ମହିଳାଙ୍କୁ ମରଣାନ୍ତକ ଆକ୍ରମଣ- ଆକ୍ରମଣକାରୀ ଥାନାରେ ଅଟକ

Representative image
ବ୍ରହ୍ମପୁର: ଟିଉସନ ଭିତରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଥାନାରେ ଆତ୍ମସମର୍ପଣ କଲା ଆକ୍ରମଣକାରୀ। ବ୍ରହ୍ମପୁର ବଡବଜାର ଥାନା ରଘୁପତି ନଗରରେ ଉକ୍ତ ଘଟଣା ଘଟିଛି। ମାଧୁରୀ ପଣ୍ଡା ନାମକ ଜଣେ ମହିଳାଙ୍କୁ ଆକ୍ରମଣ ହୋଇଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ଝିଲି ସାହୁ ବି ଆକ୍ରମଣର ଶିକାର ହୋଇଛନ୍ତି।
ମାଧୁରୀଙ୍କୁ ୧୫ ଚୋଟ ପଡିଥିବା ବେଳେ ଝିଲିଙ୍କ ହାତରେ କାତି ଚୋଟ ପଡିଛି। ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଶୁଭମ ସାହୁ ବଡବଜାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମାଧୁରୀ ଓ ଶୁଭମ ଉଭୟ ବିବାହିତ। ଦୀର୍ଘବର୍ଷ ହେଲା ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ପୁଲିସ ନିକଟରେ ପ୍ରକାଶ କରିଛନ୍ତି ଶୁଭମ।
ମାଧୁରୀଙ୍କୁ ବିଭିନ୍ନ ସମୟରେ ଟଙ୍କା ମାଗୁଥିଲେ ଶୁଭମ । ତାଙ୍କ ଉପରେ ସନ୍ଦେହ ହେବାରୁ ଜୀବନରେ ମାରିବାକୁ ଯାଇଥିଲେ ବୋଲି କହିଥିଲେ। ଆଜି ମାଧୁରୀ ଦୁଇ ଝିଅଙ୍କୁ ରଘୁପତିନଗରରେ ଟିଉସନରୁ ନେବାକୁ ଆସିଥିବା ବେଳେ ଶୁଭମ କାତିରେ ଆକ୍ରମଣ କରିଥିଲେ। ଉଭୟଙ୍କ ଘର ରଘୁପତିନଗରରେ ହୋଇଥିବା ବେଳେ କିଛି ମାସ ହେଲା ଅଭିଯୁକ୍ତ ବାଲ୍ମୀକି ନଗରରେ ରହୁଥିବା ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି। ରକ୍ତଭିଜା କାତି ଓ ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଛି ପୁଲିସ।