ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭୋପାଳ ଗ୍ୟାସ୍‌ ଟ୍ରାଜେଡି: ତାଣ୍ଡବ ରଚିଥିଲା ମୃତ୍ୟୁ, ନିରବୀ ଯାଇଥିଲା ହଜାର ହାଜର ନିରୀହ ଜୀବନ

Published By : Tapas Panda | December 2, 2024 7:36 PM

ଭୋପାଳ: ଡିସେମ୍ବର ୨, ୧୯୮୪ । ଇତିହାସରେ ଏକ କଳା ଦିବସ ହୋଇ ରହିଯାଇଛି । କାଳ ରାତି ଅନେକ କିଛି ଛଡେଇ ନେଇଛି । କିଏ ବାପାକୁ ହରାଇ ଅନାଥ ହୋଇଛି ତ ଆଉ କାହା ମଥାରୁ ଲିଭି ଯାଇଛି ସିନ୍ଦୁର । ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ସର୍ବସ୍ବାନ୍ତ ହୋଇଯାଇଛି । ସେଇ ଭୟଙ୍କର ଭୋପାଳ ଗ୍ୟାସ ଦୁର୍ଘଟଣାକୁ ପୂରିଛି ୪୦ ବର୍ଷ । ଏବେବି ଏହି ଗ୍ୟାସ୍ ଦୁର୍ଘଟଣାର କ୍ଷତ ଭୋପାଳବାସୀଙ୍କ ମନରୁ ଲିଭି ନାହିଁ । ଏବେ ବି ଅନେକ ପିଲା ବିକଳାଙ୍ଗ ହୋଇ ଜନ୍ମ ନେଉଛନ୍ତି । ୧୯୮୪ ମସିହା ଡିସେମ୍ବର ୨ ରାତିରେ ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିର ପ୍ଲାଣ୍ଟ ନମ୍ବର ସି’ର ଟ୍ୟାଙ୍କ ନମ୍ବର ୬୧୦ରୁ ବାହାରିଥିଲା ବିଷାକ୍ତ ଗ୍ୟାସ । 

ବିଷାକ୍ତ ମିଥାଇଲ ଆଇସୋସିଆନେଟ ଗ୍ୟାସ୍ ନିର୍ଗତ ହେବା ଫଳରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା । ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡର ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ଗ୍ୟାସରେ ନିରବୀ ଯାଇଥିଲା ଅଧିକାଂଶ ଭୋପାଳବାସୀଙ୍କ ନିଃଶ୍ୱାସ । ମାତ୍ର ୩ ମିନିଟ ମଧ୍ୟରେ ପ୍ରାଣ ହରାଇଥିଲେ ୩୮୦୦ରୁ ଅଧିକ ଲୋକ । ଏହା ପରେ ବିଷାକ୍ତ ଗ୍ୟାସ ପ୍ରଭାବରେ ୨୦ ହାଜରରୁ ଅଧିକ ପ୍ରାଣ ହାରାଇଥିଲେ । ଏତେ ବଡ ଦୁର୍ଘଟଣା ପାଇଁ ପ୍ରସ୍ତୁତ ନଥିଲେ ଭୋପାଳବାସୀ । ବିଷାକ୍ତ ଗ୍ୟାସ ନିର୍ଗତ ହେବା ସମୟରେ ଆର୍ଲାମ ସିଷ୍ଟମ ମଧ୍ୟ କାମ କରିନଥିଲା । ଯାହାଫଳରେ ପୂରା ସହରକୁ ବ୍ୟାପିଥିଲା ଏହି ବିଷାକ୍ତ ଗ୍ୟାସ । 

ବିଷାକ୍ତ ଗ୍ୟାସ ପ୍ରଭାବରେ ପ୍ରାୟ ୫ ଲକ୍ଷ ୨୦ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିଲେ । କିଛି ମହିଳା ମା’ ହୋଇପାରିନଥିଲେ, କିଛି ଶିଶୁ ବିକଳାଙ୍ଗ ହୋଇ ଜନ୍ମ ହୋଇଥିଲେ । ଏବେବି କିଛି ସେଠାରେ ଶିଶୁ ବିକଳାଙ୍ଗ କିମ୍ବା ମାନସିକ ଅନଗ୍ରସର ହୋଇ ଜନ୍ମ ହେଉଛନ୍ତି ।ଏହି ଭୟଙ୍କର ଗ୍ୟାସ ଦୁର୍ଘଟଣା ସେତେବେଳେ ଦେଶରେ ହଇଚଇ ସୃଷ୍ଟି କରିଥିଲା । ୨୦୧୯ରେ ଭୋପାଳ ଗ୍ୟାସ ଦୁର୍ଘଟଣାକୁ ବିଂଶ ଶତାବ୍ଦୀରେ ହୋଇଥିବା ୯ଟି ପ୍ରମୁଖ ଶିଳ୍ପ ଦୁର୍ଘଟଣା ମଧ୍ୟରେ ଅନ୍ତର୍ଭୁକ୍ତ କରିଛି ଜାତିସଂଘ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.