ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲନ୍ ମସ୍କଙ୍କ ଭବିଷ୍ୟବାଣୀ, ମଙ୍ଗଳ ଗ୍ରହରେ ଆଗାମୀ ୩୦ ବର୍ଷରେ ତିଆରି ହେବ ସହର

ନୂଆଦିଲ୍ଲୀ,୧୭।୫:  ମଙ୍ଗଳ ଗ୍ରହକୁ ପହଁଞ୍ଚିବା ପାଇଁ ମଣିଷର ସ୍ବପ୍ନ ରହିଛି। ଆଜି ମଧ୍ୟ ପୃଥିବୀ ପାଖରେ ଏହି ଗ୍ରହର ରହସ୍ୟ ଜାଣିବାର ଇଛା ରହିଛି। ଏହା ଭିତରେ ଟେସଲା ସିଇଓ ଏଲନ୍ ମସ୍କ  କରିଛନ୍ତି ଭବିଷ୍ୟବାଣୀ।  ସେ କହିଛନ୍ତି, ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ସହର ପ୍ରତିଷ୍ଠା ହେବ। ଏଥିରେ ଲୋକ ରହିବେ। ଏହା ସେହି କଳ୍ପନାକୁ ସାକାର କରିବା ଭଳି, ଯେଉଁଥିରେ ଲୋକ କୁହନ୍ତି ଏବେ ମଙ୍ଗଳ ଓ ଚନ୍ଦ୍ରରେ ମଧ୍ୟ କଲୋନୀ ତିଆରି ହବ। ସ୍ପେସ୍‌ଏକ୍ସର କୋ-ଫାଉଣ୍ଡର ଏଲନ୍ ମସ୍କ ଏକ୍ସ ପ୍ଲାଟଫର୍ମରେ ଜଣେ ଫଲୋଅରଙ୍କ ଟ୍ବିଟର ଜବାବ୍ ଦେଇ ଏହା କହିଛନ୍ତି।

ଏଲନ ମସ୍କ କହିଛନ୍ତି, ଆମେ ମଙ୍ଗଳ ଗ୍ରହରେ ଓହ୍ଲାଇବାଠାରୁ ମାତ୍ର କିଛି ଦୂରରେ ରହିଛ। ସେ କହିଛନ୍ତି, ଆଗାମୀ ୫ ବର୍ଷରେ ଚାଳକ ଦଳଙ୍କ ବ୍ୟତୀତ ମଧ୍ୟ ଲୋକଙ୍କୁ ପଠାଇବ। ୧୦ ବର୍ଷରେ ମାଟି ଉପରେ ରହୁଥିବା ଲୋକଙ୍କୁ ମଙ୍ଗଳ ଗ୍ରହକୁ ପଠାଇବ। ଆଗାମୀ ୨୦ ବର୍ଷରେ ଏକ ସହର ଓ ନିଶ୍ଚିତ ରୂପରେ ୩୦ ବର୍ଷରେ ସଭ୍ୟତା ହେବାରେ ସଫଳ ହେବ। ମସ୍କଙ୍କ ଦ୍ବାରା କରାଯାଇଥିବା ନବୀନତମ ମହାକାଶ ଭବିଷ୍ୟବାଣୀ ଉପରେ ତାଙ୍କ ଫଲୋଅର୍ସଙ୍କ ଚର୍ଚ୍ଚା କରିଛନ୍ତି ଓ ନିଜର ପ୍ରତିକ୍ରିୟା ଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ମସ୍କ ସ୍ପେସ୍‌ଏକ୍ସର ମୂଳଦୂଆ ୨୦୨୦ ରେ ରଖିଥିଲେ। ଏହି କମ୍ପାନୀ ଲିକ୍ବିଡ୍ ପ୍ରୋପେଲେଟ୍ ରକେଟକୁ କକ୍ଷପଥକୁ ପଠାଇବା ଓ ମହାକାଶ ଯାତ୍ରୀଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ପର୍ଯ୍ୟନ୍ତ ପଠାଇବା ପାଇଁ ପ୍ରଥମେ କାମ ଆରମ୍ଭ କରିଥିଲା। ଏହାର ସ୍ଥାପନା ଗୋଟେ ବର୍ଷ ପୂର୍ବେ ମସ୍କ ନିଜର ମାର୍ସ ଓଏସିସ୍‌ ପ୍ରୋଜେକ୍ଟ ସହିତ ଲାଲ ଗ୍ରହକୁ ସବୁଜ କରିବାର ଯୋଜନାର ରୂପରେଖ ତିଆରି କରିଥିଲା। ଏଲନ୍ ମସ୍କ ସବୁବେଳେ ମହାକାଶକୁ ନେଇ ଭବିଷ୍ୟବାଣୀ କରନ୍ତି ଓ ଲୋକମାନେ ତାଙ୍କ ଟିପ୍ପଣୀକୁ ଖୁବ୍ ଗମ୍ଭୀରତାର ସହ ଦେଖନ୍ତି। ତାଙ୍କର ପ୍ରାୟ ୧୮୩ ଫଲୋଅର୍ସ ଅଛନ୍ତି, ଯେଉଁମାନେ ତାଙ୍କ ଟିପ୍ପଣୀ ଉପରେ ଚର୍ଚ୍ଚା କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.