ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରୋଚକ ମୋଡରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା; ନଜର ପକାନ୍ତୁ ଆରମ୍ଭରୁ ଶେଷ ଘଟଣାକ୍ରମ ଉପରେ

Published By : Bijay Swain | November 25, 2024 11:38 PM

Image Courtesy:- Jagranenglish

ନୂଆଦିଲ୍ଲୀ:- ମହାରାଷ୍ଟ୍ରରେ ସରିଛି ହାଇଭୋଲଟେଜ ଲଢେଇ । ଆଉ ଏଥିରେ ଜବରଦସ୍ତ ବିଜୟ ଲାଭ କରିଛି ମହାୟୁତି । ଯେଉଁଥିରେ, ବିଜେପି ଏକାକି ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି । ଏହାସହ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଦଳ ଏନସିପିର ଫଳାଫଳ ବି ଆଶାଠାରୁ ଅଧିକ ରହିଛି । ମୋଟ ଉପରେ କହିବାକୁ ଗଲେ ଏହି ତିନିଦଳ ମିଶି ମହାବିକାଶ ଅଘାଡିକୁ ଏକ ପ୍ରକାର ଧରାଶାୟୀ କରି ଦେଇଛନ୍ତି । ଏହାରି ଭିତରେ ସବୁଠାରୁ ଟଳମଳ ହେଉଥିବା ଦଳ ହେଉଛି ଉଦ୍ଧବ ଠାକରେଙ୍କ ଦଳ ଶିବସେନା । ଯେତେବେଳେ କି ଉଦ୍ଧବ ଓ ସିନ୍ଧେଙ୍କ ଶିବସେନା ମଧ୍ୟରୁ କେଉଁ ଦଳ ଅସଲି ଓ କେଉଁ ଦଳ ନକଲି ଏନେଇ ଚର୍ଚ୍ଚା ହେଉଛି ସେତେବେଳେ ମହାରାଷ୍ଟ୍ର ରେଜଲ୍ଟ ଉଦ୍ଧବଙ୍କ ଶିବସେନାକୁ ବଡ ଝଟକା ଦେଇଛି । ସମାନ ଭାବେ ଅଜିତ ପାଓ୍ବାର ଓ ଶରଦ ପାଓ୍ବାରଙ୍କ ଏନସିପି ଦଳକୁ ନେଇ ମଧ୍ୟ ଏହି ସମାନ କଥା ଦେଖାଦେଇଛି । 

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟାକୁ ନେଇ ସସପେନ୍ସ ଲାଗିରହିଛି । ନିର୍ବାଚନ ଫଳ ଆସିବାର ଦୁଇଦିନ ପରେବି ସ୍ଥିତି ସ୍ପଷ୍ଟ କରିନି ମହାୟୁତି ମେଣ୍ଟ । ତେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଆଜି ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଶେଷ ଆଲୋଚନା ପାଇଁ ଦିଲ୍ଲୀ ଯାଇଛନ୍ତି । ମିଳିଥିବା ସୁଚନା ଅନୁଯାୟି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୂଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ମଧ୍ୟ ଏହି ଆଲୋଚନାରେ ଭାଗ ନେବାପାଇଁ ଦିଲ୍ଲୀ ଗ୍ରସ୍ତ କରିପାରନ୍ତି । ଆଜି ରାତିରେ ଶାହ ଓ ତିନିଜଣଙ୍କ ମଧ୍ୟରେ ବୈଠକ ହେବା ସହ ଏହି ବୈଠକରେ ସରକାର ଗଠନ ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି । 

ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ବିଜେପି ସଂଖ୍ୟାଗରିଷ୍ଟତା ହାସଲ କରିଥିବାରୁ ଫଡନବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦଳ ଚାହୁଁଛି । ତେବେ ସିନ୍ଦେ ଶିବସେନା ଓ ଏନସିପି ନିଜ ଦଳରେ ବୈଠକ ଡାକି ଏକନାଥ ସିନ୍ଦେ ଓ ଅଜିତ ପଓ୍ବାରଙ୍କୁ ନିଜନିଜ ରାଜ୍ୟ ବିଧାୟକ ଦଳର ମୁଖ୍ୟ ଭାବେ ଘୋଷଣା କରିସାରିଛନ୍ତି । ଅନ୍ୟପଟେ ବିଜେପି ନିଜ ନବ ନିର୍ବାଚିତ ବିଧାୟକ ମାନଙ୍କୁ ନେଇ ଏଯାଏ କୈଣସି ବୈଠକ କରିନାହିଁ ।  ଏହି ପରିପ୍ରେକ୍ଷିରେ ବିଜେପିର ଜଣେ ବରିଷ୍ଠ ନେତା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେବଳ ବିଜେପିର ବିଧାୟକ ଓ କର୍ମକର୍ତ୍ତା ନୁହନ୍ତି, ଆରଏସଏସ ମଧ୍ୟ ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଚଉକିରେ ବସିବା ପାଇଁ ସମର୍ଥନ କରୁଛି” ବୋଲି କହିଛନ୍ତି । 

ମହାରାଷ୍ଟ୍ର ହେଉଛି ଏମିତି ଏକ ରାଜନୈତିକ ମୈଦାନ ଯେଉଁଠି ନିର୍ବାଚନ ରେଜଲ୍ଟ ଆସିବା ପରେ ଆରମ୍ଭ ହୁଏ ଅସଲ ରାଜନୀତି । ସେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ହେଉ କିମ୍ବା ଗୋଟିଏ ରାଜନୈତିକ ଦଳର ଭବିଷ୍ୟତକୁ ନେଇକି ହେଉ । ସବୁ ଖେଳ ନିର୍ବାଚନର ଫଳାଫଳ ପରେ ହିଁ ଜଣାପଡିଥାଏ । ୨୦୧୯ ନିର୍ବାଚନରେ ଯେପରି ଅପ୍ରତ୍ୟାସିତ ଭାବେ ବିଜେପିର ହାତ ଛାଡି ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସର ହାଥ ଧରିଥିଲେ । ଏହାର କାଉଣ୍ଟରରେ ଏକନାଥ ସିନ୍ଦେ ଦଳରେ ବିଦ୍ରୋହ କରି ବିଜେପି ସହ ହାଥ ମିଳାଇ ଦଲଠୁ ଅଲଗା ହୋଇ ଶିବସେନା ନାମ ସହ ଏହାର ସଂଙ୍କେତକୁ ବ୍ୟବହାର କରି ମହାରାଷ୍ଟ୍ରରେ ନିଜ ଶାସନ ଜାରି ରଖିଥିଲେ ।  ସିନ୍ଦେ ଲୋକଙ୍କ ମନଭିତରେ ଏକ ନାରେଟିଭ ସେଟ କଲେ ଯେ ଉଦ୍ଧବ ଠାକରେ ନିଜର ବ୍ୟକ୍ତିଗତ ସ୍ବର୍ଥ ପାଇଁ ଦଳର ଆଦର୍ଶକୁ ସାଲିସ କରି କଂଗ୍ରେସ ସହ ହାଥ ମିଳେଇଛନ୍ତି । ଆମେ ହେଉଛୁ ପ୍ରକୃତ ଶିବସେନା ଏବଂ ଆମେ ହେଉଛୁ ପ୍ରକୃତ ବାଲାସାବେବ ଠାକରେଙ୍କ ଆଦର୍ଶରେ ବିଶ୍ବାସ କରୁଥିବା ଦଳ । ଯାହାର ଫଳାଫଳ ବିଗତ ନିର୍ବାଚନରେ ଦେଖିବାକୁ ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.