ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜିଭ ରଙ୍ଗରୁ ଚିହ୍ନଟ କରିପାରିବେ ରୋଗ, ଆପଣ ବି ଲ୍ୟୁକୋପ୍ଲାକିଆରେ ପୀଡ଼ିତ ହୋଇପାରନ୍ତି...

Published By : Swapna Ray | October 27, 2024 3:22 PM

ଭୁବନେଶ୍ୱର, ୨୭।୧୦: ବର୍ତ୍ତମାନ ସମୟରେ ସୁସ୍ଥ ଜୀବନଯାପନ ବଞ୍ଚିବାକୁ ସମସ୍ତେ ଚେଷ୍ଟାରତ । କିନ୍ତୁ, ଆଜିକାଲି ଅଧିକାଂଶ ଲୋକ କୌଣସି ନା କୌଣସି ରୋଗରେ ପୀଡ଼ିତ ଥିବାଟା ନିଶ୍ଚିତ । ତେବେ ଆପଣ କୌଣସି ରୋଗରେ ପୀଡ଼ିତ ଥିଲେ ଆପଣଙ୍କ ଶରୀର ଆଗୁଆ ସୂଚନା ଦେଇଥାଏ । ଯେପରି ତ୍ୱଚା ହଳଦିଆ ପଡ଼ିଲେ କାମଳ ରୋଗର ସଙ୍କେତ ଦିଏ । ଠିକ୍ ସେହପରି ଜିଭର ରଙ୍ଗ ପରିବର୍ତ୍ତନରୁ ଅନେକ ରୋଗର ସଙ୍କେତ ମିଳିଥାଏ । ଆପଣ କେଉଁ ରୋଗରେ ପୀଡ଼ିତ ଜିଭର ରଙ୍ଗରୁ ଜାଣିପାରିବେ । 

ସଂକ୍ରମଣରେ ପୀଡ଼ିତ ଥିଲେ ଜିଭ ଧଳା ତଥା ଶ୍ୱେତ ଦିଶିଥାଏ । ନଚେତ୍ ଲ୍ୟୁକୋପ୍ଲାକିଆରେ ମଧ୍ୟ ଜିଭର ରଙ୍ଗ ଧଳା ଦେଖାଯାଏ । ମୁଖ୍ୟତଃ ଛୋଟପିଲା ତଥା ବୟସ୍କଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ଧଳା ରଙ୍ଗର ଜିଭ ଡିହାଇଡ୍ରେସନ୍ ସମସ୍ୟାକୁ ଦର୍ଶାଇଥାଏ । ସେହିପରି ଜିଭର ରଙ୍ଗ କଳା ଦେଖାଯିବା ଗଳା ସଂକ୍ରମଣ କିମ୍ୱା ଜୀବାଣୁର ସଙ୍କେତ ଦେଇଥାଏ । ମାତ୍ରାଧିକ ଔଷଧ ସେବନ, ଅଧିକ କେରାଟିନ୍‌ରୁ ଜିଭର ରଙ୍ଗ କଳା ମଧ୍ୟ ଦେଖାଯାଏ । ମଧୁମେହ ରୋଗୀ, କର୍କଟ ରୋଗ କିମ୍ୱା ପେଟରେ ଘା’ ହେଲେ ମଧ୍ୟ ଜିଭ କଳା ରଙ୍ଗ ହୁଏ । ସେହିଭଳି ଜିଭ ହଳଦିଆ ରଙ୍ଗ ଦେଖାଗଲେ, ଏହା କାମଳ ରୋଗକୁ ସୂଚାଏ । ଡାକ୍ତରଙ୍କ ପରାମର୍ଶ ନେଇ ଜିଭ ରଙ୍ଗ ଅନୁସାରେ ଚିକିତ୍ସା କରିବା ନିହାତି ଜରୁରୀ । 

ଜିଭ ଲାଲ୍ ହେବା କାୱାସାକି ରୋଗ, ଭିଟାମିନ୍‌ର ଅଭାବ କିମ୍ୱା ଆଲର୍ଜିର ସଙ୍କେତ ଦେଇଥାଏ । ପିଲାଙ୍କୁ ଜ୍ୱର ଥିଲେ ମଧ୍ୟ ଜିଭ ଲାଲ୍ ରଙ୍ଗ ହୋଇଥାଏ । ଯଦି ଆପଣଙ୍କ ଜିଭ ନୀଳ ରଙ୍ଗର ପଡ଼ିଯାଇଛି, ତେବେ ଏହା ସବୁଠୁ ଅଧିକ ବିପଦଜନକ । ଜିଭ ନୀଳ ରଙ୍ଗ ହେବା ହୃଦ୍‌ସମସ୍ୟାର ସଙ୍କେତ ଦିଏ । ହୃତ୍‌ପିଣ୍ଡରେ ରକ୍ତ ସଞ୍ଚଳନ ଧୀର ହେଲେ ତଥା ଶରୀରରେ କମ୍ ଅମ୍ଳଜାନ ଯୋଗୁଁ ଜିଭ ନୀଳ ରଙ୍ଗ ଦେଖାଯାଏ । ତେଣୁ ହୃଦ୍‌ଜନିତ ଏକ ଗମ୍ଭୀର ସମସ୍ୟା ହୋଇଥିବାରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ଯଦି ଜିଭ ରଙ୍ଗ ଫିକା କିମ୍ୱା ହାଲୁକା ଗୋଲାପୀ ରଙ୍ଗ ଦେଖାଯାଏ । ରକ୍ତର ଅଭାବକୁ ଏହା ସଙ୍କେତ ଦିଏ । ଫଳରେ ରକ୍ତହିନତା, ଭିଟାମିନ୍ ବି-୧୨ର ଅଭାବ ପରିଲକ୍ଷିତ ହୁଏ । ଏହାସହ ହଜମଜନିତ ସମସ୍ୟା ଥିଲେ ମଧ୍ୟ ଜିଭ ଏହି ରଙ୍ଗ ଦେଖାଯାଏ । ତେବେ ଜିଭ କେଉଁ ରଙ୍ଗର ହେଲେ ଆପଣ ସୁସ୍ଥ ଅଛନ୍ତି ବୋଲି ଜାଣିପାରିବେ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଫିକା ଗୋଲାପୀ ତଥା କୌଣସି ଦାଗ ନଥିବା ଜିଭ ହିଁ ସୁସ୍ଥତାକୁ ସୂଚାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.