ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଇନଷ୍ଟାଗ୍ରାମ୍‌ରେ ଲୋକପ୍ରିୟ ହେବାକୁ ଚାହୁଁ ଥିଲେ ଶିକ୍ଷୟିତ୍ରୀ, ଫଲୋୟର୍ସ ବଢାଇବାକୁ କଲେ ଏମିତି ଖରାପ କାମ !

ନୂଆଦିଲ୍ଲୀ – ସୋସିଆଲ ମିଡ଼ିଆରେ ରିଲ୍‌ ତିଆରି କରିବାର ନିଶା ଲୋକଙ୍କୁ ଖୁବ୍‌ ଘାରିଛି। ଫେସବୁକ୍‌ ହେଉ ବା ଇନଷ୍ଟାଗ୍ରାମ , ୟୁଜରମାନେ ବିଭିନ୍ନ ପ୍ରକାରର ଭିଡ଼ିଓ ପୋଷ୍ଟ କରୁଛନ୍ତି। ପ୍ରତି ୟୁଜର ଚାହୁଁଛନ୍ତି କି ତାଙ୍କର ଫଲୋୟର୍ସ ବଢ଼ନ୍ତୁ ଏବଂ ତାଙ୍କର ରିଲ୍‌କୁ ଅଧିକରୁ ଅଧିକ ଲାଇକ୍ସ ମିଳୁ। ଇଟାୱାର ଜଣେ ଶିକ୍ଷୟିତ୍ରୀ ତ ଲୋକପ୍ରିୟ ହେବା ସହ ନିଜର ଫଲୋୟର ବଢାଇବା ପାଇଁ ଏମିତି କାରନାମା କରିଛନ୍ତି , ଯେଉଁଥିରେ ଖୁବ୍‌ ହଙ୍ଗାମା ଦେଖିବାକୁ ମିଳିଛି।

ଏହି ଶିକ୍ଷୟିତ୍ରୀ ଜଣଙ୍କ ନିଜର ଅଶ୍ଳୀଳ ଭିଡ଼ିଓ ତିଆରି କରି ଇଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ । ଚାହୁଁ ଚାହୁଁ ତାଙ୍କର ରିଲ୍‌ସ ବହୁତ ଭାଇରାଲ ହେବାକୁ ଲାଗିଲା। ଯେଉଁ ସ୍କୁଲରେ ଏହି ଶିକ୍ଷୟିତ୍ରୀ ପଢାଉ ଥିଲେ , ସେଠାର ଛାତ୍ରଛାତ୍ରୀ ଓ ଅଭିଭାବକ ଏକଥା ଯେବେ ଜାଣିଲେ , ସେମାନେ ତାଙ୍କ ବିରୋଧରେ ଅଭିଯୋଗ କଲେ । ସଂପୃକ୍ତି ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବାହାର କରିଦେବାକୁ ଅଡି ବସିଲେ। 

ମାମଲାଟି ଇଟାୱାର ଇକଦିଲ ନଗର ପଞ୍ଚାୟକର ଏକ ଗାଁରେ ଥିବା ପ୍ରାଇମେରୀ ସ୍କୁଲର। ଶିକ୍ଷୟିତ୍ରୀଙ୍କ ରିଲ୍ସ ତିଆରି କରିବାର ସଉକ ଥିଲା। ସେ ଚାହୁଁ ଥିଲେ ଅଧିକରୁ ଅଧିକ ଲୋକ ତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରନ୍ତୁ। ଏଥିପାଇଁ ସେ ନିଜର ଅଶ୍ଳୀଳ ଭିଡ଼ିଓ ତିଆରି କରି ଏହାକୁ ପୋଷ୍ଟ କରି ଦେଲେ । ମହିଳାଙ୍କୁ ଲାଗିଲା କି ଏଥିରେ ତାଙ୍କର ଫଲୋୟର୍ସ ବଢ଼ିଯିବ। କିନ୍ତୁ ହେଲା ଏହାର ଓଲଟା । ଆଉ ଏହାକୁ ନେଇ ହୋଇଛି ଖୁବ୍‌ ହଙ୍ଗାମା। 

ଶିକ୍ଷୟିତ୍ରୀଙ୍କର ଏପରି ଖରାପ କାମର ପ୍ରଭାବ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଗ୍ରାମବାସୀ ଅଭିଯୋଗ କରି , ତାଙ୍କୁ ସ୍କୁଲରୁ ତଡ଼ିବାର ଦାବି କରିଥିଲେ।ଏହାପରେ ଜିଲ୍ଲା ବେସିକ ଶିକ୍ଷା ଅଧିକାରୀ ରାଜେଶ କୁମାର ତତ୍କାଳ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।  

Copyright © 2022 - Summa Real Media Private Limited. All Rights Reserved.