ହରଭଙ୍ଗା ୦୮/୧୨ :ସୋମବାର ଦିନ ସକାଳ ୧୦ ଘଟିକା ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ସାଲକଟା ଗ୍ରାମର ୫ ମାସର ଶିଶୁକୁ ଭେଟି ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ପିତାମାତାଙ୍କ ଠାରୁ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l ମିଳିଥିବା ସୂଚନା ଅନୁଯାୟୀ ସାଲକଟା ଗ୍ରାମ ଦଳିତ ସାହିର ଲୁଲୁ ନାଏକଙ୍କ ୫ ମାସର ଶିଶୁ କନ୍ୟା ଜନ୍ମରୁ ଅନ୍ଧ ଓ ତାର ମଳଦ୍ୱାର ନାହିଁ । ଫଳରେ ଅର୍ଥାଭାବ ଯୋଗୁଁ ଚିକିତ୍ସl କରାଇ ନପାରି ପରିବାର ମ୍ରିୟମାଣ ହୋଇ ପଡିଛନ୍ତି l ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଶ୍ରୀ ନାୟକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ଓ ଡାକ୍ତରୀ ଟିମ ସହ ସାଲକଟା ଗ୍ରାମରେ ପହଞ୍ଚିଥିଲେ । ଶିଶୁକନ୍ୟା ଓ ତାର ପିତା ମାତା ଘରେ ଅନୁପସ୍ଥିତ ଥିବା ଓ ନିକଟସ୍ଥ ଉଦୟପୁର ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଯାଇଥିବା ସୂଚନା ପାଇ ଜିଲ୍ଲାପାଳ ଉଦୟପୁର ଗ୍ରାମକୁ ଯାଇଥିଲେ l ସେଠାରେ ଶିଶୁକୁ ଦେଖିବା ସହ ତାର ପିତାମାତାଙ୍କ ସହ ଆଲୋଚନା କରି ଆବଶ୍ୟକ ଚିକିତ୍ସl ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି l