ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମସ୍ତିଷ୍କକୁ ସଂକ୍ରମିତ କରୁଛି ଏନ୍‌ସେଫାଲାଇଟିସ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଖୁଲାସା

Published By : Krishna Priya | February 28, 2025 2:54 PM

ଭୁବନେଶ୍ୱର ୨୮/୦୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ଜରୁରି ରିପୋର୍ଟରେ ଜଣାଇଛି ଯେ ଇନ୍‌ସୋଫଲାଇଟିସ୍‌ ସହ ଯୋଡ଼ି ହୋଇଥିବା ସମସ୍ୟା ଏବଂ ଯତ୍ନ କେତେ ଗୁରୁତ୍ୱପୂର୍ଣ୍ଣ । ଏହା ମସ୍ତିଷ୍କକୁ ଆକ୍ରମଣ କରୁଥିବା ଏକ ଗମ୍ଭୀର ସମସ୍ୟା । ଏହି ରୋଗ ଅଚାନକ୍‌ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ ।ଏନ୍‌ସେଫାଲାଇଟିସ୍‌ କ'

ଏହା ଏକ ମସ୍ତିଷ୍କ ସଂକ୍ରମଣ । ଯାହା ମୁଖ୍ୟତଃ ୨ଟି କାରଣରୁ ହୋଇଥାଏ ।

ସଂକ୍ରାମକ ସଂକ୍ରମଣ:

ଯେତେବେଳେ କୌଣସି ଭାଇରସ୍‌, ବ୍ୟାକ୍ଟେରିଆ କିମ୍ବା ପାରାସାଇଟ୍‌ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ । ଜାପାନୀ ଏନ୍‌ସେଫାଲାଇଟିସ୍‌ ଏବଂ ସ୍କ୍ରବ ଟାଇଫସ୍‌ର ଭାରତରେ ଖୁବ୍‌ ସାଧାରଣ କାରଣ । 

ଅଟୋଇମ୍ୟୁନ୍‌ ଏନ୍‌ସେଫାଲାଇଟିସ୍‌ : 

ଯେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭୁଲ୍‌ରେ ମସ୍ତିଷ୍କ ଉପରେ ହିଁ ଆକ୍ରମଣ କରିଥାଏ । ଏହି ରୋଗ ଖୁବ୍‌ ଶୀଘ୍ର ସଂପ୍ରସାରିତ ହୋଇଥାଏ । ଯଦି ଠିକ୍‌ ସମୟରେ ଏହାର ଚିକିସାô କରା ନଯାଏ, ତେବେ ରୋଗୀ କୋମାରେ ଯାଇପାରେ କିମ୍ବା ମୃତ୍ୟୁର କାରଣ ସାଜିପାରେ । ସେହି ସ୍ଥିତିରେ ଯଦି ରୋଗୀ ବଞ୍ଚିଯାଏ, ତେବେ ସ୍ମୁତିଶକ୍ତିରେ ସମସ୍ୟା କିମ୍ବା କଥା କହିବାରେ ସମସ୍ୟା ଉପୁଜିପାରେ । ଏହା ରୋଗ ପିଲା ଓ ବୟସ୍କମାନଙ୍କ ପାଇଁ ଖୁବ୍‌ କ୍ଷତିକାରକ । କାରଣ ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ୨୦୨୪ରେ ଦେଶରେ ୧୫୪୮ ଜାପାନୀ ଏନ୍‌ସେଫାଲାଇଟିସ୍‌ ମାମଲା ଆସିଥିଲା । ବିଶେଷକରି ଗରମ ଓ ବର୍ଷାଦିନେ ଏହି ରୋଗ ବଢିଥାଏ । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ରୋଗକୁ ଆରମ୍ଭରୁ ଧ୍ୟାନ ଦେବା ଆବଶ୍ୟକ । ନଚେତ୍‌ ରୋଗୀ ମୃତ୍ୟୁ କିମ୍ବା ବିକଳାଙ୍ଗର ଶିକାର ହୋଇପାରନ୍ତି । 

କେମିତି ରକ୍ଷା ପାଇବେ?

ଭ୍ୟାକ୍ସିନ୍‌ ନିଅନ୍ତୁ- ଏହି ରୋଗର ସୁରକ୍ଷା ପାଇଁ ଟୀକା ନେବା ଜରୁରି । ମଶାଠାରୁ ଦୂରେଇ ରୁହନ୍ତୁ- ବିଶେଷକରି ବର୍ଷା ଦିନେ ମଶାଙ୍କଠାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ ।

ସ୍ୱଚ୍ଛତାକୁ ଧ୍ୟାନ ଦିଅନ୍ତୁ- ସଂକ୍ରମିତ ଖାଦ୍ୟ ଓ ପାଣିଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ୍‌ ଇନ୍ସୋଫାଲାଇଟି୍‌ସର କାରଣ ହୋଇପାରେ ।

ଲକ୍ଷଣକୁ ଅଣଦେଖା କରନ୍ତୁନି- ଯଦି ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.