ଭୁବନେଶ୍ୱର ୨୮/୦୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ଜରୁରି ରିପୋର୍ଟରେ ଜଣାଇଛି ଯେ ଇନ୍‌ସୋଫଲାଇଟିସ୍‌ ସହ ଯୋଡ଼ି ହୋଇଥିବା ସମସ୍ୟା ଏବଂ ଯତ୍ନ କେତେ ଗୁରୁତ୍ୱପୂର୍ଣ୍ଣ । ଏହା ମସ୍ତିଷ୍କକୁ ଆକ୍ରମଣ କରୁଥିବା ଏକ ଗମ୍ଭୀର ସମସ୍ୟା । ଏହି ରୋଗ ଅଚାନକ୍‌ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ ।ଏନ୍‌ସେଫାଲାଇଟିସ୍‌ କ'

ଏହା ଏକ ମସ୍ତିଷ୍କ ସଂକ୍ରମଣ । ଯାହା ମୁଖ୍ୟତଃ ୨ଟି କାରଣରୁ ହୋଇଥାଏ ।

ସଂକ୍ରାମକ ସଂକ୍ରମଣ:

ଯେତେବେଳେ କୌଣସି ଭାଇରସ୍‌, ବ୍ୟାକ୍ଟେରିଆ କିମ୍ବା ପାରାସାଇଟ୍‌ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ । ଜାପାନୀ ଏନ୍‌ସେଫାଲାଇଟିସ୍‌ ଏବଂ ସ୍କ୍ରବ ଟାଇଫସ୍‌ର ଭାରତରେ ଖୁବ୍‌ ସାଧାରଣ କାରଣ । 

ଅଟୋଇମ୍ୟୁନ୍‌ ଏନ୍‌ସେଫାଲାଇଟିସ୍‌ : 

ଯେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭୁଲ୍‌ରେ ମସ୍ତିଷ୍କ ଉପରେ ହିଁ ଆକ୍ରମଣ କରିଥାଏ । ଏହି ରୋଗ ଖୁବ୍‌ ଶୀଘ୍ର ସଂପ୍ରସାରିତ ହୋଇଥାଏ । ଯଦି ଠିକ୍‌ ସମୟରେ ଏହାର ଚିକିସାô କରା ନଯାଏ, ତେବେ ରୋଗୀ କୋମାରେ ଯାଇପାରେ କିମ୍ବା ମୃତ୍ୟୁର କାରଣ ସାଜିପାରେ । ସେହି ସ୍ଥିତିରେ ଯଦି ରୋଗୀ ବଞ୍ଚିଯାଏ, ତେବେ ସ୍ମୁତିଶକ୍ତିରେ ସମସ୍ୟା କିମ୍ବା କଥା କହିବାରେ ସମସ୍ୟା ଉପୁଜିପାରେ । ଏହା ରୋଗ ପିଲା ଓ ବୟସ୍କମାନଙ୍କ ପାଇଁ ଖୁବ୍‌ କ୍ଷତିକାରକ । କାରଣ ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ୨୦୨୪ରେ ଦେଶରେ ୧୫୪୮ ଜାପାନୀ ଏନ୍‌ସେଫାଲାଇଟିସ୍‌ ମାମଲା ଆସିଥିଲା । ବିଶେଷକରି ଗରମ ଓ ବର୍ଷାଦିନେ ଏହି ରୋଗ ବଢିଥାଏ । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ରୋଗକୁ ଆରମ୍ଭରୁ ଧ୍ୟାନ ଦେବା ଆବଶ୍ୟକ । ନଚେତ୍‌ ରୋଗୀ ମୃତ୍ୟୁ କିମ୍ବା ବିକଳାଙ୍ଗର ଶିକାର ହୋଇପାରନ୍ତି । 

କେମିତି ରକ୍ଷା ପାଇବେ?

ଭ୍ୟାକ୍ସିନ୍‌ ନିଅନ୍ତୁ- ଏହି ରୋଗର ସୁରକ୍ଷା ପାଇଁ ଟୀକା ନେବା ଜରୁରି । ମଶାଠାରୁ ଦୂରେଇ ରୁହନ୍ତୁ- ବିଶେଷକରି ବର୍ଷା ଦିନେ ମଶାଙ୍କଠାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ ।

ସ୍ୱଚ୍ଛତାକୁ ଧ୍ୟାନ ଦିଅନ୍ତୁ- ସଂକ୍ରମିତ ଖାଦ୍ୟ ଓ ପାଣିଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ୍‌ ଇନ୍ସୋଫାଲାଇଟି୍‌ସର କାରଣ ହୋଇପାରେ ।

ଲକ୍ଷଣକୁ ଅଣଦେଖା କରନ୍ତୁନି- ଯଦି ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।