ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନୋବେଲ ଶାନ୍ତି ପାଇଁ ଚତୁର୍ଥ ଥର ଟ୍ରମ୍ପ୍‌ଙ୍କ ନାମ ସୁପାରିସ

ୱାଶିଂଟନ,୦୧/୦୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନୋବେଲ ଶାନ୍ତି  ପୁରସ୍କାର ନିମନ୍ତେ ପୁଣି ନୋମିନେଟ୍‌ କରାଯାଇଛି । ରିପବ୍ଲିକାନ୍‌ ପାର୍ଟି  ସାଂସଦ କ୍ଲଡିଆ ଟେନି ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ଆବ୍ରାହମ୍‌  ଆକର୍ଡ ନୀତି ନିମନ୍ତେ ଟ୍ରମ୍ପ୍‌ଙ୍କ ନାମ  ସୁପାରିସ କରିଛନ୍ତି । ଚତୁର୍ଥ ଥର  ପାଇଁ ନୋବେଲ ଲାଗି ଟ୍ରମ୍ପ୍‌ଙ୍କ ନାମ ସୁପାରିସ କରାଯାଇଛି ।  ଟେନି ନିଜ ୱେବସାଇଟ୍‌ରେ କହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଯୋଗୁ ମଧ୍ୟପ୍ରାଚ୍ୟରେ ୩୦ ବର୍ଷ ପରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି । ଏହା ଏତେ ସହଜ ନ ଥିଲା । ଶାନ୍ତି ସ୍ଥାପନ ନିମନ୍ତେ ଅନେକ ଚୁକ୍ତି କରିବାକୁ ପଡ଼ିଥିଲା । 

ଦଶନ୍ଧି ଦଶନ୍ଧି  ଧରି ବିଦେଶ ବ୍ୟାପାର ବିଶେଷଜ୍ଞ, ଅନ୍ତର୍ଜାତୀୟ ସଂଗଠନ  ଓ ଅଧିକାରୀମାନେ କହୁଥିଲେ କି ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ସମାଧାନ ବିନା ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ।  କିନ୍ତୁ ଟ୍ରମ୍ପ୍‌ ତାହା କରି ଦେଖାଇଥିଲେ । ରିପବ୍ଲିକାନ୍‌ ନେତା  ଆହୁରି କହିଛନ୍ତି, ବାଇଡେନ୍‌ ଆମେରିକା ପାଇଁ ଜଣେ ଦୁର୍ବଳ  ନେତା । ଅନ୍ତର୍ଜାତୀୟ ସ୍ତରରେ ସେ ଦେଶର ସୁରକ୍ଷାକୁ ସଂକଟରେ  ପକାଉଛନ୍ତି । ଏଭଳି ସ୍ଥିତିରେ ଟ୍ରମ୍ପ୍‌ଙ୍କ ଦୃଢ଼ ନେତୃତ୍ୱ ଓ ବିଶ୍ୱ ଶାନ୍ତି  ନିମନ୍ତେ ତାଙ୍କର ଉଦ୍ୟମଗୁଡ଼ିକୁ ବୁଝିବା ଏବଂ ସମ୍ମାନ ଦେବା  ଉଚିତ । ନୋବେଲ ଶାନ୍ତି ଲାଗି ଟ୍ରମ୍ପ୍‌ଙ୍କ ନାମ ନୋମିନେଟ୍‌ କରିବା  ମୋ ପାଇଁ ସୌଭାଗ୍ୟର ବିଷୟ । ଶୀଘ୍ର ତାଙ୍କୁ ଏହି ସମ୍ମାନ ମିଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.