ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟାଇଗର ଶ୍ରଫ ବହୁ ଚର୍ଚ୍ଚିତ ଫିଲ୍ମ 'ବାଗି ୪' , ଅଭିନେତ୍ରୀ ଭୂମିକାରେ ନଜର ଆସିବେ ହରନାଜ କୌର ସାନ୍ଧୁ

Published By : Anindita Ratha | December 12, 2024 3:14 PM

ମୁମ୍ବାଇ,୧୨/୧୨:  ବଲିଉଡ ଅଭିନେତା ଟାଇଗର ଶ୍ରଫ ବହୁ ଚର୍ଚ୍ଚିତ ଫିଲ୍ମ 'ବାଗି ୪' କମବ୍ୟାକ୍ କରିବାକୁ ଯାଉଛନ୍ତି । ଏନେଇ ନିକଟରେ ଫିଲ୍ମ ନିର୍ମାତା ଅଭିନେତାଙ୍କ ଏକ ପୋଷ୍ଟର ସେୟାର କରି ତାଙ୍କର ଲୁକ୍ ସେୟାର କରିଥିଲେ । ସେହିପରି ଫିଲ୍ମରେ ଖଳନାୟକ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସିବାକୁ ଯାଉଥିବା ବେଳେ  ବର୍ତ୍ତମାନ ଫିଲ୍ମର ହିରୋଇନ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାପରେ  ନିର୍ମାତା ଅଭିନେତ୍ରୀଙ୍କ ନାଁ ନିଶ୍ଚିନ୍ତ କରିଛନ୍ତି । ତେବେ ଜାଣନ୍ତୁ ସେ କିଏ ?

ମିସ୍ ୟୁନିଭର୍ସ ହରନାଜ କୌର ସାନ୍ଧୁ 'ବାଗି ୪'ରେ ନଜର ଆସିବେ । ଏହି ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବାଗୀ ୪ ନିର୍ମାତା ଆଜି ଏହା ନିଶ୍ଚିତ କରିଛନ୍ତି । ଗୁରୁବାର ଦିନ ନାଦିଆଡୱାଲା ଗ୍ରାଣ୍ଡସନ ହରନାଜ କୌର ସାନ୍ଧୁଙ୍କ ଏକ ଫଟୋ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ ନିଶ୍ଚିତ କରିଛନ୍ତି ଯେ ସେ ତାଙ୍କ 'ବାଗୀ ୪' ଟିମରେ ଯୋଗ ଦେଉଛନ୍ତି। ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି,'ମିସ୍ ୟୁନିଭର୍ସଠାରୁ ରିବେଲ ୟୁନିଭର୍ସ ପର୍ଯ୍ୟନ୍ତ । 'ବାଗୀ ୪' ରେ ଆମର ନୂତନ ବିଦ୍ରୋହୀ ଲେଡି ହରନାଜ ସାନ୍ଧୁଙ୍କୁ ପରିଚିତ କରାଇଛୁ ।' ପ୍ରକାଶ ଥାଉକି,  ହରନାଜ ସାନ୍ଧୁ ମଧ୍ୟ ପୂର୍ବରୁ ଅଭିନୟ କରିଛନ୍ତି । ସେ ପଞ୍ଜାବର ୩ଟି ଫିଲ୍ମରେ ଅଭିନୟ କରିଛନ୍ତି । ମିସ୍ ୟୁନିଭର୍ସ ପୂର୍ବରୁ ପଞ୍ଜାବୀ ଭାଷା ଚଳଚ୍ଚିତ୍ର 'ବାଇ ଜୀ କୁଟାନେଜ୍' ଏବଂ 'ୟାରାଁ ଦିଆଁ ପୌନ ବାରାଁ'ରେ ଅଭିନୟ କରିଥିଲେ । ଆଉ ଏବେ ସେ 'ବାଗୀ ୪' ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.