ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ, ବେହରଣ ଦ୍ୱାର ନିକଟରୁ ଧରିଲା ପୋଲିସ

ପୁରୀ, ୩୦/୦୩ : ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ବେହରଣ ଦ୍ୱାର ନିକଟରେ ଅଟକାଇଥିଲା ପୋଲିସ। ପୋଲିସ ବାଧା ଦେବାରୁ ଆକ୍ରମଣ କଲେ ବିଦେଶୀ ପର୍ଯ୍ୟଟକ। ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରି ତନାଘନା କରୁଛି ପୋଲିସ।

ପ୍ରକାଶ ଥାଉକି, ଗତ ୨୩ ତାରିଖରେ ଶ୍ରୀମନ୍ଦିର ଭିତରେ ପଶିଥିଲେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ। ଚିହ୍ନଟ କରିଥିଲେ ସେବାୟତ। ଏହାପରେ ମହିଳାଙ୍କୁ ଅଟକ ରଖିଥିଲା ସିଂହଦ୍ଵାର ଥାନା ପୋଲିସ। ବିଦେଶିନୀଙ୍କ ସହ ଜଣେ ଯୁବକ ମଧ୍ୟ ଅଟକ ଥିଲେ। ବାଇଶି ପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କରିଥିଲେ ସେବାୟତ ।

ସେହିଭଳି ମାର୍ଚ୍ଚ ୩ ତାରିଖ ସନ୍ଧ୍ୟା ସମୟରେ ବାଂଲାଦେଶର କିଛି ଅଣହିନ୍ଦୁ ସନ୍ଦେହଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବେଳେ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ ଜଣ ଅଣହିନ୍ଦୁ ବୋଲି ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ଵାର ଥାନା ଜିମା ଦେଇଥିଲେ । ଅଣହିନ୍ଦୁଙ୍କୁ ଅଟକ ରଖି ତଦନ୍ତ କରିଥିଲା ସିଂହଦ୍ଵାର ଥାନା ପୋଲିସ । ସମ୍ପୃକ୍ତ ଅଣହିନ୍ଦୁଙ୍କ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିବା ନେଇ ପୁରୀ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଥିଲେ। ସଂପୃକ୍ତ ଅଣହିନ୍ଦୁ ବାଂଲାଦେଶର ବାସିନ୍ଦା। ତେଣୁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ କେମିତି ପ୍ରବେଶ କଲେ ଏବଂ କେଉଁ ସ୍ଥାନ ସବୁ ବୁଲିଥିଲେ। ସେନେଇ ସିସିଟିଭି କ୍ୟାମେରା ଯାଞ୍ଚ୍ କରାଯାଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.