ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

୧୦୦ କୋଟି ବ୍ୟାଙ୍କ୍‌ ଠକେଇ ମାମଲା, ଅଲ୍ଲୁ ଅର୍ଜୁନଙ୍କ ବାପାଙ୍କୁ ଇଡିର ପଚରାଉଚରା

Published By : Krishna Priya | July 6, 2025 8:09 AM

ହାଇଦ୍ରାବାଦ, ୦୬/୦୭: ପାନ୍‌ ଇଣ୍ଡିଆ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା ଓ ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ମନି ଲଣ୍ଡ୍ରିଂ ଓ ବ୍ୟାଙ୍କ୍‌ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି । ଇଡି ଗତ ଶୁକ୍ରବାର ହାଇଦ୍ରାବାଦରେ ତାଙ୍କୁ ୩ ଘଣ୍ଟା ପଚରାଉଚରା କରିଛି । ୧୦୧.୪ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ଓ ମନି ଲଣ୍ଡ୍ରିଂ ମାମଲାକୁ ନେଇ ପଚରାଉଚରା ହୋଇଥିଲା । ଏ ମାମଲା ଦୁଇଟି କମ୍ପାନି- ରାମକୃଷ୍ଣ ଇଲେକ୍ଟ୍ରୋନିକ୍ସ ଓ ରାମକୃଷ ଟେଲିଟ୍ରନିକ୍ସ ସହ ଜଡ଼ିତ । 

ତେବେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅଲ୍ଲୁ ଅରବିନ୍ଦ ଗଣମାଧ୍ୟମ ସହ କଥା ହେଲେ । ସେ କହିଲେ, ୨୦୧୭ରେ ସେ ଏକ ସମ୍ପତ୍ତି କିଣିଥିଲେ । ମାମଲା ତା’ରି ସହ ସମ୍ପୃକ୍ତ । ଗ୍ରେଟ୍‌ ଆନ୍ଧ୍ରା ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ସେ କହିଛନ୍ତି ‘ମୁଁ ଆଇନକୁ ସମ୍ମାନ କରୁଥିବା ଜଣେ ନାଗରିକ । ଯାଞ୍ଚ୍‌ ଠିକ୍‌ରେ ଆଗକୁ ଯାଉ, ସେଥିପାଇଁ ମୁଁ ଇଡିକୁ ସହଯୋଗ କରୁଛି । ଏବେ ଏଜେନ୍ସି ଯାଞ୍ଚ୍‌ କରୁଥିବାରୁ ମାମଲା ସମ୍ପର୍କିତ ତଥ୍ୟ ଦେଇପାରିବେ ନାହିଁ ବୋଲି ସେ କହିଲେ ।

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.