ପ୍ରମୂଖ ଖବର
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ମନ୍ଦିରର ଘଣ୍ଟି ବଜାଇଲେ ହେଉଛି ଶବ୍ଦ ପ୍ରଦୂଷଣ ! ସୋସାଇଟିକୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନୋଟିସ୍

ଗ୍ରେଟର ନୋଏଡା – ମନ୍ଦିରରେ ଖୁବ୍‌ ଜୋରରେ ଘଣ୍ଟି ବଜାଇବାକୁ ବାରଣ। ଏହା ଦ୍ୱାରା ହେଉଛି ଶବ୍ଦ ପ୍ରଦୂଷଣ। ଏନେଇ ଗ୍ରେଟର ନୋଏଡା ୱେଷ୍ଟର ଏକ ପ୍ରସିଦ୍ଧ ସୋସାଇଟିକୁ ହୋଇଛି ନୋଟିସ୍‌। ଏହି ସୋସାଇଟିରେ ଥିବା ମନ୍ଦିର ଭିତରେ ଖୁବ୍‌ ଜୋରରେ ଘଣ୍ଟି ବାଜିବାକୁ ନେଇ ହୋଇଥିଲା ଅଭିଯୋଗ। ଏହାପରେ ଉତ୍ତର ପ୍ରଦେଶ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ୟୁପିପିସିବି) ପଠାଇଛି ନୋଟିସ୍‌। ନୋଟିସ୍‌ ପାଇବା ପରେ ସୋସାଇଟିର ନିବାସୀମାନେ ଏବଂ ଏଓଏ (ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ) ଏହାର ବିରୋଧ କରିଛନ୍ତି, ଏହାପରେ ବିଳମ୍ୱିତ ରାତିରେ ୟୁପିପିସିବି ହଠାତ୍‌ ନିଜର ନିଷ୍ପତ୍ତି ବଦଳାଇ ନୋଟିସ୍‌କୁ ଫେରେଇ ନେଇଛି। ହେଲେ ଉକ୍ତ ମାମଲାକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସିଛି।  

ଉଲ୍ଲେଖନୀୟ ଯେ, ଗ୍ରେଟ୍‌ର ନୋଏଡା ୱେଷ୍ଟର ଗୌର ସୌନ୍ଦର୍ଯ୍ୟମ୍‌ ସୋସାଇଟିର ସର୍ବସାଧାରଣ ସ୍ଥାନରେ ଏକ ମନ୍ଦିର ତିଆରି ହୋଇଛି। ଯେଉଁଠି ପ୍ରତିଦିନ ସକାଳ-ସନ୍ଧ୍ୟାରେ ସୋସାଇଟିର ନିବାସୀ ମନ୍ଦିରରେ ପୂରା କରନ୍ତି। ଏହି ସମୟରେ ସୋସାଇଟିର କିଛି ନିବାସୀଙ୍କ ଦ୍ୱାରା ମନ୍ଦିରରେ ପୂଜା ବେଳେ ଖୁବ୍‌ ଜୋରରେ ଘଣ୍ଟି ବାଜିବାକୁ ନେଇ ୟୁପିପିସିବି ଅର୍ଥାତ୍‌ ଉତ୍ତର ପ୍ରଦେଶ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡକୁ ଅଭିଯୋଗ କରାଯାଇ ଥିଲା।

ଅଭିଯୋଗ ପରେ, ୟୁପିପିସିବିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରି ଥିଲେ, ଯେଉଁଥିରେ ମନ୍ଦିରର ଘଣ୍ଟିର ଧ୍ୱନି ୭୨ ଡେସିବଲ ଥିଲା। ଏହାପରେ ୟୁପିପିସିବିର ଅଧିକାରୀମାନେ ଗୌର ସୌନ୍ଦର୍ଯ୍ୟମ୍‌ର ଏଓଏକୁ ଏକ ନୋଟିସ୍ ଜାରି କରି ଥିଲେ। ଏଥିରେ ଘଣ୍ଟିର ଶବ୍ଦ ୫୫ ଡେସିବଲରୁ ହ୍ରାସ କରାଇବା କଥା କୁହାଯାଇଥିଲା। ଏହାକୁ ନେଇ ଗୌର ସୌନ୍ଦର୍ଯ୍ୟମ୍‌ ସୋସାଇଟ୍‌ର ଏଓଏ ଦ୍ୱାରା ସୋସାଇଟିର ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଲୋକଙ୍କୁ ପୂଜା ବେଳେ ଧିରେ ଘଣ୍ଟି ବଜାଇବାକୁ ସର୍କୁଲେସନ ଜାରି କରାଯାଇଥିଲା। 

ୟୁପିପିସିବିର ନୋଟିସ୍‌ ପରେ ସୋସାଇଟିର ଲୋକେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇ ଥିଲେ। ଏହାସହ ନୋଟିସ୍‌ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି। ଯାହା ଉପରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ମାମଲା ଗୁରୁତର ହେବାର ଦେଖି ୟୁପିପିସିବି ବିଳମ୍ୱିତ ରାତିରେ ନିଜର ନିଷ୍ପତ୍ତି ବଦଳାଇ ନୋଟିସକୁ ଫେରେଇ ନେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.