ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଜଙ୍ଗଲ ଜମି ଛଡ଼ାଉଛି ବନ ବିଭାଗ ; ଚାଷ ଜମି ଯୋଗାଇବାକୁ ବନବାସୀଙ୍କ ନିବେଦନ

Published By : Gurupada Nath | March 30, 2025 11:08 PM

ଦଶମନ୍ତପୁର,୩୦/୩ : ପୁରୁଷ ପୁରୁଷ ଧରି ଜଙ୍ଗଲ ଜମିରେ ପୋଡ଼ୁଚାଷ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ବନବାସୀ । ଏବେ ଉକ୍ତ ଜମି ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବନ ବିଭାଗ । ଯାହାକି ବନବାସୀଙ୍କ ଚିନ୍ତା ବଢ଼ାଇଛି । ଚଣାବାଡ଼ ପଞ୍ଚାୟତର ବି.ନୂଆଁଗୁଡ଼ାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମବାସୀ କହିଛନ୍ତି, ତତ୍‌କାଳୀନ ଜିଲ୍ଲାପାଳ ଅପରଜିତା ଷଡ଼ଙ୍ଗି ଏହି ଗାଁକୁ ଯାଇଥିଲେ । ଲୋକଙ୍କ ବସବାସ ଲାଗି ଆବାସ ଘର ଏବଂ ଚାଷ କରିବା ପାଇଁ ଜମି ଯୋଗାଇ ଦେଇଥିଲେ । ଏହି ଗାଁରେ ବର୍ତ୍ତମାନ ୧୭ ପରିବାର ଆଦିବାସୀ, କନ୍ଧ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଜନସଂଖ୍ୟା ପାଖାପାଖି ଶହେରୁ ଅଧିକ ହେବେ । ପୋଡ଼ୁ ଚାଷ କରି ସେମାନେ ଜୀବନ ନିର୍ବାହ କରୁଛନ୍ତି । ଏହି ଜଙ୍ଗଲ ଜମି ଛାଡ଼ିଦେଲେ ତାଙ୍କ ପାଖରେ ଅନ୍ୟକୌଣସି ଚାଷ ଜମି ନାହିଁ । 

ଚାଷ ଜମି ଯୋଗାଇ ଦିଆଗଲେ ଜଙ୍ଗଲ ଜମି ଛାଡ଼ିବେ । ନହେଲେ ଆନ୍ଦୋଳନ କରିବେ ବୋଲି ଗାଁର ସୁରେଶ ଦିଶାରୀ, କିଶୋର ଦିଶାରୀ, ବିସିଙ୍ଗ ଦିଶାରୀ, ମଙ୍ଗଳୁ ଜାନୀ, ସାହେବ ଦିଶାରୀଙ୍କ ସମେତ ଅନ୍ୟମାନେ ଚେତାବନୀ ଦେଇଛନ୍ତି । ଜଙ୍ଗଲ ଜମି ଛାଡ଼ି ପିଲାଛୁଆଙ୍କୁ ନେଇ କୁଆଡ଼େ ଯିବେ, କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଲକ୍ଷ୍ମୀପୁର ରେଞ୍ଜର କୁମାର ଖରାଙ୍କୁ ପଚାରିବାରୁ କହିଛନ୍ତି, ନାଲ୍‌କୋ ଅନୁଦାନରେ ଚାରାରୋପଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ଗାଁ ଲୋକଙ୍କୁ ୯୦ ଏକର ଜମି ଦିଆଯାଇଛି । ସେଥିରୁ ମାତ୍ର ୧୫ ହେକ୍ଟର ଜମିରେ ଚାରା ରୋପଣ କରାଯିବ । ଏଥିରେ ସେମାନଙ୍କୁ ମଧ୍ୟ କାମ କରିବା ଲାଗି ସାମିଲ୍‌ କରାଯିବ । ଜମିରେ, ଆମ୍ବ, ପଣସ, ପିଜୁଳି, ତେନ୍ତୁଳି ଚାରା ଲଗାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.