୋଗ୍ୟ ଏହି ମୃତ୍ୟୁକୁ  ମିଶାଇ ଏମ୍‌କେସିଜିରେ ୩ଜଣ ଡିଫ୍‌ଥେରିଆ ରୋଗୀଙ୍କ ମୃତ୍ୟୁ ହେଲାଣି ।  ଗତ ୧୨ତାରିଖରୁ କୋରାପୁଟ ଓ ରାୟଗଡ଼ା ଅଞ୍ଚଳରୁ ଏଠାକୁ ରୋଗୀ ଆସୁଥିଲେ । ମୋଟ ୬ଜଣ ରୋଗୀ ଆସିଥିବା ବେଳେ ୩ଜଣଙ୍କ ମୃତ୍ୟୁ  ହେଲାଣି ଏବଂ ଆଉ ୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.