PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ସାଂସଦ ଅନୁଭବଙ୍କ ନୂଆ ଭିଡିଓକୁ ନେଇ ଚର୍ଚ୍ଚା, ‘ମୋତେ ତଳିତଳାନ୍ତ କରିବାକୁ ବଡ଼ ଶକ୍ତି କାମ କରୁଛି’

କଟକ,୨୦/୫ : ‘ମୋତେ ଓ ମୋ ପରିବାରକୁ ବଦ୍‌ନାମ୍‌ ତଥା ତଳିତଳାନ୍ତ କରିବାକୁ ଉଦ୍ୟମ ହେଉଛି । ଏକ ବଡ଼ ଶକ୍ତି ବା ପାୱାର ସେଣ୍ଟର୍‌ ଏଭଳି କରୁଛି । ଭଗବାନ ଅଛନ୍ତି, ସବୁ ଦେଖୁଛନ୍ତି । ମୁଁ ନ୍ୟାୟରେ ଅଛି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ମୋତେ ଯେଉଁମାନେ ଏଭଳି ଦୁଃଖ ଦେଉଛନ୍ତି ସେମାନେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ।’ – ବୈବାହିକ ବିବାଦ ଓ ଅଶାନ୍ତିରେ ଘାଣ୍ଟି ହେଉଥିବା କେନ୍ଦ୍ରାପଡ଼ା ସାଂସଦ ତଥା ଷ୍ଟାର୍‌ ଅଭିନେତା ଅନୁଭବ ମହାନ୍ତି ଗୁରୁବାର କୋହଭରା କଣ୍ଠରେ ଏଭଳି କିଛି କହିଛନ୍ତି । ଏହି ଭିଡିଓକୁ ସେ ନିଜେ ସୁଟ୍‌ କରି ନିଜ ମନର କଥାକୁ ପ୍ରଶଂସକଙ୍କ ସାମ୍ନାରେ ରଖିଛନ୍ତି, ଯାହା ଭାଇରାଲ୍‌ ହେବା ପରେ ଚର୍ଚ୍ଚିତ ହୋଇଛି ।

ସେ କହିଛନ୍ତି, ‘୨୦୦୮ ମସିହାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭଲ ପାଇଥିଲି । ହେଲେ ଭଲ ପାଇବାର ଦଣ୍ଡ ୧୪ ବର୍ଷ ହେବ ଭୋଗୁଛି । ଦିନେ ଥାନା ଓ କୋର୍ଟର ଦ୍ୱାର ଦେଖିନଥିବା ମୋ ଭଳି ବ୍ୟକ୍ତି ଏବେ ନ୍ୟାୟ ପାଇବା ପାଇଁ ଚକ୍କର୍‌ କାଟୁଛି । ମୋତେ ଲାଗୁଛି ନ୍ୟାୟର ଅପେକ୍ଷା କରିବା ଠାରୁ ମୃତ୍ୟୁକୁ ଆପଣାଇବା ଭଲ । ହେଲେ ମୁଁ ମୃତ୍ୟୁକୁ ବାଛିବିନି । ମୁଁ ନ୍ୟାୟ ପାଇଁ ଲଢ଼ିବି । ଏହି ଭିଡିଓ ବାର୍ତ୍ତା ଶୁଣିବା ପରେ ମୋ ରାଜନୈତିକ ଭବିଷ୍ୟତ ବିଗିଡ଼ିପାରେ । ଏଭଳି ଆଶଙ୍କା ମଧ୍ୟ ରହିଛି । ହେଲେ ମୁଁ ମୋର ପ୍ରଶଂସକଙ୍କୁ ଏତିକି ନିବେଦନ କରୁଛି, ମୋ କଥା ଶୁଣନ୍ତୁ ମୁଁ ମିଛ କହୁନି ।’

ପ୍ରାୟ ୩୨ ମିନିଟ୍‌ର ଏହି ଭିଡିଓରେ ଅନୁଭବ ନିଜ ମନର ବ୍ୟଥାକୁ ସବୁରି ସାମ୍ନାରେ ରଖିଛନ୍ତି । ଏହି ଭିଡିଓ ଦେଖିଲା ପରେ ସ୍ପଷ୍ଟ ହୋଇଛି ଯେ, ଅନୁଭବ ଏବେ ତାଙ୍କ ସ୍ଥିତିକୁ ନେଇ ଜୀବନ ପ୍ରତି ବୀତସ୍ପୃହ ହୋଇପଡ଼ିଛନ୍ତି । ବର୍ଷାଙ୍କ ସହିତ ବିବାଦ ପରେ ତାଙ୍କ ଦଳ ବିଜେଡି ତାଙ୍କୁ ଏକପ୍ରକାର କୋଣଠେସା କରିସାରିଛି । କେନ୍ଦ୍ରାପଡ଼ାରେ ବି ତାଙ୍କ ନିର୍ଦ୍ଦେଶକୁ ଦଳୀୟ କର୍ମୀ କିମ୍ବା ସରକାରୀ ଅଧିକାରୀ ଖାତିର କରୁନାହାନ୍ତି । ନିଜ ନିର୍ବାଚନମଣ୍ଡଳୀରେ ସେ ପ୍ରଭାବ ବିସ୍ତାର କରିପାରୁ ନାହାନ୍ତି । ଏସବୁ ବିଷୟକୁ ନେଇ ମନେମନେ ଘାଣ୍ଟିଚକଟି ହୋଇ ସେ ଏଭଳି ଏକ ଭିଡିଓ କରିଥିବା ଅନୁମାନ କରାଯାଉଛି ।