ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁନିଆର ସବୁଠୁ ମହଙ୍ଗା ଯୁଦ୍ଧ ବିମାନ F-35, ଏବେ ମାତ୍ର ୩୦ ପ୍ରତିଶତ ଯୁଦ୍ଧ ଲଢ଼ିବାକୁ ଫିଟ୍

ୱାଶିଂଟନ୍, ୨୨/୦୩: ଲଢ଼ୁଆ ଯୁଦ୍ଧ ବିମାନ ଏଫ୍-୩୫କୁ ନେଇ ବଡ଼ ଖୁଲାସା କରିଛି ଆମେରିକାର ଜିଏଓ (GAO) । ରିପୋର୍ଟରେ କୁହାଯାଇଛି, ଦୁନିଆର ସବୁଠୁ ମହଙ୍ଗା ଯୁଦ୍ଧ ବିମାନ ଏଫ୍-୩୫ ବାସ୍ତବିକ ଯୁଦ୍ଧ ଲାଗି ସମ୍ପୂର୍ଣ୍ଣ ଫିଟ୍ ନାହିଁ । ମାତ୍ର ୧୫ରୁ ୩୦ ପ୍ରତିଶତ ବିମାନ ଯୁଦ୍ଧ ଲଢ଼ି ପାରିବେ ।

ତେବେ ଆମେରିକା ଗଣମାଧ୍ୟମର କହିବା କଥା, ପ୍ରାୟ ୫୫ ପ୍ରତିଶତ ଏଫ୍-୩୫ ବିମାନ ଯୁଦ୍ଧ ଲଢ଼ିବାକୁ ସକ୍ଷମ । ତେବେ ବୈଷୟିକ ଦୃଷ୍ଟିରୁ ଏଭଳି ଦାବି ଠିକ୍ ନୁହେଁ । ମିଶନ ପାଇଁ ସକ୍ଷମ ଅର୍ଥାତ୍ ଯୁଦ୍ଧ ଲଢ଼ିବା ବରାବର । ପ୍ରକୃତରେ ଆମେରିକା ପ୍ରତିରକ୍ଷା ବିଭାଗର ମିଶନ ସକ୍ଷମ ଅର୍ଥ ବିମାନ ଉଡ଼ିବାକୁ ସକ୍ଷମ ଏବଂ ଅତି କମରେ ଗୋଟିଏ ମିଶନରେ ସାମିଲ୍ ହୋଇ ପାରିବ ।

ତେବେ ଏଭଳି ବିମାନ ତାର ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରି ପାରିବ ନାହିଁ । ଫଳରେ ମିଶନରେ ବାଧା ଉପୁଜିବ । ତେଣୁ ଫିଟ୍ ଥିବା ୫୫ ପ୍ରତିଶତ ଏଫ୍-୩୫ କେବଳ ପରୀକ୍ଷଣ, ଅଭ୍ୟାସ ଏବଂ ଯୁଦ୍ଧ ବ୍ୟତୀତ ଅନ୍ୟ ମିଶନରେ ବ୍ୟବହାର ହୋଇ ପାରିବ ।

ତେବେ ଆମେରିକା ବାୟୁ ସେନା ଅନୁସାରେ, ସବୁବେଳେ ୯୦ ପ୍ରତିଶତ ଏଫ୍-୩୫ଏ ବିମାନ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବା କଥା । ତେବେ ଏଫ୍-୩୫ଏ ଏବଂ ଏଫ୍-୩୫ବି ଯୁଦ୍ଧ ବିମାନ ଆଶା ଅନୁରୂପ ପ୍ରଦର୍ଶନ କରୁ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.