ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ପରିବେଶ, ବେଦ ଓ ଆଧୁନିକ ମଣିଷ

ଭୁବନେଶ୍ୱର: ସରଳ ଭାଷାରେ ପରିବେଶ କହିଲେ ଆମ ଚାରିପାଖର ପୃଥିବୀ ଓ ପୃଥିବୀ ଧାରଣ କରିଥିବା ସମସ୍ତ ଜୈବିକ ଏବଂ ଅଣଜୈବିକ ଉପାଦାନକୁ ବୁଝିଥାଉ । ସମସ୍ତ ଜୀବ ଏବଂ ଅଣ-ଜୀବ ଉପାଦାନ ଏବଂ ମାନବ ଜୀବନକୁ ପ୍ରଭାବିତ କରୁଥିବା ଏହାର ସମୁଦାୟକୁ ପରିବେଶ ଭାବରେ ବ୍ୟାଖ୍ୟା କରାଯାଇପାରେ । ସମସ୍ତ ପ୍ରାଣୀ, ଉଦ୍ଭିଦ, ଜଙ୍ଗଲ, ମତ୍ସ୍ୟଜୀବୀ ଏବଂ ପକ୍ଷୀସମୂହକୁ ଜୈବିକ ଉପାଦାନ ଭାବରେ ବୁଝା ଯାଉଥିବାବେଳେ ଅଣ-ଜୀବ (ଏବାୟୋଟିକ୍‌ ଏଲିମେଣ୍ଟସ)  ଉପାଦାନଗୁଡ଼ିକରେ ଜଳ, ସ୍ଥଳ, ସୂର୍ଯ୍ୟକିରଣ, ପଥର ଏବଂ ବାୟୁ ଅନ୍ତର୍ଭୁକ୍ତ । ଶିଳ୍ପ ବିପ୍ଳବ ପରଠାରୁ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ର ଜମା ହେବା କାରଣରୁ ବର୍ତ୍ତମାନର ବିଶ୍ୱ ତାପମାତ୍ରାର ସମସ୍ୟା ଦେଖାଦେଇଛି । 

ଅନେକ ଦେଶର ଅର୍ଥନୈତିକ ବିକାଶ ପାଇଁ ପରିବେଶକୁ ତା'ର ଅନେକ ମୂଲ୍ୟ ଦେବାକୁ ପଡ଼ିଛି । ଯଦିଓ ମନୁଷ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ପୃଥିବୀରେ ପର୍ଯ୍ୟାପ୍ତ ସମ୍ବଳ ଅଛି, କିନ୍ତୁ ତା'ର ଲାଭକୁ ପୂରଣ କରିବା ପାଇଁ କଦାପି ପର୍ଯ୍ୟାପ୍ତ ହେବନାହିଁ । ମନୁଷ୍ୟ ନିଜର ଲାଭ ପାଇଁ ଏହାର ସାମର୍ଥ୍ୟକୁ ବିନା ଶୋଷଣରେ ବ୍ୟବହାର କରି ପ୍ରକୃତି ସହିତ ସୁ-ସମ୍ପର୍କରେ ଜୀବନଯାପନ କରିବା ସମ୍ଭବ ହୋଇପାରିଥାନ୍ତା, କିନ୍ତୁ ଏହାର ଅଯଥା ଶୋଷଣର ପରିଣାମ ଅନ୍ୟର ଅଗ୍ରଗତିକୁ ଅବରୋଧ କରିବା ସହିତ ଅପୂରଣୀୟ କ୍ଷତି ଘଟାଇଛି ।  