ଅଯୋଧ୍ୟା - ଶହ ଶହ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବିଶାଳ ମନ୍ଦିର, ଶ୍ରୀରାମ ମନ୍ଦିର । ଏଭଳି ସ୍ବର୍ଣ୍ଣିମ ଇତିହାସର ସାକ୍ଷୀ କିଏ ବା ହେବାକୁ ନଚାହିଁ ବ ? ତ୍ରେତୟାରେ ପ୍ରଭୁ ଶ୍ରୀରାମ ଶବରୀ ହାତରୁ ଅଇଁଠା କୋଳି ଖାଇଥିଲେ । ଦ୍ବାପରରେ ଶ୍ରୀକୃଷ୍ଣ ବନ୍ଧୁ ସୁଦାମା ହାତରୁ ଖୁଦ ଭଜା ଖାଇଥିଲେ । କିନ୍ତୁ କଳିଯୁଗରେ ଯେତେବେଳେ ରାମମନ୍ଦିରର ଶିଳାନ୍ୟାସ ହେଉଛି ସେତେବେଳେ ପ୍ରଭୁ ଶ୍ରୀରାମଙ୍କ ପ୍ରେମରେ ପଡ଼ିଛନ୍ତି ବିଭିନ୍ନ ଧର୍ମର ଭାଇ ଭଉଣୀ…
ବଦଳିବ ୫୦୦ ବର୍ଷର ଇତିହାସ, ଲେଖା ହେବ ନୂଆ ଏକ ସ୍ବର୍ଣ୍ଣିମ ଇତିହାସ।ରାମ ମନ୍ଦିର ଆନ୍ଦୋଳନର ଆରମ୍ଭରେ ଅଯୋଧ୍ୟାକୁ ଲକ୍ଷ ଲକ୍ଷ ଇଟା ପଠାଇଥିଲେ କର ସେବକ । କିନ୍ତୁ ଏବେ ସୁନା ଆଉ ଇଟାର ରୂପା ପଠାଉଛନ୍ତି ଏକାଧିକ ଭକ୍ତ । ସେବେର ଭାରତ ଏବଂ ଏବେର ଭାରତ ମଧ୍ୟରେ ଆକାଶ ପାତାଳ ଫରକ । ତେଣୁ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରକୁ ସୁନା ଏବଂ ରୂପାରେ ଯେମିତି ଛାଉଣି କରିବାକୁ ଲାଗି ପଡ଼ିଛନ୍ତି ଭକ୍ତ । ମନ୍ଦିର ନିର୍ମାଣକୁ ସ୍ବଚକ୍ଷୁରେ ଦେଖିବା ସହ ସେହି ସ୍ବର୍ଣ୍ଣିମ ସମୟର ସାକ୍ଷୀ ହେବାକୁ କେବଳ ହିନ୍ଦୁମାନେ ଚାହିଁନାହାଁନ୍ତି । ହିନ୍ଦୁ, ମୁସଲିମ ଏବଂ ଜୈନମାନେ ମଧ୍ୟ ଏହି ମହା ଉତ୍ସବରେ ସାମିଲ ହେବାକୁ ଆଗଭର ହୋଇଛନ୍ତି ।
ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବେ ମୋଗଲ ସମ୍ରାଟଙ୍କ ବଂଶଜ ୟାକୁବ ହବିବୁଦ୍ଦିନ। ଶେଷ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫରଙ୍କ ବଂଶଜ ପ୍ରିନ୍ସ ୟାକୁବ ହବିବୁଦ୍ଦିନ ତୁସିର ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଚାହୁଁଛନ୍ତି ରାମ ମନ୍ଦିର ନିର୍ମାଣରେ ସେ ଦେଉଥିବା ଇଟା ବ୍ୟବହାର କରାଯାଉ। ସେଥିପାଇଁ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କାରେ ସୁନାର ଇଟା ପ୍ରସ୍ତୁତ କରିଛନ୍ତି
କେବଳ ୟାକୁବ ହବିବୁଦ୍ଦିନ ନୁହଁନ୍ତି। ମୁସଲିମ ଭାଇଙ୍କ ପରି ଜୈନମାନେ ମଧ୍ୟ ରାମ ମନ୍ଦିର ନିର୍ମାଣରେ ନିଜକୁ ସାମିଲ କରି କୃତ୍ୟମଣିଛନ୍ତି । ଅହମ୍ମଦାବାଦର ଜୈନ କମ୍ୟୁନିଟି ପକ୍ଷରୁ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ପଠାଯାଇଛି ପ୍ରାୟ ୨୪ କେଜି ଓଜନର ରୂପା ଇଟା । ଯାହାକୁ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ୍ତ କରିଛନ୍ତି ପ୍ରଭୁ ଶ୍ରୀରାମଙ୍କ ସେହି ଜୈନଭକ୍ତ।
ମନ୍ଦିର ନିର୍ମାଣ ପାଇଁ ସୁନା ରୂପାର ଇଟା ଦେଇଛନ୍ତି ବିଭିନ୍ନ ଧର୍ମର ଭକ୍ତ । ତେବେ ବାରଣାସୀର ଜଣେ ମୁସଲିମ ଯୁବତୀ ଶିଳାନ୍ୟାସ ଅବସରରେ ନିଜ ହାତରେ ଆଙ୍କିଛନ୍ତି ଶ୍ରୀରାମ ଟାଟୁ । ରାମ ମନ୍ଦିର ନିର୍ମାଣର ସ୍ବପ୍ନ ଦେଖୁଥିବା ଏହି ଯୁବତୀ ଜଣ ଟାଟୁ ମାଧ୍ୟମରେ ହିନ୍ଦୁ-ମୁସଲିମ ମଧ୍ୟରେ ଥିବା ଏକତାର ବାର୍ତ୍ତା ବାଣ୍ଟିଛନ୍ତି ।