ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରି କମାଲ କରିଛନ୍ତି ଯୁବ ସ୍ପିନର ମାନବ ସୂତାର । ଏହି ୨୩ ବର୍ଷୀୟ ଯୁବ ବାମହାତୀ ସ୍ପିନର ଡେବ୍ୟୁ ମ୍ୟାଚରେ ୭ ଓ୍ବିକେଟ ନେଇ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଡେବ୍ୟୁ ମ୍ୟାଚରେ କମାଲ କରିଥିବା ଏହି ଖେଳାଳିଙ୍କ ସମ୍ପର୍କରେ ଜାଣିବା ପାଇଁ ଫ୍ୟାନ୍ସମାନେ ଇଛା ପ୍ରକାଶ କରିଛନ୍ତି । ତେବେ ସେ ଆଇପିଏଲରୁ କେତେ ରୋଜଗାର କରିଛନ୍ତି ଏବଂ ବିସିସିଆଇ ତାଙ୍କୁ କେତେ ଦରମା ଦିଏ ଆସନ୍ତୁ ଆମର ଏହି ଆଲ୍ଲେଖ୍ୟରେ ଜାଣିବା ।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଆଧାରରେ ଖେଳାଳିମାନଙ୍କୁ ବାର୍ଷିକ ଦରମା ପ୍ରଦାନ କରେ । ତଥାପି, ମାନବ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ନାହାଁନ୍ତି, ତେଣୁ ସେ ବାର୍ଷିକ ଦରମା ପାଇବାକୁ ଯୋଗ୍ୟ ନୁହଁନ୍ତି । ତଥାପି, ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ପାଇଁ ସେ ମ୍ୟାଚ୍ ଫି ପାଇବେ । ବିସିସିଆଇ ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଖେଳାଳିଙ୍କଠାରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଥାଏ ।
ଆଇପିଏଲରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି ମାନବ । ସେ ୨୦୨୪ରୁ ଆଇପିଏଲ ଖେଳୁଛନ୍ତି । ସେ ଗୁଜୁରାଟ ପାଇଁ ଖେଳୁଥିବାବେଳେ ୩୦ ଲକ୍ଷ ଟଙ୍କାରେ କିଣା ହୋଇଥିଲେ । ଯାହା ତାଙ୍କର ଆୟର ପ୍ରମୁଖ ଉତ୍ସ ପାଲଟିଛି । ଦାବି କରାଯାଏ ଯେ, ସେ ୩୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ମାଲିକ ଅଟନ୍ତି ।
ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କୁ ନେଇ ଏମିତି କହିଲେ ଅଶ୍ବିନୀ