ଭୁବନେଶ୍ୱର,୧୧/୧୧: ଦୀପାବଳି ଅବସରରେ ବିଏମ୍ସିର ଖାଦ୍ୟ ନିରାପତ୍ତା ଦଳ ଉତ୍ତର ଭୁବନେଶ୍ୱରରେ ଖାଦ୍ୟ ଦୋକାନ ବିଶେଷ କରି ମିଷ୍ଟାନ୍ନ ଭଣ୍ଡାରଗୁଡିକୁ ଯାଞ୍ଚ କରିଛନ୍ତି । ପ୍ରଥମେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରୁ ବାହାରି ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, କିଟ୍, ପଟିଆ, ଡମଣା ଇତ୍ୟାଦି ଅଞ୍ଚଳର ପ୍ରାୟ ୨୦ଟି ଦୋକାନକୁ ଯାଇ ଖାଦ୍ୟ ଯାଞ୍ଚ କରିଥିଲେ । ଏହି ସମୟରେ ଉପସ୍ଥିତ ଗ୍ରାହକଙ୍କୁ ମଧ୍ୟ ଖାଦ୍ୟର ଗୁଣବତ୍ତା, ଅପମିଶ୍ରଣ, ରଙ୍ଗ ଦିଆ ଖାଦ୍ୟ, ଫଏଲ ଚପା ହୋଇଥିବା ଖାଦ୍ୟ ଇତ୍ୟାଦିରୁ ଦୂରେଇ ରହିବାକୁ ସଚେତନ କରାଇଥିଲେ । ସଂପୃକ୍ତ ଦୋକାନୀମାନଙ୍କୁ ମଧ୍ୟ ନାଗରିକଙ୍କ ସ୍ୱାସ୍ଥ୍ୟରକ୍ଷାକୁ ଧ୍ୟାନ ଦେବାକୁ କହିଥିଲେ ।
ଖାଦ୍ୟଗୁଡିକରୁ ନମୁନା ଆଣି ମୋବାଇଲ ଟେଷ୍ଟିଂ ଲାବ୍ରୋଟାରୀରେ ପରୀକ୍ଷା କରାଯାଇଥିଲା । ଯାଞ୍ଚରୁ ମିଳିଥିବା ପ୍ରାୟ ୨୦-୨୫ କିଲୋ ଖରାପ ମିଠା ଦ୍ରବ୍ୟକୁ ପୋତି ନଷ୍ଟ କରିଦିଆଯାଇଛି । ୪ ଦୋକାନରୁ ୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଫୁଡ୍ ସେଫ୍ଟି ଏବଂ ଟିମ୍ ସାଇନ୍ ଏହି ଅଭିଯାନରେ ସାମିଲ ହୋଇଥିଲେ । ସ୍ୱତନ୍ତ୍ର ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ୍ ପଟେଲଙ୍କ ନେତୃତ୍ୱରେ ଯାଞ୍ଚ ଚାଲିଥିଲା ।