ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ ଏବେ ଅଛି କେତେ...

ନୂଆଦିଲ୍ଲୀ ୫/୯: ସୁନା ଏବଂ ରୂପା ଦାମ୍ ଆଜି ହ୍ରାସ ପାଇଛି । ୫ ସେପ୍ଟେମ୍ବରରେ ସୁନା ଦାମ୍ ଖସିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ଆଜି ୫୯,୦୦୦ ଟଙ୍କା ପାଖାପାଖି ଟ୍ରେଡ୍ କରୁଛି । ଏହା ବ୍ୟତୀତ ରୂପା ଦାମ୍ ୭୪ ହଜାର ଟଙ୍କା ପାର୍ କରିଛି । ସୁନା କିଣିବାକୁ ଯୋଜନା କରୁଥିଲେ ଏହି ସମୟରେ କିଣିପାରିବେ । ସୁନା ଦାମ୍ କମ୍ ବେଶି ଲାଗି ରହିଛି କିନ୍ତୁ ଏହି ସମୟରେ ୨୪ କ୍ୟାରେଟ୍ ଗୋଲ୍ଡର ଦାମ୍ ୬୦ ହଜାର ଟଙ୍କା ତଳେ ରହିଛି । 

 

MCXରେ ଶସ୍ତା ହୋଇଯାଇଛି ସୁନା-ରୂପା

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ଆଜି ମଙ୍ଗଳବାର ୦.୦୨ ପ୍ରତିଶତ ହ୍ରାସ ସହିତ ୫୯୩୮୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ରହିଛି । ଏହା ସହିତ ଆଜି ରୂପା ଦାମ୍ ୦.୫୬ ପ୍ରତିଶତ ହ୍ରାସ ସହିତ ୭୪୧୦୨ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ରହିଛି । ଅନ୍ତର୍ଜାତୀୟ ମାର୍କେଟ କଥା କହିବା ତ ଏଠାରେ ମଧ୍ୟ ସୁନା-ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । କମେକ୍ସରେ ସୁନା ଏକ ମାସର ରେକର୍ଡ ଲେବଲରେ ପହଞ୍ଚି ଖସିଛି । ଏହା ସହିତ ସୁନାର ଦାମ୍ ୧୯୬୦ ଡଲାର ପ୍ରତି ଆଉନ୍ସ ସ୍ତରରେ ରହିଛି । ରୂପା ଦାମରେ ମଧ୍ୟ ୧.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳୁଛି । କମେକ୍ସରେ ରୂପା ଦାମ୍ ୨୪.୨୩ ଡଲାର ପ୍ରତି ଆଉନ୍ସରେ ରହିଛି । 

 

୨୨ କ୍ୟାରେଟ୍ ସୁନା ଦାମ୍

୫ ସେପ୍ଟେମ୍ବର ଦିଲ୍ଲୀରେ ୨୨ କ୍ୟାରେଟ୍ ଗୋଲ୍ଡ ଦାମ୍ ୫୫,୪୫୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ରହିଛି । ଏହା ବ୍ୟତୀତ ମୁମ୍ବାଇରେ ୫୫,୧୫୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି । କୋଲକାତାରେ ମଧ୍ୟ ଗୋଲ୍ଡର ଦାମ୍ ୫୫,୧୫୦ ଟଙ୍କା ଏବଂ ଚେନ୍ନାଇରେ ୫୫,୪୫୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି । ଯଦି ରୂପା ଦାମ୍ କଥା କହିବା ତ ଆଜି ଏଥିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ରୂପା ଦାମ୍ ୭୬,୨୦୦ ଟଙ୍କା ପ୍ରତି କିଲୋ ରହିଛି । ଏହା ବ୍ୟତୀତ ମୁମ୍ବାଇ ଏବଂ କୋଲକାତାରେ ୭୬,୨୦୦ ଟଙ୍କା ପ୍ରତି କିଲୋ ରହିଛି । ଚେନ୍ନାଇରେ ଏକ କିଲୋ ରୂପା ଦାମ୍ ୭୯ ହଜାର ଟଙ୍କା ।

Copyright © 2022 - Summa Real Media Private Limited. All Rights Reserved.