ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘରୋଇ ହଷ୍ଟେଲରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା , ନ୍ୟାୟ ପାଇଁ ଏସଡିପିଓଙ୍କ ଦ୍ୱାରସ୍ଥ ପରିବାର ଲୋକେ

ମାଲକାନଗିରି : କିଛି ଦିନ ତଳେ ଏମଭି ୭ ଗ୍ରାମ ଗଣେଶ ହଷ୍ଟେଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା। ଉକ୍ତ ଘଟଣାକୁ ୬ ଦିନ ବିତି ଯାଇ ଥିବା ବେଳେ ତାଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ଜନିତ ଓ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକେ ମାଲକାନଗିରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

ସୂଚନା ମୁତାବକ, ଉକ୍ତ ଜିଲ୍ଲାର ଏମପିଭି ୧୩୦ ଗ୍ରାମର ବିଶ୍ଵଜିତ ମଣ୍ଡଳଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏମଭି ୭ ଗ୍ରାମରେ ଥିବା ଗଣେଶ ଘରୋଇ ହଷ୍ଟେଲରେ ରହି ପଢୁଥିଲେ। ସେଠାରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। 

ହଷ୍ଟେଲ କର୍ତ୍ତୃପକ୍ଷ ଝିଅଟି ଆତ୍ମହତ୍ୟା କରି ଥିବା କହିଥିଲେ। ତେବେ ଏହି ଘଟଣାକୁ ୬ ଦିନ ବିତି ଯାଇ ଥିଲେ ମଧ୍ୟ କାହିଁକି ମୃତ ନାବାଳିକାର ବ୍ୟବଚ୍ଛେଦ ରିପୋର୍ଟ ଆସି ନାହି ଓ ଏହା ଆତ୍ମହତ୍ୟା ନୁହେଁ, ଏହା ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ମୃତ ନାବାଳିକାଙ୍କ ବାପା, ପରିବାର ଲୋକେ ଓ କିଛି ଗ୍ରାମବାସୀ ମିଶି ନ୍ୟାୟ ପାଇଁ ମାଲକାନଗିରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣା ପଡିଛି।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି, ଅତି ଶୀଘ୍ର ଏହାର ଯାଞ୍ଚ କରି ମୃତ ନାବାଳିକାଙ୍କ ମୃତ୍ୟୁର କାରଣ ଖୋଜିବା ସହ ପରିବାରକୁ ନ୍ୟାୟ ଦିଆଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିବା ଜଣାପଡିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.