ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କୀ ନିପାତ

Published By : Anindita Ratha | October 20, 2024 8:33 AM

ନୂଆଦିଲ୍ଲୀ,୨୦/୧୦:   ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା । ଉତରୀ କାଶ୍ମୀରର ଉରି ସେକ୍ଟରରେ କଣ୍ଟ୍ରୋଲ୍ ଲାଇନ୍ ଦେଇ ଅନୁପ୍ରବେଶ କରୁଥିବା ବେଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ଟଳି ପଡିଥିବା ସୂଚନା ରହିଛି । ତେବେ ନିପାତ ହୋଇଥିବା ଆତଙ୍କବାଦୀ ବିଦେଶୀ ବୋଲି ଜଣାପଡିଛି ।

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିବା ପରେ ଜଣେ ଅଜ୍ଞାତ ଆତଙ୍କବାଦୀଙ୍କୁ ସେନା ଦ୍ୱାରା ହତ୍ୟା କରାଯାଇଥିଲା। ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ଆମେ ଗୁପ୍ତଚର ସୂଚନା ପାଇଛୁ । ଏହାପରେ ସେନାବାହିନୀ ସଜାଗ ରହିବା ସହ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ସେମାନେ ଅନୁପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଆତଙ୍କବାଦୀଙ୍କୁ ଭାରତୀୟ ସେନା ଚ୍ୟାଲେଞ୍ଜ କରିଥିଲା, ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଅପରେସନ ଜାରି ରହିଛି । ଉଭୟ ପାର୍ଶ୍ବରୁ ଗୁଳି ବିନିମୟ ଜାରି ରହିଛି । ପ୍ରକାଶ ଥାଉକି, ଏକ ସପ୍ତାହ ପୂର୍ବରୁ ବିଏସଏଫର ଇନ୍ସପେକ୍ଟର ଜେନେରାଲ ଅଶୋକ ଯାଦବ କହିଥିଲେ ଯେ ଲଞ୍ଚପ୍ୟାଡରେ ଥିବା ପ୍ରାୟ ୧୫୦ ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସୁରକ୍ଷା ବାହିନୀ ଏଭଳି ଉଦ୍ୟମକୁ ବିଫଳ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.