ଅନେକ ବିକଶିତ ଦେଶ ମଧ୍ୟରୁ ଶ୍ରେଷ୍ଠ ୧୦ଟି ସର୍ବୋଚ୍ଚ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗତକାରୀଙ୍କ ମଧ୍ୟରେ ଆମେରିକାର ମୁଣ୍ଡପିଛା ନିର୍ଗମନ ହେଉଛି ସର୍ବାଧିକ ୧୭.୬ ଟନ୍‌ ସମ କାର୍ବନ ଡାଇଅକ୍ସାଇଡ୍‌, ଋଷିଆର ହେଉଛି ୧୩.୩ ଟନ୍‌, ଚୀନର ୧୦.୯୫ ଟନ୍‌ ସମ କାର୍ବନ ଡାଇଅକ୍ସାଇଡ୍‌ ଥିବାବେଳେ ଭାରତରେ   କିନ୍ତୁ ମୁଣ୍ଡପିଛା ନିର୍ଗମନ ସର୍ବନିମ୍ନ ମାତ୍ର ୨.୫ ଟନ୍‌ ଅଟେ । ଏହାର କାରଣ ହେଉଛି ଭାରତୀୟମାନେ ଏହାର ଶୋଷଣ ଅପେକ୍ଷା ପ୍ରକୃତି ଅନୁକୂଳ ଜୀବନ ପ୍ରଣାଳୀ ଏବଂ ଅଭ୍ୟାସ ଉପରେ ବିଶ୍ୱାସ କରିଥାଆନ୍ତି ।

କଥାରେ ଅଛି ଶହେ ମୂଷା ଖାଇସାରିଲା ପରେ ବିରାଡ଼ି ବାହାରିଲା ହଜ୍‌ କରିବାକୁ! ଠିକ୍‌ ସେମିତି ପାଶ୍ଚାତ୍ୟ ଦେଶଗୁଡ଼ିକ ପୃଥିବୀର ପରିବେଶ ଓ ଜଳବାୟୁର ମୂଲ୍ୟରେ ନିଜକୁ ବିକଶିତ ରାଷ୍ଟ୍ର ଭାବରେ ଛିଡ଼ା କରିସାରିଲା ପରେ ଆଜି ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ବିଷୟରେ ପ୍ରବଚନ ଦେଇଚାଲିଛନ୍ତି, ଯାହାଦ୍ୱାରା କେତୋଟି ନିର୍ଦ୍ଦିଷ୍ଟ ଶବ୍ଦର ବହୁତ ଚାହିଦା ବୃଦ୍ଧି ଘଟିଛି ଆମ ଆଧୁନିକ  ଭାରତରେ- ‘ଇକୋ, ଏନଭାରନମେଣ୍ଟ, କ୍ଲାଇମେଟ ଚେଞ୍ଜ, ଅର୍ଗାନିକ, ପ୍ଲାଣ୍ଟେସନ, ଗ୍ଲୋବାଲ ୱାର୍ମିଂ’ ଇତ୍ୟାଦି । ପାଶ୍ଚାତ୍ୟ ବିରାଡ଼ିମାନଙ୍କର ଏହି ପ୍ରଭାବଶାଳୀ ଶବ୍ଦଗୁଡ଼ିକୁ ଯେଉଁମାନେ ବହୁଳ ଭାବରେ ବ୍ୟବହାର କରୁଛନ୍ତି ଏବଂ ଯେଉଁମାନେ ଏହି ଶବ୍ଦଗୁଡ଼ିକୁ ନେଇ "ଏନଜିଓ' ବ୍ୟବସାୟରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବୁଦ୍ଧିଜୀବୀ ଭାବରେ ଗଣାଯାଉଛି । ସତରେ ଯେମିତି ପରିବେଶ ସୁରକ୍ଷା ଏକ ନୂଆ କଥା, ଯେମିତି ସେମାନେ ଭାରତୀୟମାନଙ୍କୁ ପ୍ରଥମ କରି ଏ ବିଷୟରେ ଜ୍ଞାନ ବର୍ଷୁଛନ୍ତି!

