ଆଡିଲେଡ, ୧୪/୧୨: ପାକିସ୍ତାନ ଟେଷ୍ଟ ଦଳର କୋଚ୍‌ ପଦରୁ ଜାସନ ଗିଲେସ୍ପି ଇସ୍ତଫା  ଦେଇଛନ୍ତି । ବୋର୍ଡ ସହ ମତ ପାର୍ଥକ୍ୟ ଯୋଗୁଁ ସେ  ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ତାଙ୍କ ସ୍ଥାନରେ  ପୂର୍ବତନ ପେସ୍‌ ବୋଲର ଆକିବ ଜାଭେଦ ଅସ୍ଥାୟୀ  କୋଚ ଭାବେ ଦକ୍ଷିଣ ଆଫ୍ରିକା ଯାତ୍ରା କରିବେ । ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ୨ଟି ଟେଷ୍ଟ  ଖେଳିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୨୬ରୁ  ସେଞ୍ଚୁରୀୟନ୍‌ରେ ପ୍ରଥମ ଟେଷ୍ଟ ଓ ଜାନୁଆରୀ ୩ରୁ  କେପ ଟାଉନରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ ।