ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କେନାଲକୁ ବଲ୍ ଆଣିବାକୁ ଯାଇଥିଲେ, ବୁଡିଯାଇ ଚାଲିଗଲା ୩ ନାବାଳକଙ୍କ ଜୀବନ

Published By : Suraj Kumar | October 19, 2024 8:08 PM

ଭୁବନେଶ୍ବର,୧୯।୧୦ : ଖେଳୁଥିବା ବେଳେ କେନାଲରେ ପଡିଗଲା ବଲ୍।  କେନାଲ ଭିତରୁ ବଲ୍ ଆଣିବାକୁ ଯାଇ ୩ ଜଣ ନାବାଳକ ବୁଡିଯାଇ ମୃତ୍ୟୁ ଘଟିଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି  ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ। ମୃତ ନାବାଳକମାନେ ହେଲେ ସାରସକଣା ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ମୋହନ ସାହୁ (୧୪ବର୍ଷ ), ସନ୍ତୋଷ ସାହୁଙ୍କ  ପୁଅ ଶ୍ରୀୟାଂଶୁ ସାହୁ  ଓ ସୁମନ୍ତ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ  ।

ସାରସକଣା ଗ୍ରାମର ମଦନ ମୋହନ ସାହୁ, ଶ୍ରୀୟାଂଶୁ ସାହୁ  ଏବଂ ଶ୍ରୀୟାଂଶୁ ସାହୁ  ସନ୍ଧ୍ୟା ସମୟରେ ଖେଳୁ ଥିଲେ। ଏହି ସମୟରେ ବଲଟି କେନାଲ ପାଣିରେ ପଡିଯାଇଥିଲା। ବଲ୍ ଆଣିବାକୁ ୩ ଜଣ କେନାଳ ଭିତରକୁ ଯାଇଥିଲେ। ପାଣି ଭିତରୁ ବାହାରି ନ ପାରି ବୁଡିଯାଇଥିଲେ। ସାରସକଣା ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଭିତରୁ ୩ ଜଣଙ୍କୁ ଉଦ୍ଧାର କରି  ଶିର୍ଷା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.