ପ୍ରାଚୀନ ଭାରତରେ ପରିବେଶର ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନ ରଖିବା ବୈଦିକ ସଂସ୍କୃତିର ମହତ୍ତ୍ୱ ଥିଲା । ସନାତନ ଦର୍ଶନରେ ଜଙ୍ଗଲ, ବୃକ୍ଷ ଏବଂ ବନ୍ୟଜନ୍ତୁ ସୁରକ୍ଷା ଏକ ସ୍ୱତନ୍ତ୍ର ସମ୍ମାନର ସ୍ଥାନ ପାଇଥିଲା । ସବୁଜ ଗଛ କାଟିବା ନିଷେଧ କରାଯାଇଥିଲା ଏବଂ ଏହିପରି କାର୍ଯ୍ୟ ପାଇଁ ଦଣ୍ଡବିଧାନ ବି କରାଯାଇଥିଲା । ବେଦ ପରିବେଶ ସୁରକ୍ଷା ଏବଂ ଶୁଦ୍ଧତାର ମହତ୍ତ୍ୱ ବର୍ଣ୍ଣନା କରିଥାଏ । ବାସ୍ତବରେ, ପ୍ରକୃତିକୁ ଶୋଷଣ କରିବାରୁ ମଣିଷକୁ ବାରଣ କରାଯାଇଛି ବେଦରେ ଏବଂ ସେମାନଙ୍କୁ  ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବାକୁ ଶିକ୍ଷା ଦିଆଯାଇଛି । ଉଦ୍ଭିଦ ଏବଂ ଜୀବଜନ୍ତୁ ସମେତ ସମସ୍ତ ଉପାଦାନରେ ଈଶ୍ୱର ଅଛନ୍ତି ବୋଲି ଶିକ୍ଷା ଦିଆଯାଇଛି । ଅତୀତର ମୁନି ଋଷିମାନଙ୍କର  ପ୍ରକୃତି ପ୍ରତି ସର୍ବଦା ଏକ ବଡ଼ ସମ୍ମାନ ଥିଲା, ତେଣୁ ପ୍ରତ୍ୟେକ ସନାତନୀ ପ୍ରକୃତିକୁ ହିଁ ପୂଜା କରିଥାନ୍ତି । "ଯଦି ତୁମେ ଫଳ ଏବଂ ଜୀବନର ସୁଖ ଉପଭୋଗ କରିବାକୁ ଚାହୁଁଛ, ତେବେ ନିରନ୍ତର ଭାବରେ ବୃକ୍ଷରୋପଣ କର' । (ଋଗ ବେଦ) । ବେଦରେ ପରିବେଶ ସଂରକ୍ଷଣ, ପରିବେଶ ସନ୍ତୁଳନ ଏବଂ ପାଣିପାଗ ଚକ୍ର ଉପରେ ଅନେକ ରେଫରେନ୍‌ସ ଅଛି । ସେମାନେ ବିଶ୍ୱାସ କରୁଥିଲେ ଯେ, ପରିବେଶ ଗଠନ କରୁଥିବା ପାଞ୍ଚଟି ମହାନ ଉପାଦାନ (ପଞ୍ଚମହାଭୂତ) (ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ) ସମସ୍ତେ ପ୍ରକୃତିରୁ ଉତ୍ପନ୍ନ, ପ୍ରାଥମିକ ଶକ୍ତି ଏବଂ ଆମର ମାନବ ଶରୀର ଏଗୁଡ଼ିକରୁ ହିଁ ଗଠିତ ଏବଂ ଏହି ପଞ୍ଚମହାଭୂତ ସହିତ ଜଡ଼ିତ । ପ୍ରତ୍ୟେକ ଉପାଦାନକୁ ପାଞ୍ଚଟି ଇନ୍ଦ୍ରିୟ  ମଧ୍ୟ ପ୍େରତ୍ୟକଟି ସହ ସଂଯୋଗ କରେ । ମଣିଷର ନାକ ପୃଥିବୀ ସହିତ ଜଡ଼ିତ, ଜଳକୁ ଭାଷା, ଅଗ୍ନିରେ ଆଖି, ଚର୍ମରୁ ବାୟୁ ଏବଂ ମହାକାଶକୁ କାନ ସହିତ ଜଡ଼ିତ କରିଥାଏ । ଆମର ଇନ୍ଦ୍ରିୟ ଏବଂ ଉପାଦାନ ମଧ୍ୟରେ ଥିବା ଏହି ବନ୍ଧନ ହେଉଛି ପ୍ରାକୃତିକ ଦୁନିଆ ସହିତ ଆମର ମାନବିକ ସମ୍ପର୍କର ମୂଳଦୁଆ । ସନାତନ ଧର୍ମ ପାଇଁ ପ୍ରକୃତି ଏବଂ ପରିବେଶ ଆମ ବାହାରେ ନୁହେଁ, ସେଗୁଡ଼ିକ ଆମର ଅସ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ! ବେଦ ଜଙ୍ଗଲର ସୁରକ୍ଷା ଏବଂ ଜଙ୍ଗଲ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ ।  ବୈଦିକ ଯୁଗରେ ଲୋକମାନେ ପ୍ରକୃତି ଏବଂ ପରିବେଶକୁ ଏକ ହାଲିଷ୍ଟିକ୍‌ ଆଭିମୁଖ୍ୟ ସହ ପୂଜା କରୁଥିଲେ ଏବଂ ଯତ୍ନର ସହ ସଂରକ୍ଷଣ କରି ଏହାର ପ୍ରତ୍ୟେକ ଉପାଦାନକୁ ସମ୍ମାନିତ କରୁଥିଲେ । "ପରିବେଶକୁ କ୍ଷତି କରନାହିଁ, ଜଳ ଏବଂ ଉଦ୍ଭିଦକୁ କ୍ଷତି କରନାହିଁ, ପୃଥିବୀ ମାତା, ମୁଁ ତାଙ୍କ ପୁତ୍ର, ଜଳ ସତେଜ ରହୁ, ଜଳକୁ କ୍ଷତି କରନାହିଁ, ଗଛ କାଟନ୍ତୁ ନାହିଁ, କାରଣ ସେମାନେ ପ୍ରଦୂଷଣ ଦୂର କରନ୍ତି' (ଋଗ୍‌ ବେଦ, ୬:୪୮:୧୭) । ବୋଧହୁଏ ଏହି କାରଣରୁ ବେଦ ପୃଥିବୀର ପ୍ରଥମ ପରିବେଶ ଶିକ୍ଷକ ଏବଂ ପ୍ରାଚୀନ ଯୁଗର ମଣିଷ ଥିଲେ ପ୍ରଥମ ପରିବେଶବିତ୍‌ । ପ୍ରାରମ୍ଭରେ ଉଲ୍ଲେଖ ଅଛି "ଗଛ କାଟନ୍ତୁ ନାହିଁ, କାରଣ ସେମାନେ ପ୍ରଦୂଷଣ ଦୂର କରନ୍ତି, ଆକାଶକୁ ବିଚଳିତ କରନାହିଁ ଏବଂ ବାୟୁମଣ୍ଡଳକୁ ପ୍ରଦୂଷିତ କରନାହିଁ' (ଯଜୁଃ ବେଦ: ୫:୪୩) ।

ବେଦ ବ୍ୟତୀତ ଉପନିଷଦ, ପୁରାଣ, ସୂତ୍ର ଏବଂ ସନାତନ ଧର୍ମର ଅନ୍ୟାନ୍ୟ ପବିତ୍ର ପାଠ୍ୟରେ ପ୍ରକୃତିର ଉପାସନା ବିଷୟରେ ଅନେକ ସନ୍ଦର୍ଭ ରହିଛି । ଆମର ସଂସ୍କୃତ ମନ୍ତ୍ର ଦୈନନ୍ଦିନ ଆମକୁ ମନେ ପକାଇଦିଏ ଆମର ନଦୀ, ପର୍ବତ, ଗଛ, ଜୀବଜନ୍ତୁ ଏବଂ ପୃଥିବୀ ସମ୍ମାନର ଯୋଗ୍ୟ । ପ୍ରାଚୀନ ଭାରତୀୟ କବି, କାଳି ଦାସଙ୍କ ଶବ୍ଦରେ: "ହିମାଳୟ ହେଉଛି ଏକ ମହାନ ଦେବତା, ଏକ ମହାନ ଆଧ୍ୟାତ୍ମିକ ଉପସ୍ଥିତି, ପଶ୍ଚିମରୁ ପୂର୍ବ ସାଗରକୁ ବିସ୍ତାର କରି ପୃଥିବୀର ମହାନତାକୁ ମାପିବା ପାଇଁ ଏକ ମାପଦଣ୍ଡ’ । ପ୍ରକୃତିର ମୌଳିକ ଉପାଦାନଗୁଡ଼ିକ ବ୍ରହ୍ମାଣ୍ଡ ସୃଷ୍ଟିକରେ- ପର୍ବତଗୁଡ଼ିକ ତାଙ୍କର ଅସ୍ଥି, ପୃଥିବୀ ତାଙ୍କର ମାଂସ, ସମୁଦ୍ର ତାଙ୍କ ରକ୍ତ, ଆକାଶ ତାଙ୍କ ପେଟ, ବାୟୁ ତାଙ୍କ ନିଶ୍ୱାସ  ଏବଂ ଅଗ୍ନି ତାଙ୍କର ଶକ୍ତି ।

ଭଗବଦ୍‌ ଗୀତାରେ କୃଷ୍ଣ ବିଶ୍ୱକୁ ଏକ ବରଗଛ ଏବଂ ଏହାର ଅସୀମିତ ଶାଖା ସହିତ ତୁଳନା କରିଛନ୍ତି, ଯେଉଁଥିରେ ସମସ୍ତ ପ୍ରକାରର ପ୍ରାଣୀ, ମଣିଷ ଏବଂ ଦେବତାମାନେ ବିଚରଣ କରନ୍ତି । ଭାରତୀୟ ଚେତନା ଗଛ ଏବଂ ଜଙ୍ଗଲରେ ପରିପୂର୍ଣ୍ଣ । ହିନ୍ଦୁ ରୀତିନୀତିରେ ବିଭିନ୍ନ ଗଛ, ଫଳ ଏବଂ ଉଦ୍ଭିଦର ବିଶେଷ ମହତ୍ୱ ରହିଛି । ଭଗବାନ କୃଷ୍ଣ ଭଗବଦ୍‌ ଗୀତା (୯.୨୬)ରେ କହିଛନ୍ତି: "ପତ୍ରମ୍‌ ପୁଷ୍ପମ୍‌ ଫଳମ୍‌ ତୋୟମ୍‌, ୟୋ ମେ ଭକ୍ତି ପ୍ରୟାଚତୀ ତାଦହମ୍‌ ଭକ୍ତ ଯୁପହୃତମ୍‌ ଆସ୍ନାମି ପ୍ରୟାତାତମନାଃ' ।

ପ୍ରକୃତି ଓ ପରିବେଶ ସୁରକ୍ଷା ଦିଗରେ ଆଧୁନିକ ମଣିଷର ଗୋଟିଏ ମାତ୍ର ଅବଦାନ କ’ଣ କହିପାରିବେ? ସବୁ ପକ୍ଷୀ ନିଜ ଘର ନିଜେ ନିଜେ ତିଆରି କରିଥାନ୍ତି, କିନ୍ତୁ ମଣିଷ ଗୋଟିଏ ମାତ୍ର ପ୍ରାଣୀ ଯିଏ ନିଜପାଇଁ ଘରଟିଏ ନିଜେ ତିଆରି କରିପାରେନା, ଅନ୍ୟ ଉପରେ ସର୍ବଦା ନିର୍ଭରଶୀଳ । ପ୍ରତ୍ୟକ ପ୍ରାଣୀ ତା’ପାଇଁ ମାତ୍ର ଗୋଟିଏ ଘର ତିଆରି କରିଥାଏ । କିନ୍ତୁ ମଣିଷ ନିଜପାଇଁ ପ୍ରକୃତିର ମୂଲ୍ୟରେ ଏକାଧିକ ଘର ତିଆରି କରାଇଥାଏ, ପାହାଡ଼ ଭାଙ୍ଗିଥାଏ, ନଦୀ ଶୁଖାଇଥାଏ ଓ ଜଙ୍ଗଲ ଶେଷ କରିଥାଏ! ପ୍ରତ୍ୟକ ପ୍ରାଣୀ ନିଜ ଖାଦ୍ୟ ନିଜେ ଯୋଗାଡ଼ କରିଥାଏ । କିନ୍ତୁ ମଣିଷ ନିଜ ଖାଦ୍ୟପାଇଁ ପର ଉପରେ ନିର୍ଭରଶୀଳ, ଖାଦ୍ୟ ବି ଅନ୍ୟଦ୍ୱାରା