ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କିରଣ ରିଜ୍ଜୁଙ୍କ ବିସ୍ପୋରକ ବୟାନ; କହିଲେ ଭାରତ ବିରୋଧି କାମ ବିରୋଧରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ

Published By : Bijay Swain | December 9, 2024 5:50 PM

Image Courtesy: indiatoday

ନୂଆଦିଲ୍ଲୀ: ଜର୍ଜ ସୋରସଙ୍କ ସହ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କର ଲିଙ୍କ ରହିଛି। ସୋରସଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପରେ ମଧ୍ୟ ସୋନିଆଙ୍କ ନିରବ ସମର୍ଥନ ରହିଛି। କିଛି ଏହିପରି ଦାବି କରିଛି ଶାସକ ଦଳ ବିଜେପି। ଏହାକୁ ନେଇ ଭାରତରେ ବର୍ତ୍ତମାନ ରାଜନୈତିକ ମାହୋଲ ଗରମ ରହିଛି। ଭାରତ ବିରୋଧି କାର୍ଯ୍ୟ କରୁଥିବା ଗୋଷ୍ଠୀ ପାଇଁ ଆମ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜ୍ଜୁ ସୋମବାର ଦିନ ଘୋଷଣା କରିଛନ୍ତି। 

“ବର୍ତ୍ତମାନ ସାରା ଦେଶରେ ଜର୍ଜ ସୋରସଙ୍କ ଉପରେ ଚର୍ଚ୍ଚା ଜୋର ଧରିଛି। ଏଥିରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ଜୋଡି ହୋଇ ରହିଛି” ବୋଲି ରିଜ୍ଜୁ କହିଛନ୍ତି। ଅନ୍ୟପଟେ କଂଗ୍ରେସ ପାର୍ଲାମେଣ୍ଟ ଭିତରେ ଓ ବାହାରେ ଗୈତମ ଆଦାନୀଙ୍କ ଉପରେ ଆଲୋଚନା କରିବାକୁ ଆହ୍ୱାନ କରିବା ସହ ଏହା ବିରୋଧରେ ପ୍ରଦର୍ଶନ ଜାରି ରଖିଛି। 

ରିଜ୍ଜୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସମ୍ମୀଳନୀରେ ସେ କହିଥିଲେ “ଜର୍ଜ ସୋରସଙ୍କ ଉପରେ ପାର୍ଲାମେଣ୍ଟରେ ଆଲୋଚନା ଚାଲିଛି। ଏଥିପାଇଁ ମୁଁ କଂଗ୍ରେସ ଦଳର ନେତାମାନଙ୍କୁ ଭାରତ ବିରୋଧି ଗୋଷ୍ଠୀ ବିରୋଧରେ ଏକଜୁଟ ହେବାପାଇଁ ଆହ୍ୱାନ କରୁଛି। କଂଗ୍ରେସ ଦଳର ନେତାଙ୍କର ଯଦି କୈଣସି ଭାରତ ବିରୋଧି ଦଳ ସହ ସମ୍ବଦ୍ଧ ଅଛି ତେବେ କଂଗ୍ରେସ ଦଳର ଅନ୍ୟମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ।”

ସୋମବାର ପାର୍ଲାମେଣ୍ଟର ଶୀତ ଅଧିବେଶନ ମଧ୍ୟ ଠିକରେ ଚାଲି ପାରିନାହିଁ। କଂଗ୍ରେସ ଦଳ ସହ ଇଣ୍ଡିମେଣ୍ଟ ମଧ୍ୟ ଗୃହରେ ହଟ୍ଟଗୋଲ କରିବା ଦ୍ୱାରା ଆଜି ଗୃହର ପ୍ରଥମାର୍ଦ୍ଧକୁ ମୁଲତବି ଘୋଷଣା କରାଯାଇଥିଲା। ବିରୋଧି ଦଳମାନେ ଗୌତମ ଆଦାନୀଙ୍କ ଉପରେ ଆଲୋଚନା କରିବା କଥା କହି ଗୃହ ମଧ୍ୟ ଭାଗକୁ ଯାଇ ହୋହାଲ୍ଲା କରିଥଲେ। ଅନ୍ୟପଟେ ଶାସକ ଦଳ ବିଜେପି ସୋରସ ଓ କଂଗ୍ରେସ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆଲୋଚନା କରିବା ପାଇଁ ବିରୋଧି ଦଳଙ୍କୁ ଆହ୍ୱାନ ଦେଇଥିଲା।

ଖବର ମୁତାବକ, ବିଜେପି ତାର ସୋସିଆଲ ମିଡିଆ ଏକ୍ସରେ ଜର୍ଜ ସୋରସ ଫାଉଣ୍ଡେସନର ସହଯୋଗୀ ସଂଗଠନ ଡେମୋକ୍ରାଟିକ ଲିଡର୍ସ ଇନ ଏସିଆ ପାସିଫିକ (ଏଫଡିଏଲ-ଏପି)ର ସହ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ ଦାୟିତ୍ୱ ସମ୍ପର୍କରେ କେତେକ ପ୍ରମାଣ ଏହି ପୋଷ୍ଟରେ ଉଲ୍ଲେଖ ରହିଥିଲା। ଏହି ସଂଗଠନ କାଶ୍ମୀରକୁ ଭାରତକୁ ଅଲଗା କରିବା ଯୋଜନାକୁ ସମର୍ଥନ କରୁଛି ବୋଲି କହିଛି ବିଜେପି। ଅନ୍ୟପଟେ କଂଗ୍ରେସ ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଭିତିରି ସମ୍ପର୍କ ରହିଛି ବୋଲି କହିଛି। ସରକାରଙ୍କ ମାଧ୍ୟମରେ ଆଦାନୀ ଅନେକ କିଛି ପାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.