ଭୁବନେଶ୍ୱର ୨୦।୦୮: ପଶ୍ଚିମବଙ୍ଗରେ ବ୍ୟବସାୟୀଙ୍କ ଧର୍ମଘଟ ପରେ ଓଡ଼ିଶାରେ ଆଣିବ ଆଳୁ ସଂକଟ। ବଜାର ଦରରେ ପୁଣି ନିଆଁ । ମହଙ୍ଗାମାଡ଼ରେ ଖାଉଟି କଲବଲ । ଦର ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡ୍କୁ ଆସିଲା ଯୋଗାଣ ବିଭାଗ । ସକାଳୁ ସକାଳୁ ଆଳୁ ଗୋଦାମରେ ଚଢ଼ାଉ କରାଯାଇଛି । ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ୧ ନମ୍ବର ହାଟରେ ରେଡ୍ ଚାଲିଛି ।
ପ୍ରାୟ ଦେଢ଼ ମାସ କାଳ ଆଳୁ ଯନ୍ତ୍ରଣାରେ ଖାଉଟି ଛଟପଟ ହେଲେ । ସ୍ଥିତି ଟିକିଏ ସ୍ୱାଭାବିକ ଆଡ଼କୁ ଯାଉଥିଲା ବେଳେ ପଶ୍ଚିମବଙ୍ଗରେ ସରକାର-ଆଳୁ ବ୍ୟବସାୟୀ ସଂଘର ବିବାଦ ଉଗ୍ର ରୂପ ଧରିଛି । ଏହା ପ୍ରଭାବ ଓଡିଶା ବଜାରେ ପଡିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଆକ୍ସନକୁ ଆସିଛି ଯୋଗାଣ ବିଭାଗ । ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନମ୍ବର ହାଟରେ ଚଢାଉ କରିଛନ୍ତି । ବିଭିନ୍ନ ପରିବା ସାମଗ୍ରୀର ଦରଦାମ୍ ସଂପର୍କରେ ପଚାରି ବୁଝିବା ସହ ଠିକ୍ ଭାବେ ସରକାରୀ ଆଦେଶକୁ ପାଳନ କରାଯାଉଛି କି ନାହିଁ , ସେନେଇ ତଦାରଖ ମଧ୍ୟ କରୁଛନ୍ତି ।