ପ୍ରସ୍ତୁତ କରିଥାଏ! କୌଣସି ପଶୁପକ୍ଷୀ ତାର ସାଥୀର ବିନା ସହମତରେ ସମ୍ଭୋଗ କରିନଥାଏ, କିନ୍ତୁ "ବଳାତ୍କାର' ବା ‘ଧର୍ଷଣ' ଶବ୍ଦଟି କେବଳ ଆଧୁନିକ ମଣିଷମାନଙ୍କ ପ୍ରତି ପ୍ରଯୁଜ୍ୟ! ମଣିଷ ଗୋଟିଏ ମାତ୍ର ପ୍ରାଣୀ, ଯେ ପ୍ରସବ ପାଇଁ ଡାକ୍ତରଖାନା ଯାଏ! ସବୁଠାରୁ କୌତୁହଳପୂର୍ଣ୍ଣ କଥା ହେଲା ଆଧୁନିକ ମଣିଷ ତାର ପ୍ରତ୍ୟେକ କାର୍ଯ୍ୟରେ ବେଦମନ୍ତ୍ର ପାଠ କରିଥାଏ ।

"ଓମ୍‌ ଦାଔଃ ଶାନ୍ତି ରାନ୍ତରୀକ୍ଷମ ଶାନ୍ତିଃ ପୃଥିବୀ ଶାନ୍ତି ଆପଃ ଶାନ୍ତିଃ ।  ଔଷଦ୍ଧାୟ ଶାନ୍ତି ବନସ୍ପାତାୟ ଶାନ୍ତିଃ । ବିଶ୍ୱଦେବାଃ ଶାନ୍ତି ବ୍ରହ୍ମା ଶାନ୍ତିଃ ସର୍ବମ ଶାନ୍ତି ଶାନ୍ତିରେବା ଶାନ୍ତିଃ ଶାମା ଶାନ୍ତିରେଧେହିହ । ଓମ୍‌ ଶାନ୍ତି, ଶାନ୍ତି, ଶାନ୍ତି!' ଅର୍ଥାତ୍‌- ଶାନ୍ତି ସମଗ୍ର ଆକାଶରେ ଏବଂ ସର୍ବତ୍ର ବିସ୍ତୃତ ଇଥେରାଲ୍‌ ସ୍ପେସରେ ବିସ୍ତାର ହେଉ । ଏହି ପୃଥିବୀରେ, ଜଳରେ ଏବଂ ସମସ୍ତ ଔଷଧୀୟ ବୃକ୍ଷ ଓ ଗଛରେ ଶାନ୍ତି ଶାସନ କରୁ । ସମଗ୍ର ବ୍ରହ୍ମାଣ୍ଡରେ ଶାନ୍ତି ପ୍ରବାହିତ ହେଉ । ସର୍ବୋପରିସ୍ଥ ବ୍ରାହ୍ମ ଶାନ୍ତି ହେଉ । କେବଳ ଶାନ୍ତି ଏବଂ ଶାନ୍ତିରେ ସର୍ବଦା ବିଦ୍ୟମାନ ରହୁ । ଓମ୍‌ ଶାନ୍ତି, ଶାନ୍ତି, ଶାନ୍ତି ଆମ ପାଇଁ ଏବଂ ସମସ୍ତ ପ୍ରାଣୀ ପାଇଁ ।

ମୁଖରେ ବେଦ ପାଠ କରି ଆଜିର ମଣିଷ ପୃଥିବୀ ଉପରେ ଅତ୍ୟାଚାର କରିଚାଲେ, ଜଙ୍ଗଲ ଧ୍ୱଂସ କରେ, ଅନ୍ତରୀକ୍ଷରେ ଆଜି ସାଟେଲାଇଟ ପରିପୂର୍ଣ୍ଣ! ପୁଣି ନିର୍ଲଜ୍ଜ ଭାବରେ ନିଜକୁ ନିଜେ ଦାବିକରେ ଯେ "ମଣିଷ ହେଉଛି ଜ୍ଞାନୀ ଗୁଣୀ ଓ ଏକ ଉତ୍କୃଷ୍ଟ ପ୍ରାଣୀ! ମଣିଷକୁ ଅନ୍ୟ ପ୍ରାଣୀଙ୍କ ସହ ସମାସ୍କନ୍ଦ ହେବାକୁ ହେଲେ ଫେରିବାକୁ ହେବ ପ୍ରାଚୀନ ସଭ୍ୟତାକୁ, ମହାପୁରୁଷ ହେବାକୁ ହେବ, ବୁଦ୍ଧ ହେବାକୁ ହେବ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.