ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଗୁଲାର୍ ଓ ଏକ୍ସ ରେଗୁଲାରଙ୍କ ପାଇଁ ଯୁକ୍ତ ୨ ପରୀକ୍ଷାର ଅନଲାଇନ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର, ୯।୬: ରେଗୁଲାର୍ ଓ ଏକ୍ସ ରେଗୁଲାରଙ୍କ ପାଇଁ ଯୁକ୍ତ ୨ ପରୀକ୍ଷା ଅନଲାଇନ ଆବେଦନ ତାରିଖ ଘୁଞ୍ଚିଥିବା ଜଣାପଡ଼ିଛି । ଉଚ୍ଚ ଶିକ୍ଷା ବିଭାଗର ପରୀକ୍ଷା ନିୟନ୍ତ୍ରଣକାରୀ ଡ. ପ୍ରଶାନ୍ତ କୁମାର ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଅନେକ ଅନୁଷ୍ଠାନର ପ୍ରସ୍ତାବ ଓ ଛାତ୍ରଛାତ୍ରୀଙ୍କ ପ୍ରତିନିଧିତ୍ୱକୁ ଯତ୍ନର ସହ ବିଚାର କରିବା ପରେ ଏହି ଅନଲାଇନ୍ ଆବେଦନ ତାରିଖରେ ବୃଦ୍ଧି କରାଯାଇଛି । ତେବେ ଛାତ୍ରଛାତ୍ରୀମାନେ ତା ୧୩.୬.୨୦୨୪ରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । 

ତେଣୁ ପ୍ରତ୍ୟେକ ଅନୁଷ୍ଠାନର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ରେଗୁଲାର୍ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କୁ ଏନେଇ ସୂଚନା ଦିଆଯାଇଛି । ତେବେ ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ଏହି ଅନଲାଇନ୍ ଆବେଦନ ତାରିଖକୁ ଅପରିବର୍ତ୍ତିତ ରଖିବ । ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାର ଏହା ହେଉଛି ଶେଷ ସୁଯୋଗ । ଏହି ତାରିଖ ବ୍ୟତୀତ ଆଗକୁ ବିସ୍ତାରକୁ ଅନୁମତି ଦିଆଯିବନାହିଁ ବୋଲି ସୂଚନା । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.