ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍‌, ଆର୍ଥିକ ଅନିୟମିତତା ଅଭିଯୋଗ

କୋଲକାତା,୨୫।୮: ଆରଜିକର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ଚଢାଉ। ସନ୍ଦୀପଙ୍କ ଘର ସହିତ କୋଲକତାରେ ଥିବା ମୋଟ ୧୫ଟି ସ୍ଥାନରେ ରବିବାର ସକାଳୁ ହୋଇଛି ଚଢାଉ। ସନ୍ଦୀପଙ୍କ କାର୍ଯ୍ୟକାଳ ସମୟରେ ଆର୍ଥିକ ଅନିମିତତା ନେଇ ଏହି ଚଢାଉ ହୋଇଛି। ସିବିଆଇ ସହ ଏହି ଚଢାଉ ସମୟରେ ଭ୍ରଷ୍ଟାଚାର ନିରୋଧି ଶାଖାର ଅଧିକାରୀ ମଧ୍ୟ ଥିଲେ।  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଫରେନସିକ୍‌ ମେଡିସିନ୍ ଓ ଟକ୍ସିକୋଲୋଜି ଡେମୋଷ୍ଟେ୍ରଟର ଡକ୍ତର ଦେବାଶିକ ସୋମଙ୍କ ଘରେ ବି ହୋଇଛି ରେଡ୍‌।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଉପାଧ୍ୟକ୍ଷ ଅଖତର ଅଲ୍ଲୀଙ୍କ ଦ୍ବାରା ତିନି ଦିନ ପୂର୍ବରୁ ରୁଜୁ କରାଯାଇଥିଲା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗରେ ଡକ୍ଟର ଦେବାଶିଷ ସୋମଙ୍କ ବିରୋଧରେ ଭ୍ରଷ୍ଟାଚର ଓ ଅନିୟମିତତା ଅଭିଯୋଗ ରହିଛି। 

ଶନିବାର ସିବିଆଇ କୋଲକାତା ହାଇକୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ଡକ୍ଟର ସନ୍ଦୀପ ଘୋଷଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲେ। ହାଇକୋର୍ଟଙ୍କ ଏକକ ଖଣ୍ଡପୀଠଙ୍କ ଦ୍ବାରା ସିବିଆଇକୁ ମେଡିକାଲ କଲେଜରେ କଥିତ ଭ୍ରଷ୍ଟାଚାର ଯାଞ୍ଚ ନେଇ ନିର୍ଦେଶ ଦେବାପରେ ଆରମ୍ଭ ହୋଇଛି ରେଡ୍। ଏହା ପୂର୍ବରୁ ହାଇକୋର୍ଟଙ୍କ ଏକ ସ୍ବତନ୍ତ୍ର ଟିମ୍(ଏସଆଇଟି) ନିଜାମ ପାଲେସ୍ ସ୍ଥିତ ସିବିଆଇ କାର୍ଯ୍ୟାଳୟ ଗସ୍ତ କରିଥିଲା ଓ ମାମଲା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ପ୍ରଦାନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.