PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୁମ୍ବାଇରେ ଭୁଷୁଡି ପଡିଲା ୪ ମହଲା କୋଠା,ଧ୍ବଂସାବଶେଷ ତଳେ ଫଶି ରହିଛନ୍ତି ୮ରୁ ୧୦ ପରିବାର

ମୁମ୍ବାଇ,୧୬।୭:  ମୁମ୍ବାଇର ଜନଗହଳୀପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଏହି କୋଠା ଭୂଷୁଡି ପଡିଥିବା କାରଣରୁ ୪୦ରୁ ୫୦ ଜଣ ଲୋକ ଏହା ଭିତରେ ଦବି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୮ରୁ ୧୦ ପରିବହାର ଏହା ଭିତରେ ଫଶି ରହିଛନ୍ତି। ସେମାନଙ୍କ ଭିତରେ ଜଣେ ଶିଶୁକୁ କେବଳ ଉଦ୍ଧାର କରାଯାଇଛି।

ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି। କୋଠା ଭୁଶିଡ଼ା ସ୍ଥାନଟି ଏକ ଛୋଟିଆ ଗଳି ମଧ୍ୟରେ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି। ଡୋଙ୍ଗ୍ରୀର ତାନ୍ଦେଲ ରାସ୍ତାରେ ଥିବା କେସରବାଈ ବିଲଡିଂଟି ଭୁଶୁଡ଼ିବା କୁହାଯାଇଛି।

ପ୍ରଶାସନ ପକ୍ଷରୁ ୨ ଜଣଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାିଛି। ତେବେ ଏହା ଲେଭଲ-୨ ଧରଣର ଦୁର୍ଘଟଣା। ବିଏମସି ପକ୍ଷରୁ ଏକ ସେଲଟର ହୋମ ଖୋଲା ଯାଇଛି, ଯେଉଁଠାରେ ଏହି ବିଲ୍ଡିଂର ଲୋକଙ୍କୁ ରହିବାର ବ୍ୟବସ୍ଥା କରାଯିବ। ଏହି କୋଠାଟି ୮୦ରୁ ୧୦୦ ବର୍ଷ ପୁରାତନ ବୋଲି ଜଣାପଡିଛି।