PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଭୁବନ ଥାନା ଇଲାକାରେ ଆଲୋଡ଼ନ : ଦେଢ଼ ବର୍ଷର ପୁଅକୁ ବଳି ଉଦ୍ୟମ, ବାପା ଗିରଫ

ଭୁବନ ୫।୧୨ : ଗୁଣିଗାରେଡ଼ି, ତନ୍ତ୍ର ସାଧନାରେ ସିଦ୍ଧିଲାଭ କରିବାକୁ ନିଜର ଦେଢ଼ବର୍ଷର ଅବୋଧ ଶିଶୁପୁତ୍ରକୁ ବଳି ଉଦ୍ୟମ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଏଭଳି ଉଦ୍‌ବେଗଜନକ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ସ୍ୱାମୀର ଏଭଳି ପୈଶାଚିକ କାଣ୍ଡକୁ ବିରୋଧ କରି ସ୍ତ୍ରୀ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଭୁବନ ଥାନା କେନ୍ଦୁପଡ଼ା ଗ୍ରାମର ମାନସୀ ନାୟକ ଅଙ୍ଗନବାଡ଼ି ସହାୟିକା ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ୱାମୀ ପୁରସ୍ତମ ନାୟକ (୪୦) ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଉଭୟଙ୍କର ଦୁଇ ସନ୍ତାନ, ୧୧ ବର୍ଷର ଝିଅ ଓ ଦେଢ଼ବର୍ଷର ଶିଶୁପୁତ୍ର । ଚାରି ପ୍ରାଣୀଙ୍କୁ ନେଇ ସେମାନଙ୍କର ସଂସାର । ତେବେ ପୁରସ୍ତମ ଲୁଚାଛପାରେ ଗ୍ରାମର ଜଣେ ଦେହୁରୀ ସମ୍ପ୍ରଦାୟର ବ୍ୟକ୍ତିଙ୍କଠାରୁ ଗୁଣିଗାରେଡ଼ି ଶିକ୍ଷା କରୁଥିଲା । ସିଦ୍ଧିଲାଭ କରିବାକୁ ହେଲେ ନରବଳି ଦେବାକୁ ହେବ ବୋଲି ପୁରସ୍ତମକୁ ତାର ସାଧକ ଗୁରୁ କୁଆଡ଼େ ପ୍ରବର୍ତାଇଥିଲେ ।

ତେଣୁ ସିଦ୍ଧି ଲାଭ କରିବାକୁ ବ୍ୟାକୁଳ ହୋଇପଡ଼ିଥିବା ପୁରସ୍ତମ ସୁଯୋଗ ଅପେକ୍ଷାରେ ରହିଥିଲା । ଗତ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପୁରସ୍ତମ ତାର ଦେଢ଼ବର୍ଷର ଶିଶୁପୁତ୍ରକୁ ବଳି ଦେବାକୁ ନେଲା ବେଳେ ସ୍ତ୍ରୀ ମାନସୀ ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇଯାଇଥିଲେ । ପୁରସ୍ତମ ହାତରୁ ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ପରିବାର ଓ ସାହିବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ମିଶି ବହୁ କଷ୍ଟରେ ପୁରସ୍ତମଠାରୁ ଶିଶୁକୁ ଉଦ୍ଧାର କରିଥିଲେ । ମଙ୍ଗଳବାର ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏ ନେଇ ବିଚାରବିମର୍ଷ ହୋଇଥିଲା । ପରିବାର ଲୋକଙ୍କ ସହ ଆଲୋଚନା କରି ବୁଧବାର ମାନସୀ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ପୁରସ୍ତମକୁ ଗତକାଲି କାବୁ କରିଥିଲା । ପଚରାଉଚୁରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି । କୋର୍ଟରେ ତାର ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର