PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆପୋଲୋ ହସ୍ପିଟାଲ୍‌ରେ ନିଆଁ: ପୂରା ଘଟଣା ଟି ଏମିତି

ଭୁବନେଶ୍ୱର,୨ା୨(ବ୍ୟୁରୋ): ଆଚାର୍ଯ୍ୟବିହାରରେ ଥିବା ଆପୋଲୋ ହସ୍ପିଟାଲ୍‌ରେ ଶନିବାର ସକାଳେ ଲାଗିଥିଲା ନିଆଁ । ହସ୍ପିଟାଲ୍‌ର ପଞ୍ଚମ ମହଲା ହୁତୁହୁତୁ ହୋଇ ଜଳିଲା । ଚାରିଆଡ଼େ ଧୂଆଁ ଆଉ ଧୂଆଁ । ଆକସ୍ମିକ ନିଆଁ ଦେଖି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । କିଏ କ’ଣ କରିବେ କିଛି ବୁଝି ପାରୁନଥିଲେ । ନିଆଁ କେଉଁଠୁ ଆସିଲା ତା’ ମଧ୍ୟ ଜାଣି ପାରିନଥିଲେ । ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅଣନିଃଶ୍ୱାସୀ ହୋଇଯାଇଥିଲେ । ହସ୍ପିଟାଲ୍‌ରେ ଧାଁ ଧପଡ଼ ଲାଗି ରହିଥଲା । ହସ୍ପିଟାଲ୍‌ରେ କର୍ମଚାରୀମାନେ ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର ଆଇସିୟୁରେ ଥିବା ରୋଗୀମାନଙ୍କୁ ଉପର ମହଲାରୁ ପ୍ରଥମେ ତଳକୁ ଆଣିଥିଲେ ।
ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ହସ୍ପିଟାଲ୍‌ର ଆଇସିୟୁରେ ଥିବା ୨୬ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରା ଯାଇଥିଲା । ୧୮ଟି ଆମ୍ଭୁଲାନ୍ସ, ୪ଟି ଦମକଳ ଓ ୩୦ରୁ ଅଧିକ କର୍ମଚାରୀ ୩ ଘଣ୍ଟା ନୟାନ୍ତ ହୋଇଥିଲେ । ହସ୍ପିଟାଲ୍‌ ଭିତରେ ଓ ବାହାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ବ୍ୟାଟେରୀ ରୁମ୍‌ରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ଏମିତି ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଅଗ୍ନିଶମ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡ ପରେ ଅଗ୍ନିଶମ ଡିଜି ବିଜୟ ଶର୍ମା ଟୁଇଟ୍‌ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ପୂରା ଘଟଣା ଟି ଏମିତି
ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ହେବ । ହସ୍ପିଟାଲର୍‌ ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରୁ ବାହାରିଥିଲା ଧୂଆଁ । ସେଠାରେ କେହି କର୍ମଚାରୀ ନଥିବାରୁ କିଛି ଜଣା ପଡ଼ିନଥିଲା । କିଛି ସମୟ ପରେ ହୁତୁହୁତୁ ହୋଇ ଜଳିଥିଲା । ତା’ପରେ ସାଇରନ୍‌ ବାଜିଥିଲା । ବ୍ୟାଟେରୀ ରୁମ୍‌ରେ ଚାରିପଟୁ ଧୂଆଁ ବାହାରିଥିଲା । ରୁମ୍‌ ଖୋଲିବା ମାତ୍ରେ ଜଳି ଉଠିଥିଲା ଉକ୍ତ ରୁମ୍‌ । ହସ୍ପିଟାଲ୍‌ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରି ଫେଲ୍‌ ମାରିଥିଲେ । ୧୦ଟା ୪୩ରେ ଜଣେ କର୍ମଚାରୀ କଳ୍ପନା ଦମକଳ କେନ୍ଦ୍ରକୁ ଫୋନ୍‌ କରିଥିଲେ । ସଙ୍ଗେସଙ୍ଗେ ଗୋଟିଏ ଦମକଳ ଗାଡ଼ି ସହ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ସେଠାରେ ପହଞ୍ଚି ଦେଖିଥିଲେ ନିଆଁକୁ ଆୟତ୍ତ କରିବା ଅସମ୍ଭବ । ତେଣୁ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରରୁ ୨ ଟି ଗାଡ଼ି, କଳ୍ପନାରୁ ଆଉ ୧ଟି ଗାଡି଼ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ପ୍ରଚୁର ଧୂଆଁରେ ଭିତରକୁ ଯିବା ଅସମ୍ଭବ ହୋଇଥିଲା । କର୍ମଚାରୀମାନେ ଝରକା କାଚ ଭାଙ୍ଗି ଭିତରକୁ ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଧୂଆଁ ଆଇସିୟୁ ରୁମ୍‌ ସହିତ ଅନ୍ୟ ରୁମ୍‌କୁ ବ୍ୟାପୀଥିଲା । କିଛି ସମୟ ମଧ୍ୟରେ ପୂରା ହସ୍ପିଟାଲ୍‌ରେ ଧୂଆଁ ଖେଳିଗଲା । ତେଣୁ ଆପୋଲୋ କର୍ତ୍ତୃପକ୍ଷ ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ । ଖବର ବିଜୁଳି ବେଗରେ ବ୍ୟାପୀ ଯାଇଥିଲା । ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । ଏହାକୁ କେନ୍ଦ୍ର କରି ବାହାରେ ଉତ୍ତେଜନା ଦେଖା ଦେଇଥିଲା । କିଛି ସମ୍ପର୍କୀୟମାନେ ତାଙ୍କ ରୋଗୀକୁ ଅନ୍ୟତ୍ର ନେଇ ଯିବାକୁ ଜିଦ୍‌ କରିଥିଲେ ।
ପ୍ରାୟ ୩ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଅଗ୍ନିଶମ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆରମ୍ଭ କରିଥିଲେ ତନାଘନା । ଫାୟାର ଲାଇସେନ୍ସ ଅଛି ନା ନାହିଁ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ତାହାର ଯାଞ୍ଚ କରିଥିଲେ । ହେଲେ ଏହା ଉପରେ କିଛି କହି ନଥିଲେ । ଘଟଣାର ତଦନ୍ତ ଚାଲିଛି ଏବେ କିଛି କହି ହେବନି କହି ଏଡ଼ାଇ ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତି, ଡିିସିପି ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ କମ୍‌ ସଂଖ୍ୟକ ରୋଗୀ ଥିବାରୁ ଏକ ବଡ଼ ଧରଣର ଅଘଟଣ ଏଡ଼ାଇ ଯାଇଥିଲା ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର