ବେଙ୍ଗାଲୁରୁ,୮ା୨(ଏଜେନ୍ସି):ଆସନ୍ତା ଦ୍ୱିମାସିକ ମୁଦ୍ରାନୀତି ବୈଠକରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପୁଣି ଥରେ ସୁଧ ହାର କମାଇବ । ମେ’ରେ ସାଧାରଣ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସର୍ବୋଚ୍ଚ ବ୍ୟାଙ୍କ ମୁଦ୍ରାନୀତିକୁ କୋହଳ କରି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିପାରେ, ଯାହାର ଲାଭ ନରେନ୍ଦ୍ର ମୋଦି ସରକାରଙ୍କୁ ମିଳିବ । ଅର୍ଥନୀତିଜ୍ଞମାନେ ଏଭଳି କଟାକ୍ଷ କରିଛନ୍ତି । ନିର୍ବାଚନ ପରେ କିନ୍ତୁ ସୁଧ ହାର ଆଉ କମିବନି ବୋଲି ଏମାନେ କହିଛନ୍ତି । ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ୫୪ ଜଣ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ୩୦ ଜଣ କହିଛନ୍ତି ଯେ, ସମ୍ପ୍ରତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମୁଦ୍ରାନୀତିରେ ନିର୍ବାଚନୀ ବାସ୍ନା ବାରି ହେଉଛି । ସୁଧ ହାର ହ୍ରାସ କରିବା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ ନୁହେଁ । ଅଶୋଧିତ ତୈଳ ଦର ଚିନ୍ତାଜନକ ରହିଛି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ଅଛି । ବିତ୍ତୀୟ ନିଅଣ୍ଟ ମୁଣ୍ଡବ୍ୟଥାର କାରଣ ସାଜିଛି । ଏଭଳି ସମୟରେ ସୁଧ ହାର ହ୍ରାସ କରାଯିବାରେ ଆଦୌ ଯଥାର୍ଥତା ନାହିଁ । ରାଜନୈତିକ ଚାପରେ ପଡି ଦାସ ସୁଧ ହାର ହ୍ରାସ କରିଥିବା ଅର୍ଥନୀତିଜ୍ଞମାନେ ପ୍ରତିକ୍ରିୟା ଦେଇଛନ୍ତି । ଏମାନେ କହିଛନ୍ତି ଯେ, ଆର୍ବିଆଇ ବର୍ତ୍ତମାନ ମୁଦ୍ରାସ୍ଫୀତିକୁ ଛାଡି ଅଭିବୃଦ୍ଧିକୁ ଗୁରୁତ୍ୱ ଦେଉଛି । ଏହି କ୍ରମରେ ଆସନ୍ତା ମୁଦ୍ରାନୀତି ସମୀକ୍ଷା ବୈଠକରେ ସର୍ବୋଚ୍ଚ ବ୍ୟାଙ୍କ ପୁଣି ସୁଧ ହାର କମାଇବ । ନିଷ୍ପତ୍ତି ଦ୍ୱାରା ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଏହା ଶୁଭଙ୍କର ସାବ୍ୟସ୍ତ ହେବ । ଅଭିବୃଦ୍ଧିକୁ ନେଇ ସରକାର ସର୍ବଦା ସମାଲୋଚନାର ଶିକାର ହୋଇ ଆସିଛନ୍ତି । ଅନ୍ତରୀଣ ବଜେଟ୍କୁ ଲୋକାଭିମୁଖୀ କରି ୯୦ କୋଟି ଭୋଟର୍ଙ୍କୁ ଟାଣିବା ପାଇଁ ପ୍ରଚେଷ୍ଟା କରିଥିବା ମୋଦି ସରକାରଙ୍କ ପାଇଁ ଆର୍ବିଆଇର ନିଷ୍ପତ୍ତି ଶୁଭ ଫଳ ଆଣିପାରେ ବୋଲି କଟାକ୍ଷ କରାଯାଇଛି । ନର୍ବିାଚନ ପବୂର୍ରୁ ଆରବ୍ଅିାଇ ଗଭଣ୍ଣର୍ର ଶକ୍ତକିାନ୍ତ ଦାସ ପୁଣି ସୁଧ ହାର କମାଇବେ କି ପ୍ରଶ୍ନରେ ୩୦ରୁ ୫୪ ଜଣ ଅଥର୍ନୀତଜ୍ଞିଙ୍କ ଜବାବ ‘ହଁ’ ରହିଛି । ଗୁରୁବାର ଆର୍ବିଆଇ ଏହାର ପ୍ରମୁଖ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି । ଏହି ପରିପ୍ରେକ୍ଷୀରେ ଉପରୋକ୍ତ ସର୍ଭେ କରାଯାଇଥିଲା । ଏପ୍ରିଲରେ ଶକ୍ତିକାନ୍ତ ଦାସ ସୁଧ ହାରରେ ପୁଣି ୨୫ ବେସିସ୍ ପଏଣ୍ଟ୍ ହ୍ରାସ କରିପାରନ୍ତି ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ଫଳରେ ରେପୋରେଟ୍ ୬%କୁ ଖସିଯିବ, ଯାହାକି ଗତବର୍ଷ ମଧ୍ୟଭାଗରୁ ସର୍ବନିମ୍ନ ସ୍ତର ହେବ । କ୍ୟାପିଟାଲ ଇକୋନୋମିକ୍ସର ବରିଷ୍ଠ ଅର୍ଥନୀତିଜ୍ଞ(ଏସିଆ) ଗାରେଥ୍ ଲେଦର କହିଛନ୍ତି ଯେ, ମୁଦ୍ରାସ୍ପୀତିରେ କ୍ଷୀଣସ୍ଥାୟୀ ହ୍ରାସ ଘଟିଛି । ଆଗକୁ ଏଥିରେ ବୃଦ୍ଧି ସମ୍ଭାବନା ରହିଛି । ତଥାପି ଆର୍ବିଆଇ ଗଭର୍ଣ୍ଣର ସୁଧ ହାର ହ୍ରାସ କରିଛନ୍ତି । ଦୀର୍ଘମିଆଦି ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇନାହିଁ । ରାଜନୈତିକ ଚାପରେ ସେ ସୁଧ ହାର କମାଇଛନ୍ତି । ଏପ୍ରିଲରେ ହେବାକୁ ଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରରେ ଆଉ ୨୫ ପଏଣ୍ଟ ହ୍ରାସ ଘଟିବ । ଗଭର୍ଣ୍ଣର ଦାସ ମଧ୍ୟ ଏ ନେଇ ସଙ୍କେତ ଦେଇସାରିଛନ୍ତି । ଆଉ ଏକ ହ୍ରାସ ନେଇ ସୁଯୋଗ ରହିଛି ବୋଲି ଦାସ୍ କହିଥିଲେ । ତେଣୁ ପରବର୍ତ୍ତୀ ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକରେ ପୁଣି ସୁଧ ହାର କମିପାରେ ବୋଲି ଡିବିଏସ୍ ବ୍ୟାଙ୍କ ଅର୍ଥନୀତିଜ୍ଞ ରାଧିକା ରାଓ ପ୍ରକାଶ କରିଛନ୍ତି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି, ଯଦିଓ ସୁଧ ହାର ହ୍ରାସ ଆବଶ୍ୟକ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ନୁହେଁ । ନିଷ୍ପତ୍ତି ଯଥେଷ୍ଟ ଆଗୁଆ ହୋଇଯାଇଛି ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...