ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଢ଼ାକାର ବିରିୟାନି ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ; ୪୪ ମୃତ, ୨୦ରୁ ଅଧିକ ଗୁରୁତର

ଢ଼ାକା: ବାଂଲାଦେଶର ରାଜଧାନୀ ଢାକାରେ ଭୟଙ୍କର ଅଗ୍ନିକାଣ୍ଡ ।  ଏକ ୭ ମହଲା କୋଠାରେ ନିଆଁ ଲାଗି ସବୁକିଛି ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୪୪ରୁ ଅଧିକ ଲୋକଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଏହି ଅଗ୍ନିକାଣ୍ଡରେ ଆହୁରି ୨୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଢ଼ାକାର ବେଲି ରୋଡରେ ଥିବା ଏକ ବିରିୟାନି ସେଣ୍ଟରରେ ଗତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ।

 ଗୁରୁବାର ରାତି ପ୍ରାୟ ୯ଟା ୫୦ରେ ବିରିୟାନି ସେଣ୍ଟରରେ ନିଆଁ ଘଟିଥିଲା ।  ପରେ ଉପର ମହଲାକୁ ନିଆଁ ଦ୍ରୁତ ବେଗରେ ବ୍ୟାପିଯାଇଥିଲା । ଫଳରେ ଅନେକ ଲୋକେ ବିଲ୍ଡିଂରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବିଲ୍ଡିଂରେ ନିଆଁ ଲାଗି ୪୪ରୁ ଅଧିକ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହାସହ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। 

 କୋଠାରୁ ୭୦ରୁ ଅଧିକ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିହାନୀ ପକ୍ଷରୁ କୁହାଯାଇଛି । ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ଏହାକୁ ଆୟତ୍ତ କରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ଏହି ଅଗ୍ନିକାଣ୍ଡ କାରଣ ସଂପର୍କରେ ତଦନ୍ତ ଜାରି ରହିଛି ।

  • Bangladesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.