ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦ ପିଇ ରାତିରେ ଡ୍ରାଇଭିଂ କରୁଥିଲେ, ଟ୍ରାଫିକ୍‌ ଥାନାରେ ପଡ଼ିଛି ୨୧ ଦାମୀ କାର୍‌

କଟକ,୦୭/୦୫: ରାତି ଅଧରେ ମଦ ପିଇ କାର୍‌ ଚଳାଇବା କିଛି ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଛି । ଟ୍ରାଫିକ୍‌  ଓ ଆର୍‌ଟିଓ ପକ୍ଷରୁ ମିଳିତ ଭାବେ ଯାଞ୍ଚ୍‌  କରାଯାଉଛି । ଆଉ ଏହି କ୍ରମରେ ପ୍ରାୟ  ୨୧ଟି ଦାମୀ କାର୍‌ ପୁଲିସ ପକ୍ଷରୁ ଜବତ  କରାଯାଇଛି । ସେଗୁଡ଼ିକ କୋର୍ଟରୁ ଜାମିନ  ଆଣିବା ପରେ ଖଲାସ କରାଯିବ ବୋଲି ଟ୍ରାଫିକ୍‌  ଏସିପି ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । 

ଗତ ଦେଢ଼ ମାସ ହେବ ନିର୍ବାଚନ  ପ୍ରକ୍ରିୟା ଚାଲିବା ପରଠୁ ରାତିରେ ମଦ୍ୟପ  ଗାଡ଼ି ଚାଳକଙ୍କ ଉପରେ ପୁଲିସ କଡ଼ା ନଜର  ରଖିଛି । ପ୍ରତିଦିନ ରାତିରେ ଯୁଗ୍ମ ଭାବେ ପୁଲିସ  ଓ ଆର୍‌ଟିଓଙ୍କ ପକ୍ଷରୁ ମଦ୍ୟପ ଗାଡ଼ି ଚାଳକ ଧରପଗଡ଼  କରାଯାଉଛି । ମଧୁପାଟଣା ଟ୍ରାଫିକ୍‌ ଛକ, ବେଲିଭିଉ ଛକ,  ଯୋବ୍ରା ଆନିକଟ ଛକ ପାଖରେ ଯାଞ୍ଚ୍‌ କରାଯାଉଛି । ଆଉ  ମେସିନ୍‌ରେ ଚାଳକଙ୍କର ପାଟି ଯାଞ୍ଚ୍‌ କରିବା ପରେ ଯାହାର  ରିପୋର୍ଟ ପଜିଟିଭ୍‌ ଓ ମାତ୍ରାଧିକ ମଦ୍ୟପାନ କରୁଥିବା  ଜଣାପଡ଼ୁଛି ସେମାନଙ୍କୁ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଦିଆଯାଉଛି ।  

ଏପରିକ ଗାଡ଼ିକୁ ଜବତ କରି ଉଭୟ ଚାଳକ ଓ ଗାଡ଼ି ନାଁରେ  ମାମଲା ରୁଜୁ ହେଉଛି । ଆଉ ଏଭଳି ଭାବେ ମଦ ପିଇ ଗାଡ଼ି  ଚଲାଇବା ଅଭିଯୋଗରେ ପୁଲିସ ପକ୍ଷରୁ ୩୦ରୁ ଅଧିକ କାର୍‌  ଜବତ କରାଗଲାଣି । ଏହା ମଧ୍ୟରୁ ପ୍ରାୟ ୧୦ଟି କାର୍‌ ଜାମିନ  ମିଲିବା ପରେ ଖଲାସ ହୋଇଛି । ମାତ୍ର  ଏବେ ମଧୁପାଟଣା ଟ୍ରାଫିକ୍‌ ଥାନା  ପରିସରରେ ପ୍ରାୟ ୨୧ଟି ଦାମୀ କାର୍‌  ଜବତ ହୋଇ ପଡ଼ିଛି । ସେସବୁ କାର୍‌  ଗୁଡ଼ିକରେ ପୁଲିସ ଷ୍ଟିକର ମାରିଛି।  ‘ମଦ୍ୟପାନ ବେଳେ ଗାଡ଼ି ଜବତ’  ବୋଲି ପୁଲିସ ଉକ୍ତ ଷ୍ଟିକର୍‌ରେ  ଲେଖିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଗାଡ଼ି  ଗୁଡ଼ିକ ଜାମିନ ଏବେ ହୋଇପାରନି ।  ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ୍‌ ଛୁଟିରେ  ଥିବାରୁ ଜାମିନ ହେଉନି ଓ ଅନ୍ୟପଟେ ଜବତ ଗାଡ଼ି  ସଂଖ୍ୟା ବଢ଼ିବଢ଼ି ଚାଲିଛି । ସ୍ଥିତି ଏମତି ହେଲାଣିଯେ,  ମଧୁପାଟଣା ଥାନା ପରିସରରରେ କାର୍‌ ରଖିବାକୁ ସ୍ଥାନ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.