ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆରଜି କର ମେଡିକାଲ୍‌ କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

କୋଲକାତା: ଦୁର୍ନୀତି ମାମଲାରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଘୋଷଙ୍କ କାର୍ଯ୍ୟାକାଳ ସମୟରେ ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିଲା ସିବିଆଇ । ଏଥିରେ ସନ୍ଦୀପ ଘୋଷଙ୍କ ନାଁ ମଧ୍ୟ ସାମିଲ ଥିଲା । ୧୫ ଦିନ ହେଲା ସନ୍ଦୀପ ଘୋଷଙ୍କୁ ପଚରା ଉଚରା କରିବା ପରେ ଶେଷରେ ତାଙ୍କୁ ସିବିଆଇ ଗିରଫ କରିଛି । 

ଅଗଷ୍ଟ ୯ରେ ମେଡିକାଲ କଲେଜରେ ୩୧ ବର୍ଷୀୟା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଧ୍ୟ ତାଙ୍କୁ ଜେରା କରିଛି ସିବିଆଇ । ପ୍ରଥମେ ସଲ୍ଟ ଲେକ୍‌ରେ ଥିବା କାର୍ଯ୍ୟାଳୟ ଏବଂ ପରେ ଏଜେନ୍ସିର ଦୁର୍ନୀତି ବିରୋଧୀ  ଶାଖାର କାର୍ଯ୍ୟାଳୟକୁ ସନ୍ଦୀପ ଘୋଷଙ୍କୁ ନିଆଯାଇଥିଲା ।  କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ମାମଲା ରୁଜୁ କରିଥିବା ସିବିଆଇ ସନ୍ଦୀପ ଘୋଷଙ୍କ ସମେତ ଦୁଇଟି କମ୍ପାନିକୁ ଦୋଷୀ ଭାବରେ ଦର୍ଶାଇଥିଲା । 

କେନ୍ଦ୍ରୀୟ ଏଜେନ୍ସି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛାନଭିନ ମଧ୍ୟ କରୁଛି । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ  ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ସମୟରେ ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ।  ତେବେ ଭାରତୀୟ ମେଡିକାଲ ସଂଘ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ କରିଛି ।

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.